Advertisment

ସରପଞ୍ଚଙ୍କ ବାଡ଼ି ପଛପଟୁ ୪ ପେଟି ମଦ ଜବତ

ବାଙ୍କୀ( ସଞ୍ଜୀବ କୁମାର ନାୟକ): ରାତି ପାହିଲେ ରାଜ୍ଯରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ଯାୟ ଭୋଟ୍ ଗ୍ରହଣ। ନିର୍ବାଚନକୁ ଆଖି ଆଗରେ ରଖି ସବୁଆଡ଼େ ପୁଲିସ୍ ଛାନ୍ଭିନ୍ କରୁଛି। କେଉଁଠି ଟଙ୍କା ବଣ୍ଟା ହେଉଛି ତ ଆଉ କେଉଁଠି ମଦ। ଏହି ଧାରାରେ ଆଜି ଅପରାହ୍ନରେ ବାଙ୍କୀ ପୁଲିସ୍ ସ୍ଥାନୀୟ ତାଳବସ୍ତ ଅଞ୍ଚଳରୁ ୪ ପେଟି ମଦ ଜବତ କରିଛି। ଏହି ମଦ ଜଣେ ସରପଞ୍ଚଙ୍କ ବାଡ଼ି ପଛପଟୁ ଜବତ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ୍ […]

author-image
Jagamohan Maharana
ଅଦ୍ୟତନ ହୋଇଛି
ସରପଞ୍ଚଙ୍କ ବାଡ଼ି ପଛପଟୁ ୪ ପେଟି ମଦ ଜବତ

bankilll

ବାଙ୍କୀ( ସଞ୍ଜୀବ କୁମାର ନାୟକ): ରାତି ପାହିଲେ ରାଜ୍ଯରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ଯାୟ ଭୋଟ୍ ଗ୍ରହଣ। ନିର୍ବାଚନକୁ ଆଖି ଆଗରେ ରଖି ସବୁଆଡ଼େ ପୁଲିସ୍ ଛାନ୍ଭିନ୍ କରୁଛି। କେଉଁଠି ଟଙ୍କା ବଣ୍ଟା ହେଉଛି ତ ଆଉ କେଉଁଠି ମଦ। ଏହି ଧାରାରେ ଆଜି ଅପରାହ୍ନରେ ବାଙ୍କୀ ପୁଲିସ୍ ସ୍ଥାନୀୟ ତାଳବସ୍ତ ଅଞ୍ଚଳରୁ ୪ ପେଟି ମଦ ଜବତ କରିଛି। ଏହି ମଦ ଜଣେ ସରପଞ୍ଚଙ୍କ ବାଡ଼ି ପଛପଟୁ ଜବତ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ୍ କେଉଁ ଠାରୁ ଏହି ମଦ ଜବତ କରିଛି ସେ ସମ୍ପର୍କରେ ସୂଚନା ଦେବାକୁ ମନା କରିଦେଇଛି।
ମଦ ଜବତ କରି ମଧ୍ଯ କେଉଁ ଠାରୁ ଓ କେମିତି ଅବସ୍ଥାରେ ଜବତ କରାଗଲା ସେ ନେଇ ପୁଲିସ୍ ମୁହଁ ନ ଖୋଲିବା ହିଁ ସବୁଠାରୁ ଆଶ୍ଚର୍ଯ୍ଯର କଥା। ପୁଲିସ୍ର ଏଭଳି ଆଚରଣ ପଛରେ କାରଣ କଣ ତାହାହିଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Advertisment