Advertisment

ନିୟମ ମାନୁନାହାନ୍ତି ଅମାନିଆ; ଜବତ ହେଲା ୧୫୬ ଗାଡ଼ି

ଭଦ୍ରକ(ପାର୍ଥ ସାରଥୀ ନାୟକ): କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ  ସାରା ଦେଶରେ ଲକ୍‌ଡାଉନ୍‌  ଚାଲିଛି। ଏପରି ସ୍ଥିତିରେ ଅତ୍ୟାବଶ୍ୟକୀୟ ଦୋକନ ବଜାରକୁ ଛାଡ଼ି ଦେଲେ ସବୁ କିଛି ବନ୍ଦ ରହିଛି। ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି। ହେଲେ କିଛି ଅମାନିଆ ଲୋକ ବିନା କିଛି କାମରେ ଗାଡ଼ି ଧରି ଘରୁ ବାହାରୁଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ଗମ୍ଭୀର ସ୍ଥିତି ଦେଖାଦେବା ଆଶଙ୍କାରେ ସେମାନଙ୍କୁ ସାବାଡ୍ କରିବା ପାଇଁ କଡ଼ା ନିୟମ ମଧ୍ୟ କରାଯାଇଛି। ଏହାସତ୍ୱେ  […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଭଦ୍ରକରେ ଖୋଲିବ ବହି, ଷ୍ଟେସ୍‌ନାରୀ ଦୋକାନ

bhadrak

ଭଦ୍ରକ(ପାର୍ଥ ସାରଥୀ ନାୟକ): କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ  ସାରା ଦେଶରେ ଲକ୍‌ଡାଉନ୍‌  ଚାଲିଛି। ଏପରି ସ୍ଥିତିରେ ଅତ୍ୟାବଶ୍ୟକୀୟ ଦୋକନ ବଜାରକୁ ଛାଡ଼ି ଦେଲେ ସବୁ କିଛି ବନ୍ଦ ରହିଛି। ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି।

Advertisment

ହେଲେ କିଛି ଅମାନିଆ ଲୋକ ବିନା କିଛି କାମରେ ଗାଡ଼ି ଧରି ଘରୁ ବାହାରୁଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ଗମ୍ଭୀର ସ୍ଥିତି ଦେଖାଦେବା ଆଶଙ୍କାରେ ସେମାନଙ୍କୁ ସାବାଡ୍ କରିବା ପାଇଁ କଡ଼ା ନିୟମ ମଧ୍ୟ କରାଯାଇଛି। ଏହାସତ୍ୱେ  ନାନା ବାହାନା କରି ବହୁ  ଲୋକ ଗାଡି ଧରି ବାହାରକୁ ଆସୁଛନ୍ତି। ଆଜି ସକାଳୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଭଦ୍ରକ ସହରରେ।publive-image

ବାଇକ ଓ ଚାରି ଚକିଆ ଗାଡ଼ି ଧରି ବଜାରକୁ ଜିନିଷ କିଣିବାକୁ ନ ଆସିବାକୁ  ଗତକାଲି ଭଦ୍ରକ ପୁଲିସ୍ ପକ୍ଷରୁ ଲୋକଙ୍କୁ କୁହାଯାଇଥିଲା। ଏଥିସହ ଯିଏ ନିୟମ ପାଳନ ନକରିବ ଜରିମାନା ଆଦାୟ କରାଯିବ ବୋଲି ଚେତାବନୀ  ମଧ୍ୟ ଦିଆଯାଇଥିଲା ।  ବାଇକ ଚାଳକଙ୍କ ନିକଟରୁ ୨୦୦୦ ଟଙ୍କା ଓ ଚାରି ଚକିଆ ଯାନ ନିକଟରୁ ୫୦୦୦ଟଙ୍କା ଜରିମାନା ଆଦାୟ ହେବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ଟ୍ୱିଟ  ଓ ମାଇକ ପ୍ରଚାର କରି  କୁହାଯାଇଥିଲା।

Advertisment

ତଥାପି ଆଜି ସକାଳେ ବହୁ ଲୋକ  କଟକଣାକୁ ନମାନି ବାଇକ ଓ ଚାରି ଚକିଆ ଯାନରେ ବଜାରକୁ ଆସିଥିଲେ। ଫଳରେ ପୁଲିସ ସେହି ଗାଡ଼ିଗୁଡିକ ଜବତ କରି ଟାଉନ ଥାନାକୁ ଆଣିଛି। ଏପର୍ଯ୍ୟନ୍ତ ୧୫୦ରୁ ଉର୍ଦ୍ଧ୍ଵ ବାଇକ ଓ ୬ଟି ଚାରି ଚକିଆ ଯାନକୁ ଜବତ କରାଯାଇଛି।