pihu
ଯାଜପୁର(ସଞ୍ଜିବ ନାୟକ): ଯାଜପୁର ଜିଲ୍ଲା ବିଝାଂରପୁର ଥାନା ମଧୁସୁଦନପୁର ଗ୍ରାମର ବହୁଚର୍ଚ୍ଚିତ ପିହୁ ନିଖୋଜ ମାମଲାରେ ଆସିଛି ମୋଡ଼। ପିହୁ ସମ୍ପର୍କରେ ସୂଚନା ଦେଲେ ପୁଲିସ ପକ୍ଷରୁ ମିଳିବ ୫ ଲକ୍ଷ ଟଙ୍କା ପୁରସ୍କାର। ଏନେଇ ଆଜି ବିଝାଂରପୁର ପୁଲିସ ପକ୍ଷରୁ ଥାନା ସହ ସ୍ଥାନୀୟ ବିଭିନ୍ନ ଛକରେ ପୋଷ୍ଟର ଲଗାଯାଇଛି।
ନିଖୋଜ ହେବାର ଦୁଇ ବର୍ଷ ବିତିଥିଲେ ବି ପୁଲିସ ପିହୁକୁ ଠାବ କରିବାରେ ବିଫଳ ହୋଇଛି। ତେଣୁ ପିହୁର ମା’ ଘଟଣାର ସିବିଆଇ ତଦନ୍ତ ଲାଗି ବାରମ୍ବାର ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେଇଆସୁଛନ୍ତି। ତେଣୁ ପିହୁକୁ ଉଦ୍ଧାର କରିବା ଲାଗି ସହାୟତା ଓ ସୂଚନା ଦେବା ବ୍ୟକ୍ତିକୁ ପୁଲିସ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରି ତଦନ୍ତକୁ ଆଗକୁ ନେବାକୁ ଉଦ୍ୟମ କରାଯାଉଥିବା ବିଝାଂରପୁର ଥାନା ଅଧିକାରୀଙ୍କ ସୂଚନାରୁ ଜଣାପଡ଼ିଛି।
ଅନ୍ୟପଟେ ଏଭଳି ଘଟଣା ଦେଖି ସଫଳତା ପାଇବାରେ ପୁଲିସ ଫେଲ ମାରିଥିବା ଅଲୋଚନା ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/pihu-1.jpg)