rayagada
ରାୟଗଡ଼ା(ମନୋଜ ପାତ୍ର): ଲକ୍ଡାଉନ୍ର ସୁଯୋଗ ନେଇ ରାୟଗଡ଼ା ଜିଲ୍ଲାରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସକ୍ରିୟ ହୋଇଉଠିଛନ୍ତି। ପୁଲିସକୁ ଚକ୍ମା ଦେଇ ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି ଗଞ୍ଜେଇ। ରାୟଗଡ଼ା ଜିଲ୍ଲାର ନକ୍ସଲ ପ୍ରଭାବିତ ଚନ୍ଦ୍ରପୁର, ପଦ୍ମପୁର, ଗୁଡାରୀ ଅଞ୍ଚଳରୁ କ୍ୱିଂଟାଲ କ୍ୱିଂଟାଲ ଗଞ୍ଜେଇ ଚାଲଣ ହେଉଛି। ପୁଲିସ ଆଖିରେ ଧୁଳି ଦେବାକୁ ଯାଇ କେତେବେଳେ ପଣସ ବୋଝେଇ ଟ୍ରକରେ ଚାଲାଣ ହେଉଛି ଗଞ୍ଜେଇ ତ’ଆଉ କେତେବେଳେ ଜଙ୍ଗଲ ଭିତରେ ଗଦା ହୋଇ ରହୁଛି ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ।
ତେବେ ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇ ଗୁଡାରୀ ଥାନା ପୁଲିସ୍ ଖାରିଗୁଡା ଜଙ୍ଗଲରେ ଚଢଉ କରି ୧୩ଟି ବସ୍ତାରେ ଥିବା ୧୧୭୦ କିଲୋ ଚୋରା ଗଞ୍ଜେଇ ଜବତ କରିଛି। ଏହାସହ ଘଟଣାସ୍ଥଳରୁ ୯ଟି ବାଇକ୍, ଗୋଟିଏ ଡିଜିଟାଲ ଓଜନ ମେସିନ, ୭ଟି ଏଟିଏମ୍ କାର୍ଡ ଜବତ କରିଛି। ଏହି ଘଟଣାରେ ପୁଲିସ ସରିଗିଡୁ ଗାଁର ସମୀର ମାଝିକୁ ଗିରଫ କରିଛି। ଏଥିସହ ଫେରାର ଥିବା ଆଉ ୧୩ ଜଣ ଅଭିଯୁକ୍ତଙ୍କୁ ଖୋଜା ଚାଲିଥିବା ରାୟଗଡା ଏସ୍ପି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଗତ ୨୬ ତାରିଖରେ ଚନ୍ଦ୍ରପୁର ଥାନା ପୁଲିସ୍ ୨୪୫ କିଲୋ ଗଞ୍ଜେଇ ସହ ଏକ ମିନିଟକ୍ର ଜବତ କରିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଦିଲ୍ଲୀର ଅନୀଲ କୁମାର ପଣ୍ଡିତ , ବିହାରର ସତେନ୍ଦ୍ର କୁମାର ଓ ରାଜ ମେହେତ୍ୱାଙ୍କୁ ପୁଲିସ୍ ଗିରଫ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/rayagada-220000.jpg)