Advertisment

ଅଭିଯୋଗକାରୀଙ୍କୁ ଥାନାକୁ ଡାକି ନିସ୍ତୁକ ପିଟିଲେ ଏସ୍ଆଇ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଥାନାକୁ ଡକାଇ ଅଭିଯୋଗକାରୀଙ୍କୁ ନିର୍ଧୁମ ପିଟିଲେ ପୁଲିସ ଏସ୍ଆଇ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଏସ୍ଆଇଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗିନ ଅଭିଯୋଗ। ଅଭିଯୋଗକାରୀ ଏନେଇ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଏସ୍‌ଆଇଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିବା ଯୁବକଙ୍କ ନାଁ ରଶ୍ମୀକାନ୍ତ ସାହୁ। ତାଙ୍କ ଘର ତିର୍ତ୍ତୋଲ ଥାନା ଅଧୀନ କ୍ରିଷ୍ଣାନନ୍ଦପୁର ପଞ୍ଚାୟତର ନୂଆଗାଁରେ। ଅଭିଯୋଗ ଅନୁଯାୟୀ, ରଶ୍ମୀକାନ୍ତ ସାହୁ ତାଙ୍କ ନିଜ […]

author-image
Niharika Rout
ଅଦ୍ୟତନ ହୋଇଛି
ଅଭିଯୋଗକାରୀଙ୍କୁ ଥାନାକୁ ଡାକି ନିସ୍ତୁକ ପିଟିଲେ ଏସ୍ଆଇ

Victim

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଥାନାକୁ ଡକାଇ ଅଭିଯୋଗକାରୀଙ୍କୁ ନିର୍ଧୁମ ପିଟିଲେ ପୁଲିସ ଏସ୍ଆଇ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଏସ୍ଆଇଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗିନ ଅଭିଯୋଗ। ଅଭିଯୋଗକାରୀ ଏନେଇ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

Advertisment

ଏସ୍‌ଆଇଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିବା ଯୁବକଙ୍କ ନାଁ ରଶ୍ମୀକାନ୍ତ ସାହୁ। ତାଙ୍କ ଘର ତିର୍ତ୍ତୋଲ ଥାନା ଅଧୀନ କ୍ରିଷ୍ଣାନନ୍ଦପୁର ପଞ୍ଚାୟତର ନୂଆଗାଁରେ।

ଅଭିଯୋଗ ଅନୁଯାୟୀ, ରଶ୍ମୀକାନ୍ତ ସାହୁ ତାଙ୍କ ନିଜ ଜାଗାରେ ଏକ ପାଇଖାନା ନିର୍ମାଣ କରିବାକୁ ଚାହୁଁଥିବା ବେଳେ ତାଙ୍କ ପଡ଼ୋଶୀ ଏଥିରେ ବାଧା ଦେଉଛନ୍ତି। ଏହି ବିବାଦକୁ ନେଇ ରଶ୍ମୀକାନ୍ତ ପ୍ରଥମେ କ୍ରିଷ୍ଣାନନ୍ଦପୁର ଫାଣ୍ଡି ଓ ପରେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ। ମାମଲା ସଂପର୍କରେ ଆଲୋଚନା ପାଇଁ ତିର୍ତ୍ତୋଲ ଥାନା ଏସ୍‌ଆଇ ଅନିରୁଦ୍ଧ ନାୟକ ଗତ ୧୨ ତାରିଖରେ ରଶ୍ମୀକାନ୍ତଙ୍କୁ ଥାନାକୁ ଡକାଇଥିଲେ। ହେଲେ ରଶ୍ମୀକାନ୍ତ ସେଠାରେ ପହଂଚିବା ପରେ ତାଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ଏସ୍‌ଆଇ ନାୟକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ପାଇପରେ ନିସ୍ତୁକ ମାଡ଼ମାରିଥିଲେ। ଅନ୍ୟ ପୁଲିସ୍ କର୍ମଚାରୀ ତାଙ୍କୁ ଏଥିରେ ସହାୟତା କରିଥିଲେ।

Advertisment

ଗୁରୁତର ଆହତ ହୋଇ ରଶ୍ମୀକାନ୍ତ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ l ଏହାପରେ ଘଟଣାକୁ ନେଇ ଜଗତସିଂହପୁର ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଘଟଣା ସଂପର୍କରେ ସଂପୃକ୍ତ ଏସଆଇଙ୍କ ମତାମତ ମିଳିପାରିନଥିବା ବେଳେ ମାମଲାର ତଦନ୍ତ ଜାରି ରହିଥିବା କହିଛନ୍ତି ତିର୍ତ୍ତୋଲ ଏସଡିପିଓ।

Corrupt Police