ଓଡ଼ିଶା ନିର୍ବାଚନୀ ଅଙ୍କକଷା: କାହା ଉପରେ ଚନ୍ଦ୍ରବାବୁ, ଶିବୁ ଓ ମମତାଙ୍କ ନଜର?

ପ୍ରକାଶ ସେଠୀ ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଓଡ଼ିଶାରେ ୫୨ ବିଧାନସଭା ଓ ୫ ଲୋକସଭା ସିଟରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିବା ପରେ ରାଜ୍ୟ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୦୧୪ ସାଧାରଣ ନିର୍ବାଚନରେ ଶିବୁ ସୋରେନଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମସି) ଓଡ଼ିଶାରେ ନିଜର ଭାଗ୍ୟ ପରୀକ୍ଷା କରିସାରିଥିବାରୁ ଚନ୍ଦ୍ରବାବୁ ପ୍ରଥମଥର ପାଇଁ […]

CARTOON FINAL

CARTOON FINAL

Sampad Mahapatra
  • Published: Sunday, 09 December 2018
  • Updated: 09 December 2018, 03:18 PM IST

Sports

Latest News

ପ୍ରକାଶ ସେଠୀ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଓଡ଼ିଶାରେ ୫୨ ବିଧାନସଭା ଓ ୫ ଲୋକସଭା ସିଟରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିବା ପରେ ରାଜ୍ୟ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୦୧୪ ସାଧାରଣ ନିର୍ବାଚନରେ ଶିବୁ ସୋରେନଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମସି) ଓଡ଼ିଶାରେ ନିଜର ଭାଗ୍ୟ ପରୀକ୍ଷା କରିସାରିଥିବାରୁ ଚନ୍ଦ୍ରବାବୁ ପ୍ରଥମଥର ପାଇଁ ୨୦୧୯ ନିର୍ବାଚନରେ ଏ ରାଜ୍ୟର ରାଜନୀତିରେ ପାଦ ଥାପିବେ। ତେବେ ପଡ଼ୋଶୀ ରାଜ୍ୟରେ ଦୃଢ଼ ସଂଗଠନ ଥିବା ଏହି ୩ ଦଳ ନିର୍ବାଚନବେଳେ ଓଡ଼ିଶା ରାଜନୀତିରେ ସକ୍ରିୟ ହେଲେ ତାହା କେଉଁ ଦଳର ଭୋଟ୍ ବ୍ୟାଙ୍କରେ ଛିଦ୍ର କରିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି।

ରାଜନୀତିକ ବିଶ୍ଳେଷକଙ୍କ ମତରେ ରାଜ୍ୟର ପଡ଼ୋଶୀ ରାଜ୍ୟରେ ସକ୍ରିୟ ଥିବା ଏହି ୩ ରାଜନୀତିକ ଦଳ ଓଡ଼ିଶାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିବା ଏକ ନିର୍ବାଚନୀ ରଣନୀତିର ଅଂଶବିଶେଷ। ରାଜ୍ୟର ୧୧ଟି ସୀମାବର୍ତ୍ତୀ ଜିଲ୍ଲାର ଭୋଟ ସମୀକରଣକୁ ପ୍ରଭାବିତ କରିବା ନିମନ୍ତେ ଜେଏମଏମ ଓ ତୃଣମୂଳ କଂଗ୍ରେସ ସହ ଏଥର ଟିଡିପି ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବ।ଏହି ୩ ରାଜନୀତିକ ଦଳ ଏବେ ବିଜେପିର କଟ୍ଟରବିରୋଧୀ ହୋଇଥିବାବେଳେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିଜେପିକୁ ଅପେକ୍ଷାକୃତ ଅଧିକ ସଫଳତା ମିଳିଥିଲା।ଏହି ଜିଲ୍ଲାଗୁଡ଼ିକରେ ବିଜେପି ୪୩୭ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୧୬୯ଟିରେ ବିଜୟୀ ହୋଇଥିବାବେଳେ ଅଣସୀମାବର୍ତ୍ତୀ ଜିଲ୍ଲାରେ ୪୦୯ଟି ଜିଲ୍ଲା ପରିଷଦ ଆସନରୁ ୧୨୮ଟିରେ ଜିତିଥିଲା ।

୨୦୧୪ ନିର୍ବାଚନରେ ବିଜେଡିକୁ ବିଧାନସଭା ନିର୍ବାଚନରେ ହାରାହାରି ୪୩.୯ ପ୍ରତିଶତ ଭୋଟ୍ ମିଳିଥିଲେ ମଧ୍ୟ ସୀମାବର୍ତ୍ତୀ ୧୧ଟି ଜିଲ୍ଲାରେ ବିଭିନ୍ନ କାରଣରୁ ଦଳର ଭୋଟ ହାର ହ୍ରାସ ପାଇଥିବା ବିଭିନ୍ନସ୍ତରରେ ଏକାଧିକ ସର୍ଭେ ପରେ ଜାଣିବାକୁ ପାଇଛି। ସୀମାବର୍ତ୍ତୀ ଜିଲ୍ଲାର ୪୭ଟି ବିଧାନସଭା ସିଟ୍ ଏବେ ବିଜେଡି ସଂଗଠନ ପାଇଁ ଚିନ୍ତାର କାରଣ ହୋଇ ରହିଛି। ସୁନ୍ଦରଗଡ଼, ମୟୂରଭଞ୍ଜ, ମାଲକାନଗିରି ଓ ବରଗଡ଼ରେ ବିଜେପି ଆଖିଦୃଶିଆ ଫଳାଫଳ କରିଥିଲା। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ତୁଳନାରେ ଆଦିବାସୀ ଅଧ୍ୟୁଷ୍ୟିତ ଜିଲ୍ଲାଗୁଡ଼ିକରେ ବିଜେପିର ସ୍ଥିତି ଅପେକ୍ଷାକୃତ ଦୃଢ଼ ରହିଛି।

୩ ପ୍ରମୁଖ ଆଞ୍ଚଳିକ ଦଳ ସହ ଅଲିଖିତ ବୁଝାମଣା?

ଅପରପକ୍ଷରେ ଉପକୂଳ ଓଡ଼ିଶା ବିଜେଡିର ଦୁର୍ଗ ହୋଇଥିବାବେଳେ ସୀମାବର୍ତ୍ତୀ ଓ ଆଦିବାସୀବହୁଳ ଜିଲ୍ଲାରେ ବିଜେଡି ନିଜର ପୁରୁଣା ସ୍ଥିତିକୁ ଫେରି ପାଇବା ପାଇଁ ଏଭଳି ପଡ଼ୋଶୀ ରାଜ୍ୟର ୩ ପ୍ରମୁଖ ଆଞ୍ଚଳିକ ଦଳ(ଅବଶ୍ୟ ଟିଏମସି ଏବେ ଜାତୀୟ ଦଳ) ସହ ଅଲିଖିତ ବୁଝାମଣା କରିଥିବାର ଚର୍ଚ୍ଚା ହେଉଛି। ଏସବୁ ଜିଲ୍ଲାରେ ବିଜେଡି ପ୍ରତି ବିମୁଖ ଥିବା ଲୋକଙ୍କ ଭୋଟରୁ ଏକ ବଡ଼ ଅଂଶ ବିଜେପି ପରିବର୍ତ୍ତେ ନିଜ ଆଡ଼କୁ ନେବାରେ ଏହି ୩ଦଳ ସଫଳ ହେଲେ ବିଜେଡି ଫାଇଦାରେ ରହିବ ତଥା ତା’ର ମିଶନ ସଫଳ ହେବ। ତେଣୁ ସୀମାବର୍ତ୍ତୀ ଉତ୍ତର-ପୂର୍ବ ଜିଲ୍ଲାଗୁଡ଼ିକରେ ତୃଣମୂଳ କଂଗ୍ରେସ ଓ ଜେଏମଏମ ଏବଂ ଦକ୍ଷିଣ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଟିଡିପି ନିର୍ବାଚନୀ ମଇଦାନକୁ ଓହ୍ଲାଇବା ବିଜେଡି ପାଇଁ ବିଜୟର ମାର୍ଗକୁ ପ୍ରଶସ୍ତ କରାଇବ ବୋଲି କୁହାଯାଉଛି।

୨୦୧୪ ସାଧାରଣ ନିର୍ବାଚନରେ ଜେଏମଏମ ମୟୂରଭଞ୍ଜ ଲୋକସଭା ସମେତ ମୟୂରଭଞ୍ଜ ଜିଲ୍ଲାର ୮ଟି, ସୁନ୍ଦରଗଡ଼ର ୩ଟି ଓ ସମ୍ବଲପୁରର ୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା।ବିଧାନସଭା ନିର୍ବାଚନରେ ଦଳକୁ ୧ପ୍ରତିଶତ ଭୋଟ୍ ମିଳିଥିଲା। ମୟୂରଭଞ୍ଜ ଲୋକସଭା ଆସନରେ ଜେଏମଏମ୍ ପ୍ରାର୍ଥୀ ହୋଇଥିବା ଦେବାଶୀଷ ମାର୍ଣ୍ଡି(୧.୭୨ଲକ୍ଷ ଭୋଟ ପାଇଥିଲେ) ଏବେ ବିଜେଡିରେ ସାମିଲ ହୋଇଛନ୍ତି ଓ ଦଳ ତାଙ୍କୁ ଲୋକସଭାରୁ ଲଢ଼ାଇବାର ସମ୍ଭାବନା ରହିଛି।

ସେହିପରି ତୃଣମୂଳ କଂଗ୍ରେସ ବାଲେଶ୍ୱର ଲୋକସଭା ସମେତ ୩୯ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା।ଯଦିଓ ଏହି ଦୁଇ ଦଳକୁ କୌଣସି ଭୋଟ୍ ସଫଳତା ମିଳିନଥିଲା ତଥାପି ମୟୂରଭଞ୍ଜ ଓ ବାଲେଶ୍ୱରରେ ଏହି ଦୁଇ ଦଳ ଭୋଟ ରାଜନୀତିକୁ ପ୍ରଭାବିତ କରିବାର କ୍ଷମତା ରଖିଛନ୍ତି।

ଆଣ୍ଟି ଇନକମ୍ବେନ୍ସି ଭୋଟ ବିଭାଜନ ଉଦ୍ୟମ !

ପୂର୍ବରୁ ଦକ୍ଷିଣ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ନିଜର ଦୃଢ଼ ସଂଗଠନ ରଖିଥିବା ବିଜେଡି ପାଇଁ ପଞ୍ଚାୟତ ନିର୍ବାଚନରେ ମାଲକାନଗିରି, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲ୍ଲାର ଫଳାଫଳ ଏବେ ଚ୍ୟାଲେଞ୍ଜ ହୋଇଛି। ଏସବୁ ଜିଲ୍ଲା ତେଲୁଗୁ ଭାଷାଭାଷୀ ଲୋକଙ୍କ ପ୍ରଭାବ ରହିଛି। ତେଣୁ ରାଜ୍ୟ ସରକାର ପ୍ରତି ବଢ଼ୁଥିବା ଆକ୍ରୋଶ ( ଆଣ୍ଟି ଇନକମ୍ବେନ୍ସି ଭୋଟ ) ଓ ଦଳୀୟ କନ୍ଦଳର ଫାଇଦା ବିଜେପି ନେବାର ଆଶଙ୍କା କରି ବିଜେଡି ଏବେ ତେଲୁଗୁ ଭୋଟ୍ ସହ ଅନ୍ୟ ବର୍ଗର ଭୋଟକୁ ପରୋକ୍ଷରେ ନିଜ ସପକ୍ଷରେ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ଟିଡିପି ଏସବୁ ଜିଲ୍ଲାରେ ପ୍ରାର୍ଥୀ ଦେବାକୁ ଘୋଷଣା କରି ବିଜେପି ପାଇଁ କଣ୍ଟା ସାଜିବ ତଥା ଏହି ମଉକାରେ ବିଜେଡି ପୁଣିଥରେ ୨୦୧୯ ନିର୍ବାଚନରେ ନିଜର ସଫଳତା ଦୋହରାଇବାକୁ ସକ୍ଷମ ହେବ ବୋଲି ଆକଳନ କରାଯାଉଛି।

୨୦୧୪ ବିଧାନସଭା ନିର୍ବାଚନରେ ବିଜେଡିକୁ ୪୩.୯ ପ୍ରତିଶତ, କଂଗ୍ରେସକୁ ୨୬ % ଓ ବିଜେପିକୁ ୧୮.୨% ଭୋଟ୍ ମିଳିଥିଲାବେଳେ ଆମ ଓଡ଼ିଶା ପାର୍ଟି, ସମତା କ୍ରାନ୍ତି ଦଳ ଓ ଜେଏମଏମ୍ ୧ ପ୍ରତିଶତ ଲେଖାଏ ଭୋଟ୍ ପାଇଥିଲେ। ଅନ୍ୟାନ୍ୟ ଦଳ ୯.୯% ଭୋଟ୍ ପାଇଥିଲେ। ବିଜେଡି ନିଜର ଓ କଂଗ୍ରେସର ଭୋଟ ହାର ହ୍ରାସ ପାଇବାର ଆଶଙ୍କା କରୁଥିବାବେଳେ ବାକି ଥିବା ୯.୯ ପ୍ରତିଶତ ଭୋଟରେ ବିଜେପି ଛିଦ୍ର କରି ସଫଳ ହେବାର ସମ୍ଭାବନା ଥିବାରୁ ପ୍ରଚ୍ଛଦପଟ୍ଟରେ ରହି ଟିଡିପି ଓ ତୃଣମୂଳ କଂଗ୍ରେସ ଭଳି ଦଳକୁ ରାଜ୍ୟର ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବାର ମାର୍ଗ ପ୍ରଶସ୍ତ କରାଇଛି ବୋଲି ତଥ୍ୟାଭିଜ୍ଞ ମହଲ ଆକଳନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story