Advertisment

ତେଜୁଛି ପୁଲିସ୍-ଓକିଲ ବିବାଦ: ହୁତ୍ ହୁତ୍ ହୋଇ ଜଳିଲା ପିସିଆର୍‌ ଭ୍ୟାନ

କଟକ (ଓଡ଼ିଶା ରିପୋର୍ଟର): କଟକରେ ଓକିଲଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାପରେ ପୁଲିସ୍-ଓକିଲ ବିବାଦ ତେଜିବାରେ ଲାଗିଛି। ଆଜି RDC ଅଫିସ୍‌ ସାମ୍ନାରେ ଏକ ପିସିଆର୍‌ ଭ୍ୟାନକୁ ପୋଡ଼ି ଦିଆଯାଇଛି। କଟକ ନୂଆବଜାର ଅଞ୍ଚଳରେ ଗତକାଲି ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ପିସିଆର ଭ୍ୟାନ୍‌ରେ ଥିବା କର୍ମଚାରୀଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ପୁଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ହେବା ସହ […]

ଅଦ୍ୟତନ ହୋଇଛି
ତେଜୁଛି ପୁଲିସ୍-ଓକିଲ ବିବାଦ: ହୁତ୍ ହୁତ୍ ହୋଇ ଜଳିଲା ପିସିଆର୍‌ ଭ୍ୟାନ

pcr-van-burning-in-cuttack

Advertisment

କଟକ (ଓଡ଼ିଶା ରିପୋର୍ଟର): କଟକରେ ଓକିଲଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାପରେ ପୁଲିସ୍-ଓକିଲ ବିବାଦ ତେଜିବାରେ ଲାଗିଛି। ଆଜି RDC ଅଫିସ୍‌ ସାମ୍ନାରେ ଏକ ପିସିଆର୍‌ ଭ୍ୟାନକୁ ପୋଡ଼ି ଦିଆଯାଇଛି।

Advertisment

କଟକ ନୂଆବଜାର ଅଞ୍ଚଳରେ ଗତକାଲି ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ପିସିଆର ଭ୍ୟାନ୍‌ରେ ଥିବା କର୍ମଚାରୀଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ପୁଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ହେବା ସହ ଆଇନଜୀବୀମାନେ ଚାଉଳିଆଗଞ୍ଜ ଥାନା ଘେରାଉ କରିଥିଲେ।

ସେପଟେ ମାଡ଼ ଘଟଣା ପ୍ରତିବାଦରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ଆସନ୍ତାକାଲି ଯାଏ କାର୍ଯ୍ୟରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛି। ଏଥିରେ ରାଜ୍ୟର ସମସ୍ତ ବାର୍‌ ଆସୋସିଏସନ୍‌ ସାମିଲ୍‌ ହେବାକୁ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିବେଦନ କରିଛି।

Advertisment

ଅନ୍ୟପକ୍ଷରେ ଆଇନ୍‌ଜୀବୀଙ୍କ ଏକ ପ୍ରତିନିଧି ଦଳ ଆଜି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଛି। ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି। ଆସନ୍ତାକାଲି ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe