Advertisment

କଟକ ଗୁଳିମାଡ଼ ଘଟଣା: ପଦାକୁ ଆସୁଛି କିଲର୍ ହୁକୁର ପଲିଟିକାଲ ଲିଙ୍କ୍

କଟକ ନୁଆପଡା ପ୍ରେସ କଲୋନୀରେ ରିଙ୍କୁ ଜେନା ହତ୍ୟାକାଣ୍ଡ କୁ ନେଇ ଏବେକାର ସଦର ବିଧାୟକ ଓ ପୂର୍ବତନ ବିଧାୟକ ମୁହାଁମୁହିଁ । ରିଙ୍କୁ ହତ୍ୟାକାଣ୍ଡ ଘଟଣା ପାଇଁ ପରୋକ୍ଷରେ ବିଧାୟକ ପ୍ରକାଶ ସେଠୀଙ୍କୁ ଇଙ୍ଗିତ କରିଛନ୍ତି ଚନ୍ଦ୍ର ସାରଥି।

author-image
Jitendra Garnayak
Huku1

ହୁକୁର ପଲଟିକାଲ ଲିଙ୍କ୍‌

କଟକ ନୁଆପଡା ପ୍ରେସ କଲୋନୀରେ ରିଙ୍କୁ ଜେନା ହତ୍ୟାକାଣ୍ଡ କୁ ନେଇ ଏବେକାର ସଦର ବିଧାୟକ ଓ ପୂର୍ବତନ ବିଧାୟକ ମୁହାଁମୁହିଁ । ରିଙ୍କୁ ହତ୍ୟାକାଣ୍ଡ ଘଟଣା ପାଇଁ ପରୋକ୍ଷରେ ବିଧାୟକ ପ୍ରକାଶ ସେଠୀଙ୍କୁ ଇଙ୍ଗିତ କରିଛନ୍ତି ଚନ୍ଦ୍ର ସାରଥି। ସେ କହିଛନ୍ତି ସ୍ଥାନୀୟ ବିଧାୟକ ଅପରାଧୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ନିଶା କାରବାର ସଦର ନିର୍ବାଚନମଣ୍ଡଳୀର ବଢି ଚାଲିଛି , ଦିନ ଦ୍ବିପହରରେ ଅପରାଧୀ ବନ୍ଧୁକ ଧରି ବୁଲୁଛନ୍ତି ଏବଂ ହତ୍ୟା କରୁଛନ୍ତି।

Advertisment

ପୋଲିସ ଉପରେ ଅପରାଧୀଙ୍କ ଭୟ ନାହିଁ, ଅପରାଧୀକ କାର୍ଯ୍ୟକଳାପ ଥିବା ବ୍ୟକ୍ତିମାନେ ବିଧାୟକଙ୍କ ସମ୍ପର୍କରେ ଅଛନ୍ତି। ସେଥିପାଇଁ ପୋଲିସ ଚାପରେ ରହୁଛି। ବିଧାୟକ ଥାନା କୁ ଫୋନ କରି କିଏ ଗିରଫ ହେବେ କିଏ ମୁକୁଳିବ କହୁଛନ୍ତି। କେବଳ ସେତିକି ନୁହେଁ ଚନ୍ଦ୍ର ସାରଥି କହିଛନ୍ତି ସଦର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଥାନାର ଆଇଆଇସି ଓ ବରିଷ୍ଠ ଅଧିକାରୀମାନଙ୍କ ବଦଳି ଏବଂ କେଉଁ ଥାନାରେ କେଉଁ ଅଧିକାରୀ ରହିବେ ତାହା ବିଧାୟକଙ୍କ ସୁପାରିସରେ ହେଉଛି। ଅନେକ ବେଆଇନ ବାଲିଘାଟ ଚାଲୁଛି ସେଥିରୁ ଅର୍ଥ କାହା ପାଖକୁ ଯାଉଛି ସେ କୁହନ୍ତୁ। ସେପଟେ ହୁକୁ ବିଜେପିରେ ଯୋଗ ଦେଉଥିବା ଏବଂ ବର୍ତ୍ତମାନର ବିଧାୟକ ପ୍ରକାଶ ସେଠୀ ତାଙ୍କୁ ଜଏନ କରାଉଥିବା ଫଟୋ ଭାଇରାଲ କରୁଛି ବିଜେଡି।

ଚନ୍ଦ୍ର ସାରଥୀଙ୍କ ସହ ହୁକୁର ଫଟୋ ଦେଖାଇ କଡା କାଉଣ୍ଟର କରିଛନ୍ତି ବିଧାୟକ ପ୍ରକାଶ ସେଠୀ । ପ୍ରକାଶ କହିଛନ୍ତି ବିଧାୟକ ନିର୍ବାଚନ ହାରିବା ପରେ ପ୍ରହେଳିକା କରୁଛନ୍ତି। ଅପରାଧୀଙ୍କ ସେ ଥିଲେ ପୃଷ୍ଠପୋଷକ, ବର୍ଷ ବର୍ଷ ଧରି ଅପରାଧୀଙ୍କୁ ହାତବାରିସୀ କରି ନିଜ କାମ କରାଉଥିଲେ। ରିଙ୍କୁ ହତ୍ୟାକାଣ୍ଡର ଅଭିଯୁକ୍ତ ତାଙ୍କର ଖାସ ସହଯୋଗୀ, ଏ ଦେଖନ୍ତୁ ଫଟୋ। କିଛି ଦିନ ପୂର୍ବରୁ ବିଜେଡି ରାଲିରେ ଅଭିଯୁକ୍ତ ମଧ୍ୟ ଯାଇଥିଲା ବୋଲି ସେ କହିଛନ୍ତି। ଘଟଣା ପଦାକୁ ଆସିବା ପରେ ଆଜି ଏଭଳି ମିଥ୍ୟା ଆରୋପ କରୁଛନ୍ତି ପୂର୍ବତନ ବିଧାୟକ।

Advertisment

ନିର୍ବାଚନ ମଣ୍ଡଳୀରେ ଅପରାଧ ନିୟନ୍ତ୍ରଣରେ ଅଛି , ସମସ୍ତ ପୋଲିସ ଅଧିକାରୀ ଠିକ ଭାବରେ କାମ କରୁଛନ୍ତି। ପୋଲିସ କାହିଁକି ଚାପରେ ରହିବ ମୋର କୈଣସି ଚାପ ନାହିଁ। ପୋଲିସ ଅଧିକାରୀ କିଏ କେଉଁଠି ରହିବ ତାହା ବିଭାଗ କରୁଛି ମୁଁ ସେ ବାବଦରେ ଜାଣିନାହିଁ। ପ୍ରତିଟି କାମରେ ବିଧାୟକ ପିସି ନେଉଥିଲେ , ବିନା ପିସିରେ ସେ କୈଣସି କାମ ହେଉନଥିଲା, ନିର୍ବାଚନ ମଣ୍ଡଳୀରେ ତାଙ୍କ ସମୟରେ ଯେତିକି ଦୁର୍ନୀତି ହୋଇଛି ଆଗରୁ କେବେ ହୋଇନଥିଲା। ବାଲିଘାଟ ଗୁଡିକରୁ ଟଙ୍କା ସେ ନେଉଥିଲେ ତାଙ୍କ ଲୋକ ସବୁ ବେଆଇନ ବାଲିଘାଟ ଚଲାଉଥିଲେ ବୋଲି କହିଛନ୍ତି ବିଧାୟକ ପ୍ରକାଶ ସେଠୀ।

ଅପରାଧୀଙ୍କ ପଲଟିକାଲ ଲିଙ୍କ ଯୋଗୁଁ ସେମାନେ ମୋଷ୍ଟ ପାଓ୍ବାର ଫୁଲ ହୋଇଯାଉଛନ୍ତି। ପୋଲିସ ବି ସେମାନଙ୍କୁ ହାତ ମାରିବାକୁ ସାହାସ କରୁନି। ଅପରାଧୀମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ମିଳିଲେ ହିଁ ସେମାନେ ଏଭଳି କାମ କରନଥାନ୍ତେ।

କଟକରୁ ଦେବାଶିଷ ମହାନ୍ତିଙ୍କ ରିପୋର୍ଟ