Advertisment

'ବନ୍ଦେ ଉତ୍କଳ ଜନନୀ..' ସମୂହ ଗାନକୁ ନେଇ ରାଜନୈତିକ ବିବାଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ବନ୍ଦେ ଉତ୍କଳ ଜନନୀ..’କୁ ନେଇ ରାଜ୍ୟ ରାଜନୀତି ପୁଣି ତେଜିଛି। ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ଶାସକ ଦଳ ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେପି ନେତା ଖାରବେଳେ ସ୍ୱାଇଁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରସଙ୍ଗ ନେଇ ବିଜେଡିକୁ ଟାର୍ଗେଟ୍ କରିଥିବାବେଳେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରିଛନ୍ତି। ଅନ୍ୟପଟେ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହାର ପ୍ରତିକ୍ରିୟା ରଖିଛନ୍ତି। […]

'ବନ୍ଦେ ଉତ୍କଳ ଜନନୀ..' ସମୂହ ଗାନକୁ ନେଇ ରାଜନୈତିକ ବିବାଦ

congress

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): 'ବନ୍ଦେ ଉତ୍କଳ ଜନନୀ..'କୁ ନେଇ ରାଜ୍ୟ ରାଜନୀତି ପୁଣି ତେଜିଛି। ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ଶାସକ ଦଳ ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେପି ନେତା ଖାରବେଳେ ସ୍ୱାଇଁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରସଙ୍ଗ ନେଇ ବିଜେଡିକୁ ଟାର୍ଗେଟ୍ କରିଥିବାବେଳେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରିଛନ୍ତି। ଅନ୍ୟପଟେ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହାର ପ୍ରତିକ୍ରିୟା ରଖିଛନ୍ତି।

Advertisment

କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ 'ବନ୍ଦେ ଉତ୍କଳ ଜନନୀ..' ସମୂହ ଗାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ନେତା ଖାରବେଳ ସ୍ୱାଇଁ। ସେ କହିଛନ୍ତି, କେବଳ ରାଜନୈତିକ ଉଦ୍ଦେଶ୍ୟ ପାଇଁ 'ବନ୍ଦେ ଉତ୍କଳ ଜନନୀ..' ଗାନ କରାଗଲା। ପ୍ରଧାନମନ୍ତ୍ରୀ କାଳେ ନାଁ ନେଇଯିବେ, ତେଣୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଖାରବେଳ।

ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଆଙ୍କ ଭାବାବେଗ ବୁଝୁ ନ ଥିବା ଅଣଓଡ଼ିଆ ପରାମର୍ଶଦାତା ଏହି ନିଷ୍ପତ୍ତି ନେଲେ। ଦୀର୍ଘ ୨୦ ବର୍ଷ ଧରି 'ବନ୍ଦେ ଉତ୍କଳ ଜନନୀ..'କୁ 'ରାଜ୍ୟ ସଙ୍ଗୀତ' ମାନ୍ୟତା ଦେଇ ପାରିଲେ ନାହିଁ ନବୀନ। ପଶ୍ଚିମ ଓଡ଼ିଶାର ମୁଷ୍ଟିମେୟ ଲୋକଙ୍କ ବିରୋଧ ଯୋଗୁ ନବୀନ ରାଜ୍ୟ ସଙ୍ଗୀତ ମାନ୍ୟତା ଦେଉନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ବିଜେପିରେ ଥାଇ ବି ମୁଁ ସମର୍ଥନ କରୁନି, ତେଣୁ 'ବନ୍ଦେ ଉତ୍କଳ ଜନନୀ..' ଗାଇଲି ନାହିଁ। ତେବେ କରୋନା ଯୋଦ୍ଧାଙ୍କୁ ସମ୍ମାନ ପାଇଁ ଅନ୍ୟ କିଛି କରାଯାଇ ପାରିଥାନ୍ତା ବୋଲି କହିଛନ୍ତି ଖାରବେଳ ସ୍ବାଇଁ।

Advertisment

ଏନେଇ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଉଭୟ ବିଜେପି ଓ ବିଜେଡିକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଘଣ୍ଟ ଓ ଘଣ୍ଟି ବାଡ଼େଇବା ଉଦ୍ଦେଶ୍ୟ ଯାହା ଥିଲା, ନବୀନ ମଧ୍ୟ ଠିକ୍ ସେହିପରି କରିଛନ୍ତି। ନିଜର ଅସଫଳତାକୁ ଘୋଡ଼ାଇବା ପାଇଁ ଏଭଳି ଅନେକ ପ୍ରକାର ନାଟକବାଜୀ ହେଉଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ବିରାଧୀଙ୍କ ଅଭିଯୋଗକୁ ନେଇ ଉତ୍ତର ରଖିଛନ୍ତି ବରିଷ୍ଠ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ। ରାଜନୈତିକ ଲୋକ ରାଜନୈତିକ ବିବାଦ କରିବେ। ଏଥିରେ ରାଜନୀତି ପୁରାଇବା ଉଚିତ ନୁହେଁ। ପଶ୍ଚିମ ଓଡ଼ିଶାର କିଛି ବନ୍ଧୁ ମଧ୍ୟ ଏହାକୁ ଗ୍ରହଣ କରୁନାହାନ୍ତି। ବିଳମ୍ବରେ ହେଲେ ବି କାର୍ଯ୍ୟ ସିଦ୍ଧି ହୋଇ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି ବୋଲି କହିଛନ୍ତି ସୌମ୍ୟ ରଞ୍ଜନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe