Advertisment

ଘନଘନ ଚଢ଼ଉ ପରେ ମଧ୍ୟ ଷ୍ଟକ୍‌ ରଖିଥିଲେ ନକଲି ଟେଲ୍‌ମା-୪୦ ମେଡିସିନ୍‌

କଟକ (ଓଡ଼ିଶା ରିପୋର୍ଟର): ଘନଘନ ଚଢ଼ଉ ପରେ ମଧ୍ୟ ଷ୍ଟକ୍‌ ରଖିଥିଲେ ନକଲି ଟେଲ୍‌ମା-୪୦ ମେଡିସିନ୍‌। ଆଜି କଟକରୁ ପୁଣି ଥରେ ଜବତ ହୋଇଛି ନକଲି ମେଡିସିନ। ଦୋଳମୁଣ୍ଡାଇ ମହତାବ ରୋଡ୍‌ ସ୍ଥିତ ଏକ ଟ୍ରାନ୍ସପୋର୍ଟ କମ୍ପାନୀରୁ ଜବତ ହୋଇଛି ନକଲି ମେଡିସିନ। ପୁରୀ ଘାଟ ଥାନା ପୁଲିସ୍‌ ଚଢ଼ଉ କରି ଔଷଧ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ୧୩୫୦ ଷ୍ଟ୍ରିପ୍‌ର ନକଲି ଔଷଧ ଜବତ କରିଛି ପୁଲିସ୍‌। କଟକ ଓ ଭୁବନେଶ୍ୱରରେ ଟେଲ୍‌ମା-୪୦ର ନକଲି ଔଷଧ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଘନଘନ ଚଢ଼ଉ ପରେ ମଧ୍ୟ ଷ୍ଟକ୍‌ ରଖିଥିଲେ ନକଲି ଟେଲ୍‌ମା-୪୦ ମେଡିସିନ୍‌

Cuttack

କଟକ (ଓଡ଼ିଶା ରିପୋର୍ଟର): ଘନଘନ ଚଢ଼ଉ ପରେ ମଧ୍ୟ ଷ୍ଟକ୍‌ ରଖିଥିଲେ ନକଲି ଟେଲ୍‌ମା-୪୦ ମେଡିସିନ୍‌। ଆଜି କଟକରୁ ପୁଣି ଥରେ ଜବତ ହୋଇଛି ନକଲି ମେଡିସିନ। ଦୋଳମୁଣ୍ଡାଇ ମହତାବ ରୋଡ୍‌ ସ୍ଥିତ ଏକ ଟ୍ରାନ୍ସପୋର୍ଟ କମ୍ପାନୀରୁ ଜବତ ହୋଇଛି ନକଲି ମେଡିସିନ। ପୁରୀ ଘାଟ ଥାନା ପୁଲିସ୍‌ ଚଢ଼ଉ କରି ଔଷଧ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ୧୩୫୦ ଷ୍ଟ୍ରିପ୍‌ର ନକଲି ଔଷଧ ଜବତ କରିଛି ପୁଲିସ୍‌।

Advertisment

କଟକ ଓ ଭୁବନେଶ୍ୱରରେ ଟେଲ୍‌ମା-୪୦ର ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଏହା ପରେ ଡ୍ରଗ୍ ଇନ୍ସପେକ୍ଟର ଦୁଇ ସହରରେ ଥିବା ବିଭିନ୍ନ ମେଡିସିନ୍‌ ଷ୍ଟୋରରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ କଟକ ଯାଉଁଳିଆପଟି ଅଞ୍ଚଳର ଦୁଇଟି ଡିଷ୍ଟ୍ରିବ୍ୟୁଟରଙ୍କ ନାଁରେ ଏତଲା ଦେଇଥିଲେ ଡ୍ରଗ୍ସ ବିଭାଗ। ଅଭିଯୋଗକୁ ଭତ୍ତି କରି ପୁଲିସ ମାମଲା ରୁଜୁ କରି ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏମାନେ ଭିଆର୍‌ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସ୍ ନାଁରେ ନକଲି ଔଷଧ କାରବାର କରୁଥିବା ସ୍ପଷ୍ଟ ହୋଇଥିଲା। ବେଙ୍ଗାଲୁରୁ ଓ ଉତ୍ତରପ୍ରଦେଶର ଗୟାରୁ ନକଲି ଔଷଧ ଆଣି ଓଡ଼ିଶାରେ କାରବାର କରୁଥିବା ଜଣାପଡ଼ିଥିଲା। ପୁଲିସ୍‌ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଥିସହ ନକଲି ମେଡିସିନ୍‌ ଜବତ କରିଥିଲା। ଗିରଫ ଅଭିଯୁକ୍ତଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୨ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି।

[caption id="attachment_767562" align="aligncenter" width="650"]Cuttack ଜବତ ହୋଇଥିବା ଔଷଧକୁ ହିସାବ କରୁଛନ୍ତି ପୁଲିସ୍‌ କର୍ମଚାରୀ[/caption]

Advertisment

ନକଲି ମେଡିସିନ୍‌ର ମାନ ଯାଞ୍ଚ ପାଇଁ ପଠାଇଯାଇଥିଲା। ଶନିବାର ଆସିଥିଲା ଲାବୋରେଟୋରି ରିପୋର୍ଟ। ସେଥିରେ ଦର୍ଶା ଯାଇଛି ଯେ, ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ନକଲି ବୋଲି ସ୍ପଷ୍ଟ ଭାବେ ଲେଖାଯାଇଥିଲା।