Advertisment

ରାଜ୍ୟ ଦୁର୍ନୀତି ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ବିଜେପି କରିବ ଏମିତି କୌଶଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ‘ପଦଯାତ୍ରା’ ଓ କଂଗ୍ରେସର ‘ଜାଗରଣ ଯାତ୍ର’କୁ ଟକ୍କର ଦେବ ବିଜେପିର ‘ଜନଜାଗରଣ ଯାତ୍ରା’ ଓ ‘ପରିବର୍ତ୍ତନ ଯାତ୍ରା’। ରାଜ୍ୟ କାର୍ଯ୍ୟକାରିଣୀରେ ହୋଇଥିବା ଏହି ନିଷ୍ପତ୍ତି ସଂପର୍କରେ ଆଜି ସୂଚନା ଦେଇଛି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ଏହି ଯାତ୍ରା ପୂର୍ବରୁ ଅକ୍ଟୋବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଦଳ କରିବ ସରକାରଙ୍କ ଦୁର୍ନୀତି ବିରୋଧରେ ହଲ୍ଲାବୋଲ ଅଭିଯାନ। ସରକାରଙ୍କ ବିରୋଧରେ ୧୦ଟି ଦୁର୍ନୀତିର ପୋଲ୍‌ ଖୋଲିବା ପାଇଁ ପ୍ରତି ବ୍ଲକରେ ହେବ […]

ରାଜ୍ୟ ଦୁର୍ନୀତି ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ବିଜେପି କରିବ ଏମିତି କୌଶଳ

bjp

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ‘ପଦଯାତ୍ରା’ ଓ କଂଗ୍ରେସର ‘ଜାଗରଣ ଯାତ୍ର’କୁ ଟକ୍କର ଦେବ ବିଜେପିର ‘ଜନଜାଗରଣ ଯାତ୍ରା’ ଓ ‘ପରିବର୍ତ୍ତନ ଯାତ୍ରା’। ରାଜ୍ୟ କାର୍ଯ୍ୟକାରିଣୀରେ ହୋଇଥିବା ଏହି ନିଷ୍ପତ୍ତି ସଂପର୍କରେ ଆଜି ସୂଚନା ଦେଇଛି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ଏହି ଯାତ୍ରା ପୂର୍ବରୁ ଅକ୍ଟୋବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଦଳ କରିବ ସରକାରଙ୍କ ଦୁର୍ନୀତି ବିରୋଧରେ ହଲ୍ଲାବୋଲ ଅଭିଯାନ।

Advertisment

ସରକାରଙ୍କ ବିରୋଧରେ ୧୦ଟି ଦୁର୍ନୀତିର ପୋଲ୍‌ ଖୋଲିବା ପାଇଁ ପ୍ରତି ବ୍ଲକରେ ହେବ ଏହି ଆନ୍ଦୋଳନ। ନଭେମ୍ବର ୧ରୁ ୩୦ ତାରିଖ ଯାଏ ରାଜ୍ୟ ସରକାରଙ୍କ ବିରୋଧରେ ଲୋକମତ ସୃଷ୍ଟି ଉଦ୍ଦେଶ୍ୟରେ ଗାଁ ଗାଁରେ ପହଞ୍ଚିବା ପାଇଁ ନେତା କରିବେ ‘ଜନଜାଗରଣ ଯାତ୍ରା’।

ସେହିପରି ଡିସେମ୍ବର ୧ରୁ ୩୦ ତାରିଖ ଯାଏ କେନ୍ଦ୍ରୀୟ ନେତାଙ୍କ ସହ ମିଶି ରାଜ୍ୟ ନେତାଏ ବିଧାନସଭା କ୍ଷେତ୍ର ସହ ବ୍ଲକ ଓ ସହରରେ କରିବେ ‘ପରିବର୍ତ୍ତନ ଯାତ୍ରା’।

Advertisment

ଏପଟେ ନିଜ ସଫଳତାର ଗାଥା ଲୋକଙ୍କୁ କହିବା ପାଇଁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ‘ଜନସଂପର୍କ ପଦଯାତ୍ରା’ କରୁଛି ବିଜେଡି। ଏହି ଯାତ୍ରା ବେଳେ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସହ କେନ୍ଦ୍ର ଅବହେଳାର ପ୍ରସଙ୍ଗ ମଧ୍ୟ ଉଠାଉଛନ୍ତି ବିଜେଡି ନେତା।

ସେପଟେ ଯାତ୍ରା ରାଜନୀତିରେ ମଧ୍ୟ ପଛରେ ନାହିଁ କଂଗ୍ରେସ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା କଥା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବାଲେଶ୍ୱରରୁ ଦଳ ଆରମ୍ଭ କରିଛି ‘ଜାଗରଣ ଯାତ୍ରା’। ନଭେମ୍ବରରୁ ଆରମ୍ଭ ହେଉଥିବା ବିଜେପିର ‘ଜନଜାଗଣ ଯାତ୍ରା’କୁ ବିଜେଡି କପି-ଯାତ୍ରା ବୋଲି କହୁଥିବା ବେଳେ କଂଗ୍ରେସ ମଧ୍ୟ ଏହାକୁ କଟାକ୍ଷ କରିଛି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ବିଜେଡି ମୁଖପାତ୍ର କହିଛନ୍ତି- “ଦିନକୁ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ପଢ଼ିବାରେ ଲାଗିଛି। ଏଥିରେ ବିଜେପି ଭୟଭୀତ ହୋଇପଡ଼ିଛି। ଦୀର୍ଘ ୧୦ ବର୍ଷ ଧରି ଆମେ କରୁଥିବା ପଦଯାତ୍ରାକୁ ସେମାନେ କପି କରୁଛନ୍ତି। କିନ୍ତୁ ସେମାନେ ସେଥିରେ ସଫଳ ହେବେ ନାହିଁ।”

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି- “ସାଢ଼େ ୪ ବର୍ଷ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ। ସେମାନେ କ’ଣ ଅନ୍ୟକୁ ଦୋଷ ଦେଉଛନ୍ତି? ବର୍ତ୍ତମାନ ଭାରତ ଶାସନ ହେଉଛି- ମାଙ୍କଡ଼ ହାତରେ ଶାଳଗ୍ରାମ, ନଚେଇ ନଚେଇ ନେଲା ପ୍ରାଣ।

ଗୋଟିଏ ମାସ ଧରି ବିଜେଡି ପଦଯାତ୍ରା କରୁଥିବା ବେଳେ ବିଜେପି କରିବ ଦୁଇମାସର ଯାତ୍ରା। ନିର୍ବାଚନର ଢେର ପୂର୍ବୁରୁ ଲୋକଙ୍କ ପାଖକୁ ଯିବାକୁ ତିନି ଦଳର ଏ ସଜବାଜ ରାଜ୍ୟ ରାଜନତୀକୁ ଉଷ୍ଣ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe