ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ’ ଆହ୍ୱାନରେ ନବ ନିର୍ମାଣ କୃଷକ ସଂଗଠନ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ସଂଗଠନର କର୍ମକର୍ତ୍ତା ରାଜ୍ୟର ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିବା ସହ ଦୋକାନ ବଜାର ବନ୍ଦ କରୁଛନ୍ତି।
ତେବେ ପୁଲିସ୍ ବିଭିନ୍ନ ସ୍ଥାନରେ ଆନ୍ଦୋଲନରତ ଚାଷୀଙ୍କୁ ଉଠାଇ ନେଉଥିବା ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରର ପଟିଆ-ନନ୍ଦନକାନନ ରାସ୍ତାରେ ବନ୍ଦ ବେଳେ ୧୦ ଜଣ ଆନ୍ଦୋଳନକାରୀଙ୍କୁ ପୁଲିସ୍ ଉଠାଇ ନେଇଛି।
ସେହିପରି ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥକୁ ଚାଷୀ ଅବରୋଧ କରିଥିଲେ। ସେଠାରେ ପୁଲିସ୍ ୨୦ରୁ ଊର୍ଦ୍ଧ୍ୱ ଆନ୍ଦୋଲନକାରୀଙ୍କୁ ଉଠାଇ ନେଇ ଅଟକ ରଖିଛି।
ଜଗତସିଂହପୁରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ବସ୍ଷ୍ଟାଣ୍ଡ ନିକଟରେ ବନ୍ଦ ପାଳନ ବେଳେ ୩୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କୁ ପୁଲିସ୍ ଉଠାଇ ନେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସାମାନ୍ୟ ବଚସା ହେଲା କାଳ; ସାଙ୍ଗ ଭୁଷି ଦେଲା ଛୁରୀ
ହଠାତ୍ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। । ଏଥିରେ ଉତ୍ତ୍ୟକ୍ତ ହୋଇ ବିନୟ ପାଖରେ ଥିବା ଏକ ଛୁରୀରେ ଅନ୍ତିଆଙ୍କୁ ଭୁଷି ଦେଇଥିଲେ।
Events & Festivals
ସଜେଇ ହେଲାଣି ଭୁବନେଶ୍ୱର, କାଲିଠୁ ପ୍ରବାସୀ ଭାରତୀୟଙ୍କ ମହାମେଳି
ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରବାସୀ ଭାରତୀୟଙ୍କ ମହାମେଳି। ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ।
Accident
ଛିଡ଼ା ହୋଇଥିଲା ଟ୍ରକ୍, ପିଟିଦେଲା ଟ୍ରଲର
ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଟ୍ରଲର। ଏହି ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର କ୍ୟାବିନରେ ଚାପି ହୋଇ ଗୁରୁତର ହୋଇଛନ୍ତି।
Crime
ମହାଠକ ହଂସିତାଙ୍କ ଘରେ ପଶିଲା ଆୟକର ଟିମ୍, ୧୨ଟି ସ୍ଥାନରେ ରେଡ
ଆଜି ମହାଠକ ହଂସିତା ଅଭିଲିପ୍ସାଙ୍କ ଘର ସମେତ ଅଫିସରେ ଚଢ଼ାଉ କରିଛି ଆୟକର ଟିମ୍। ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍ ।
Accident
ସକାଳୁ ସକାଳୁ ନିଆଁ ପୋଉଁଥିଲେ ଦମ୍ପତି, ଜଳିଗଲେ ସ୍ୱାମୀ
ଅସାବଧାନତାବଶଃତ ହଠାତ୍ ସ୍ୱାମୀଙ୍କ ଶରୀରରେ ଲାଗିଗଲା ନିଆଁ। ଦେଖୁଦେଖୁ ହୁତୁହୁତୁ ହୋଇ ଜଳିବାକୁ ଲାଗିଲେ ସ୍ୱାମୀ।