Advertisment

ଚାଷୀଙ୍କୁ ଉଠାଇ ନେଲା ପୁଲିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ’ ଆହ୍ୱାନରେ ନବ ନିର୍ମାଣ କୃଷକ ସଂଗଠନ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ସଂଗଠନର କର୍ମକର୍ତ୍ତା ରାଜ୍ୟର ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିବା ସହ ଦୋକାନ ବଜାର ବନ୍ଦ କରୁଛନ୍ତି। ତେବେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଆନ୍ଦୋଲନରତ ଚାଷୀଙ୍କୁ ଉଠାଇ ନେଉଥିବା ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରର ପଟିଆ-ନନ୍ଦନକାନନ ରାସ୍ତାରେ ବନ୍ଦ ବେଳେ ୧୦ ଜଣ ଆନ୍ଦୋଳନକାରୀଙ୍କୁ ପୁଲିସ୍‌ ଉଠାଇ ନେଇଛି। ସେହିପରି […]

ଅଦ୍ୟତନ ହୋଇଛି
ଚାଷୀଙ୍କୁ ଉଠାଇ ନେଲା ପୁଲିସ୍‌

jsp

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ’ ଆହ୍ୱାନରେ ନବ ନିର୍ମାଣ କୃଷକ ସଂଗଠନ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ସଂଗଠନର କର୍ମକର୍ତ୍ତା ରାଜ୍ୟର ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିବା ସହ ଦୋକାନ ବଜାର ବନ୍ଦ କରୁଛନ୍ତି।

Advertisment

ତେବେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଆନ୍ଦୋଲନରତ ଚାଷୀଙ୍କୁ ଉଠାଇ ନେଉଥିବା ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରର ପଟିଆ-ନନ୍ଦନକାନନ ରାସ୍ତାରେ ବନ୍ଦ ବେଳେ ୧୦ ଜଣ ଆନ୍ଦୋଳନକାରୀଙ୍କୁ ପୁଲିସ୍‌ ଉଠାଇ ନେଇଛି।

publive-imageସେହିପରି ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥକୁ ଚାଷୀ ଅବରୋଧ କରିଥିଲେ। ସେଠାରେ ପୁଲିସ୍‌ ୨୦ରୁ ଊର୍ଦ୍ଧ୍ୱ ଆନ୍ଦୋଲନକାରୀଙ୍କୁ ଉଠାଇ ନେଇ ଅଟକ ରଖିଛି।

Advertisment

ଜଗତସିଂହପୁରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ବସ୍‌ଷ୍ଟାଣ୍ଡ ନିକଟରେ ବନ୍ଦ ପାଳନ ବେଳେ ୩୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କୁ ପୁଲିସ୍‌ ଉଠାଇ ନେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe