Advertisment

୨୭ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ

ଜଳେଶ୍ୱର ଥାନା ପଥରପୁରା ଅଞ୍ଚଳରେ ଆଜି ଚଢ଼ଉ କରିଥିଲା ପୁଲିସ୍‌। ସେହି ସମୟରେ ପୁଲିସ୍‌କୁ ୨୬୯ ଗ୍ରାମ ବ୍ରାଉନ୍‌ ସୁଗର ମିଳିଥିଲା।

author-image
Manoranjan Sial
Balasore

Balasore

୨୭ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ କଲା ପୁଲିସ୍‌। ଏହି ମାମଲାରେ ପୁଲିସ୍‌ ଜଣକୁ ଗିଫର କରିଥିବା ବେଳେ ନଗଦ ଟଙ୍କା ଜବତ କରିଛି। ଜଳେଶ୍ୱର ପୁଲିସ୍‌କୁ ଏହି ସଫଳତା ମିଳିଛି। ଏନେଇତ ସୂଚନା ଦେଇଛନ୍ତି ବାଲେଶ୍ୱର ଏସ୍‌ପି ସାଗରିକା ନାଥ।

Advertisment

ଜଳେଶ୍ୱର ଥାନା ପଥରପୁରା ଅଞ୍ଚଳରେ ଆଜି ଚଢ଼ଉ କରିଥିଲା ପୁଲିସ୍‌। ସେହି ସମୟରେ ପୁଲିସ୍‌କୁ ୨୬୯ ଗ୍ରାମ ବ୍ରାଉନ୍‌ ସୁଗର ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରିଛି। ତା’ଠାରୁ ୫ଟି ପାନ୍‌ କାର୍ଡ, ଏସ୍‌ବିଆଇ ଜମାଖାତା, ନଗଦ ୨୭ ହଜାର ଟଙ୍କା ଜବତ କରାଯାଇଥିବା ବାଲେଶ୍ୱର ଏସ୍‌ପି ସାଗରିକା ନାଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଧଳା ଜହରର ପେଣ୍ଠସ୍ଥଳୀ ପାଲଟିଛି ଜଳେଶ୍ୱର। ବାରମ୍ୱାର ଚଢ଼ଉ ସତ୍ତ୍ୱେ ଏଠାରୁ ପ୍ରତି ଦିନ କୋଟି କୋଟି ଟଙ୍କାର ବ୍ରାଉନ୍‌ସୁଗର ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ ସହରକୁ ଚାଲାଣ ହେଉଛି। ଏହାକୁ ରୋକିବା ପାଇଁ ବାଲେଶ୍ୱର ପୁଲିସ୍‌ ୩ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି। ଏହି ଟିମ୍‌ ମଝିରେ ମଝିରେ ଚଢ଼ଉ କରି ବ୍ରାଉନ୍‌ସୁଗର ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରୁଛି। ତଥାପି ଏହି କାରବାର ରୋକିବାର ନାଁ ଧରୁନାହିଁ। କିଛି ଦିନର ନୀରବତା ପରେ ନିଶା ମାଫିଆମାନେ ପୁଣି ସକ୍ରିୟ ହେଉଛନ୍ତି।

Advertisment

ରିପୋର୍ଟ-ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Crime