Advertisment

ନଦୀପଠାରୁ ୪ଟି ମଣିଷ ଖପୁରି ଜବତ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ନଦୀପଠାରୁ ମିଳିଲା ୪ଟି ମଣିଷ ଖପୁରି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ନୂଆଗାଁ ନିକଟ ପାଇକା ନଦୀ ପଠାରୁ ଏହି ଖପୁରି ଜବତ ହୋଇଛି। ତେବେ ଗୁଣି ସନ୍ଦେହରେ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରି ପୁଲିସ୍‌ ଜଣଙ୍କୁ ଜେରା କରିବା ପରେ ଛାଡ଼ି ଦେଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଗତକାଲି ଅପରାହ୍ଣରେ ପାଇକା ନଦୀ ପଠାରେ ୪ଟି ମଣିଷ ଖପୁରି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ […]

ଅଦ୍ୟତନ ହୋଇଛି
ନଦୀପଠାରୁ ୪ଟି ମଣିଷ ଖପୁରି ଜବତ

jgasingpur

Advertisment

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ନଦୀପଠାରୁ ମିଳିଲା ୪ଟି ମଣିଷ ଖପୁରି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ନୂଆଗାଁ ନିକଟ ପାଇକା ନଦୀ ପଠାରୁ ଏହି ଖପୁରି ଜବତ ହୋଇଛି। ତେବେ ଗୁଣି ସନ୍ଦେହରେ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରି ପୁଲିସ୍‌ ଜଣଙ୍କୁ ଜେରା କରିବା ପରେ ଛାଡ଼ି ଦେଇଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ଗତକାଲି ଅପରାହ୍ଣରେ ପାଇକା ନଦୀ ପଠାରେ ୪ଟି ମଣିଷ ଖପୁରି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୋଟିଏ ଖପୁରି ନଦୀ ପଠାରେ ପଡ଼ିଥିବା ବେଳେ ଆଉ ତିନୋଟି ଖପୁରି ନଦୀରେ ଭାସୁଥିବା ଦେଖିଥିଲେ। ଏହାପରେ ପୁଲିସ୍‌ ୪ଟି ଖପୁରିକୁ ଜବତ କରିଥିଲା। ଏଥିସହ ମୃତଦେହ ମିଳିବା ଆଶଙ୍କାରେ ପୁଲିସ୍‌ ଖୋଜାଖୋଜି କରିଥିଲା। ହେଲେ କିଛି ପାଇ ନଥିଲା।

ପୁଲିସ୍‌ର କହିବା ଅନୁସାରେ, ଖୁପରି ପଡ଼ିଥିବା ସ୍ଥାନଠାରୁ କିଛି ଦୂରରୁ ଏକ କଳସ, ନଡ଼ିଆ ଓ ସିନ୍ଦୁର ଜବତ ହୋଇଛି। ଏହି ଘଟଣା ସମ୍ପର୍କରେ କିଛି ଲୋକଙ୍କୁ ପଚରାଉଚରା କରିଥିଲା। ବାହାରୁ ଆସି କ୍ରିଷ୍ଣାନନ୍ଦପୁର ପଞ୍ଚାୟତ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଗୁଣି ଗାରେଡ଼ି କରୁଥିବା ସୂଚନା ପାଇ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ହେଲେ ତାଙ୍କଠାରୁ ସେଭଳି କିଛି ତଥ୍ୟ ନମିଳିବାରୁ ତାଙ୍କୁ ତାଗିଦ୍‌ କରି ଛାଡ଼ି ଦେଇଥିଲା।

Advertisment

ଖୁପରିଗୁଡ଼ିକୁ  ନଦୀ ପଠାରେ ଗାତ ଖୋଳି ପୁଲିସ୍‌ ପୋତି ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe