Advertisment

ଗୋଇଠା ମାରିଲା ପୁଲିସ, ଭିଡିଓ ଭାଇରାଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକ୍ ପାଇଁ ଧାରଣା ଦେଇଥିବା ଆଇସିଟି ସଂଯୋଜକଙ୍କୁ ପୁଲିସର ମାଡ଼। ଛଟେଇ ପ୍ରତିବାଦରେ ଗତକାଲି ପ୍ରାୟ ୪ ହଜାର ଆଇସିଟି କର୍ମଚାରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ଏହି ସମୟରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଆନ୍ଦୋଳନରତ ସଂଯୋଜକଙ୍କୁ ମାଡ଼ ମାରିଥିଲେ । ସଂଯୋଜକଙ୍କୁ ଆଇଆଇସି ଗୋଇଠା ମାରିବାର ଦୃଶ୍ୟ ଏବେ ସିସିିଟିଭିରେ କଏଦ ହୋଇଛି । ସେତିକି ନୁହେଁ, ଆନ୍ଦୋଳନରତ ୨୨ ଜଣଙ୍କୁ ଖାରବେଳନଗର ଥାନା […]

ଗୋଇଠା ମାରିଲା ପୁଲିସ, ଭିଡିଓ ଭାଇରାଲ୍

po

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକ୍ ପାଇଁ ଧାରଣା ଦେଇଥିବା ଆଇସିଟି ସଂଯୋଜକଙ୍କୁ ପୁଲିସର ମାଡ଼। ଛଟେଇ ପ୍ରତିବାଦରେ ଗତକାଲି ପ୍ରାୟ ୪ ହଜାର ଆଇସିଟି କର୍ମଚାରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ଏହି ସମୟରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଆନ୍ଦୋଳନରତ ସଂଯୋଜକଙ୍କୁ ମାଡ଼ ମାରିଥିଲେ ।

Advertisment

ସଂଯୋଜକଙ୍କୁ ଆଇଆଇସି ଗୋଇଠା ମାରିବାର ଦୃଶ୍ୟ ଏବେ ସିସିିଟିଭିରେ କଏଦ ହୋଇଛି । ସେତିକି ନୁହେଁ, ଆନ୍ଦୋଳନରତ ୨୨ ଜଣଙ୍କୁ ଖାରବେଳନଗର ଥାନା ପୋଲିସ ଅଟକ ରଖିଛି।

ଏହାକୁ ନେଇ ଆଇସିଟି କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେମାନଙ୍କ ବାରମ୍ବାର ପ୍ରତିଶ୍ରୁତି ଦେଇ ଭଣ୍ଡେଇବା ପରେ ଏବେ ପୁଲିସ ଲଗାଇ ମାଡ ମରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ମହିଳା କର୍ମଚାରୀଙ୍କୁ ମହିଳା ପୁଲିସ ନୁହେଁ, ପୁରୁଷ ପୁଲିସମାନେ ଟାଣି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି।

Advertisment

ତେବେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସଂପର୍କରେ ପୁଲିସର ପ୍ରତିକ୍ରିୟା ମିଳି ପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe