Advertisment

କୁମ୍ବିଂ ବେଳେ ପ୍ରଚୁର ବିସ୍ଫୋରକ, ନିରୋଧ ଓ ମାଓ ସାମଗ୍ରୀ ଜବତ

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ସସିକେତା ଗ୍ରାମ ନିକଟ ଜଙ୍ଗଲରୁ ମିଳିଛି ବିପୁଳ ପରିମାଣର ବିସ୍ଫୋରକ, ନିରୋଧ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ। ଗତମାସ ୯ ତାରିଖରେ ଜିଲ୍ଲା ପୁଲିସର SOG ଏବଂ DVF ଟିମ୍ ମିଳିତ କୁମ୍ବିଂ ଅପରେସନ କରୁଥିବା ବେଳେ ଏହି ଜିନିଷ ଜବତ କରିଥିବା ଆଜି କନ୍ଧମାଳ ଏସ୍‌ପି ଭିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ୮ ତାରିଖରେ ଏହି ଜଙ୍ଗଲରେ କୁମ୍ବିଂ […]

କୁମ୍ବିଂ ବେଳେ ପ୍ରଚୁର ବିସ୍ଫୋରକ, ନିରୋଧ ଓ ମାଓ ସାମଗ୍ରୀ ଜବତ

maoist

Advertisment

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ସସିକେତା ଗ୍ରାମ ନିକଟ ଜଙ୍ଗଲରୁ ମିଳିଛି ବିପୁଳ ପରିମାଣର ବିସ୍ଫୋରକ, ନିରୋଧ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ। ଗତମାସ ୯ ତାରିଖରେ ଜିଲ୍ଲା ପୁଲିସର SOG ଏବଂ DVF ଟିମ୍ ମିଳିତ କୁମ୍ବିଂ ଅପରେସନ କରୁଥିବା ବେଳେ ଏହି ଜିନିଷ ଜବତ କରିଥିବା ଆଜି କନ୍ଧମାଳ ଏସ୍‌ପି ଭିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଗତ ୮ ତାରିଖରେ ଏହି ଜଙ୍ଗଲରେ କୁମ୍ବିଂ ଅପେରସନ ଆରମ୍ଭ ହୋଇଥିଲା। ଏହା ପରଦିନ ଗୋଟିଏ ଖାତ ଭିତରେ ଉକ୍ତ ମାଓ ସାମଗ୍ରୀ ଲୁଚାଇ ରଖାଯାଇଥିବା ଟିମ୍ ସଦସ୍ୟମାନେ ଦେଖିବାକୁ ପାଇଥିଲେ। ଜବତ ହୋଇଥିବା ମାଓ ସାମଗ୍ରୀ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ 17 ଟି ଜିଲୋଟିନ ଷ୍ଟିକ, ହାତ ତିଆରି INSAS Magazine, ଷ୍ଟିଲ ଟିଫିନ, ବହୁ ଧାରୁଆ କାତି, ଛୁରୀ, ସୋଲାର ପ୍ଲେଟ୍, ମାଓ ବସ୍ତ୍ର, ମେଡ଼ିସିନ ଏବଂ ଅନ୍ୟାନ୍ୟ ବହୁ ଦୈନ ବ୍ୟବହୃତ ସାମଗ୍ରୀ ରହିଛି। ପୂର୍ବରୁ ଏବଂ ଏବେ ଜବତ ହୋଇଥିବା ସମାଗ୍ରୀ ମଧ୍ୟରେ ବହୁ ପରିମାଣର ନିରୋଧ ରହିଥିବାରୁ ଏହା ମାଓ ସଂଗଠନରେ ସାମିଲ ମହିଳା କ୍ୟାଡରଙ୍କୁ ଶାରିରୀକ ଓ ମାନସୀକ ନିର୍ଯାତନା ଦିଆଯାଉଥିବା ପ୍ରମାଣିତ କରୁଛି।

ଏହି ସବୁ ସାମଗ୍ରୀ ଗୁଡ଼ିକ KKBN ମାଓବାଦୀ ସଂଗଠନର ହୋଇଥିବା ପୁଲିସ ସନ୍ଦେହ କରୁଛି। ସେହି ଅଞ୍ଚଳରେ ମାଓବାଦୀମାନଙ୍କ ଗତିବିଧି ମୂଳପୋଛ କରିବା ନିମନ୍ତେ କୁମ୍ବିଂ ଅପେରସନ ଜାରି ରହିଛି। ମାଓ ହିଂସା ରୋକିବାକୁ ଟିମ୍ କାମ କରୁଛି। ନିକଟରେ ଜଣେ ମାଓ କ୍ୟାଡର ପୁଲିସ ନିକଟରେ ଆତ୍ମସମର୍ପଣ କରି ସରକାରଙ୍କ ଯୋଜନା ଅନ୍ତର୍ଗତ ଥଇଥାନ ହୋଇଛନ୍ତି। ଅନ୍ୟ ମାଓ କ୍ୟାଡରମାନେ ମଧ୍ୟ ଆତ୍ମସମର୍ପଣ କରି ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି କନ୍ଧମାଳ ଏସ୍‌ପି ଭିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe