Advertisment

ମୁଣ୍ଡଳିରେ ଝାଳନାଳ ହେଲେ ଅଗ୍ନିଶମ କର୍ମଚାରୀ, ଭୁବନେଶ୍ୱରରୁ ଠାବ ହେଲେ ଯୁବକ

କଟକ/ଆଠଗଡ଼(ଓଡ଼ିଶା ରିପୋର୍ଟର): ମହାନଦୀ ମୁଣ୍ଡଳି ବ୍ରିଜ୍ ଉପରେ ସ୍କୁଟି ମିଳିବା ଘଟଣାରେ ନାଟକୀୟ ଯବନିକା ପଡ଼ିଛି। ସ୍କୁଟି ଥୋଇ କେହି ନଦୀକୁ ଡେଇଁଥିବା ଆଶଙ୍କାରେ ଚାଲିଥିବା ତନାଘନାରେ ପଡ଼ିଲା ପୂର୍ଣ୍ଣଛେଦ। ନଦୀରେ କେହି ବୁଡ଼ି ଯାଇଥିବା ଆଶଙ୍କାରେ ଅଗ୍ନିଶମ କର୍ମଚାରୀ ସକାଳୁ ଝାଳନାଳ ହୋଇଥିବା ବେଳେ ଉକ୍ତ ଯୁବକଙ୍କୁ ଠାବ କରିଛି  ପୁଲିସ୍‌। ଯୁବକଜଣକଙ୍କ ଘର ଅନୁଗୁଳ ସିମିଳିପଡ଼ାରେ ଓ ତାଙ୍କ ନାଁ ରଘୁରଞ୍ଜନ ମହାପାତ୍ର ବୋଲି ଜଣାପଡ଼ିଛି। ରଘୁରଞ୍ଜନ ନଦୀକୁ ଡେଇଁନଥିଲେ, ପରନ୍ତୁ ସ୍କୁଟି ଖରାପ […]

ମୁଣ୍ଡଳିରେ ଝାଳନାଳ ହେଲେ ଅଗ୍ନିଶମ କର୍ମଚାରୀ, ଭୁବନେଶ୍ୱରରୁ ଠାବ ହେଲେ ଯୁବକ

raghuranjan

Advertisment

କଟକ/ଆଠଗଡ଼(ଓଡ଼ିଶା ରିପୋର୍ଟର): ମହାନଦୀ ମୁଣ୍ଡଳି ବ୍ରିଜ୍ ଉପରେ ସ୍କୁଟି ମିଳିବା ଘଟଣାରେ ନାଟକୀୟ ଯବନିକା ପଡ଼ିଛି। ସ୍କୁଟି ଥୋଇ କେହି ନଦୀକୁ ଡେଇଁଥିବା ଆଶଙ୍କାରେ ଚାଲିଥିବା ତନାଘନାରେ ପଡ଼ିଲା ପୂର୍ଣ୍ଣଛେଦ। ନଦୀରେ କେହି ବୁଡ଼ି ଯାଇଥିବା ଆଶଙ୍କାରେ ଅଗ୍ନିଶମ କର୍ମଚାରୀ ସକାଳୁ ଝାଳନାଳ ହୋଇଥିବା ବେଳେ ଉକ୍ତ ଯୁବକଙ୍କୁ ଠାବ କରିଛି  ପୁଲିସ୍‌।

Advertisment

ଯୁବକଜଣକଙ୍କ ଘର ଅନୁଗୁଳ ସିମିଳିପଡ଼ାରେ ଓ ତାଙ୍କ ନାଁ ରଘୁରଞ୍ଜନ ମହାପାତ୍ର ବୋଲି ଜଣାପଡ଼ିଛି। ରଘୁରଞ୍ଜନ ନଦୀକୁ ଡେଇଁନଥିଲେ, ପରନ୍ତୁ ସ୍କୁଟି ଖରାପ ହେବାରୁ ଥୋଇ ପଳାଇଥିବା କଥା କହିଛନ୍ତି।

ଏନେଇ ରଘୁରଞ୍ଜନ କହିଛନ୍ତି, ‘ପାରିବାରିକ କଳହ ହେତୁ ଗତ ରାତିରେ ଘରୁ ବାହାରି ସ୍କୁଟିରେ ପଳାଇ ଆସିଥିଲି। ସ୍କୁଟିରେ ଅନୁଗୋଳରୁ ଆସିବା ପରେ ମୁଣ୍ଡଳି ବ୍ରିଜ ନିକଟରେ ଗାଡ଼ିଟି ଖରାପ ହୋଇଗଲା। ଏହାପରେ ଗାଡ଼ିଟିକୁ ବ୍ରିଜ ଉପରକୁ ଆଣି ଥୋଇଥିଲି। ସେଠାରୁ ଏକ ଟ୍ରକ୍‌ରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲି। ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ସେଠାରେ ଶୋଇ ପଡ଼ିଥିଲି। ସକାଳେ ଖବର ପାଇଲି ଗାଡ଼ିକୁ ପୁଲିସ୍‌ ନେଇ ଯାଇଛି। ଘଟଣା ଜାଣି ଗୋଡ଼ିପଡ଼ା ଫାଣ୍ଡିକୁ ଆସିଛି।’ ଗାଡ଼ି ନିକଟରେ ପଡ଼ିଥିବା ଚପଲ ସମ୍ପର୍କରେ ପଚରାଯିବାରୁ ଉକ୍ତ ଚପଲ ତାଙ୍କର ନୁହେଁ  ବୋଲି ସଫା ସଫା କହିଛନ୍ତି ରଘୁରଞ୍ଜନ ।

Advertisment

ସୂଚନାଯୋଗ୍ୟ, ଆଜି ସକାଳୁ ମୁଣ୍ଡଳି ବ୍ରିଜ ଉପରେ ଏକ ସ୍କୁଟି ଥୁଆ ହୋଇଥିବା ବେଳେ ତା’ ନିକଟରେ ଚପଲ ଓ ହେଲମେଟ ଥିଲା। ଏହାଦେଖି କେହି ନଦୀକୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକେ ଅନୁମାନ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।  ଏହାପରେ ପୁଲିସ୍‌ ପହଞ୍ଚିବା ସହ ଆଠଗଡ଼ ଓ ବାରଙ୍ଗ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜିକୁ ଜୋରଦାର କରିଥିଲେ। ତେବେ ପ୍ରାୟ ୫ ଘଣ୍ଟା ପରେ ସମ୍ପୃକ୍ତ ଯୁବକଙ୍କୁ ଭୁବନେଶ୍ୱରରୁ ଠାବ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe