Advertisment

ରାଜନୀତି ପାର୍ଟ ଟାଇମ୍‌ ଜବ୍‌ ନୁହେଁ: ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜନୀତି ପାର୍ଟ ଟାଇମ୍‌ ଜବ୍‌ ନୁହେଁ। ଏହାକୁ ବୃତ୍ତି କରିବାକୁ ପଡ଼ିବ ବୋଲି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ‘ଅମିତ ଶାହ ଓ ବିଜେପି ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚନ ଉତ୍ସବରେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏପରି କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜନୀତି ଏକ ପାର୍ଟ ଟାଇମ୍‌ ଜବ୍ ନୁହେଁ। ରାଜନୀତିକୁ ବୃତ୍ତି କରି ୨୪ ଘଣ୍ଟା କାମ କରିବାକୁ ପଡ଼ିବ। ତାହା ନକଲେ ଆଧୁନିକ ପ୍ରତିଯୋଗିତାମୂଳକ ବ୍ୟବସ୍ଥାରେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ରାଜନୀତି ପାର୍ଟ ଟାଇମ୍‌ ଜବ୍‌ ନୁହେଁ: ସୌମ୍ୟରଞ୍ଜନ ପଟ୍ଟନାୟକ

Soumaya

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜନୀତି ପାର୍ଟ ଟାଇମ୍‌ ଜବ୍‌ ନୁହେଁ। ଏହାକୁ ବୃତ୍ତି କରିବାକୁ ପଡ଼ିବ ବୋଲି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। 'ଅମିତ ଶାହ ଓ ବିଜେପି ଯାତ୍ରା' ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚନ ଉତ୍ସବରେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏପରି କହିଛନ୍ତି।

Advertisment

ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜନୀତି ଏକ ପାର୍ଟ ଟାଇମ୍‌ ଜବ୍ ନୁହେଁ। ରାଜନୀତିକୁ ବୃତ୍ତି କରି ୨୪ ଘଣ୍ଟା କାମ କରିବାକୁ ପଡ଼ିବ। ତାହା ନକଲେ ଆଧୁନିକ ପ୍ରତିଯୋଗିତାମୂଳକ ବ୍ୟବସ୍ଥାରେ ସଫଳତା କମ୍‌ ମିଳିବ। ଅମିତ ଶାହଙ୍କ ରାଜନୀତି ପ୍ରତି ଯେଉଁ ଆଭିମୁଖ୍ୟ ଥିଲା ସେହି କଥାକୁ ସେ ଯଦି ୧୦ ବର୍ଷ ତଳେ କହି ଥାଆନ୍ତେ, ତାହାହେଲେ ତାଙ୍କୁ ଲୋକ ଥଟାରେ ଉଡାଇ ଦେଇଥାଆନ୍ତେ। ତେବେ ୨୦୧୪ ମସିହା ଉତ୍ତରପ୍ରଦେଶ ନିର୍ବାଚନରେ ତାଙ୍କୁ ଅଦ୍ଭୁତ ସଫଳତା ମିଳିଥିଲା। ରାଜନୈତିକ ଦୃଶ୍ୟପଟରେ ଯେଉଁ କେତେ ଜଣ ଲୋକ ଅଛନ୍ତି ସେମାନଙ୍କ ଭିତରେ ଅମିତ ଶାହ ଜଣେ ଅଦ୍ଭୁତ ସଫଳ କାହାଣୀର ନାୟକ ଅଟନ୍ତି। ଏହି ପୁସ୍ତକଟିକୁ ଭୋଟ୍‌ କାଙ୍ଗାଳ ନେତାମାନେ ପଢ଼ିବା ଉଚିତ। ବହୁ ନେତା ଅଛନ୍ତି, ସେମାନଙ୍କୁ ଭୋଟ୍‌ ମିଳୁନାହିଁ। ବହୁ ନେତା ଅଛନ୍ତି ସଫଳତା ହାସଲ କରିପାରୁନାହାନ୍ତି। ସେମାନେ ଏହି ପୁସ୍ତକ ପଢ଼ିଲେ ସଫଳତା ମିଳିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେ ଆହୁରି କହିଛନ୍ତି, ଗଣତନ୍ତ୍ର ଓ ରାଜନୀତି ସମ୍ପର୍କରେ ରାଜନୀତି ବିଜ୍ଞାନରେ ଯାହା ସବୁ ପଢା ଯାଉଥିଲା ସେ ସବୁ ଆଉ ଘଟୁ ନାହିଁ। ନିର୍ବାଚନ ଜିତିବା ସବୁ ରାଜନୈତିକ ଦଳର ଲକ୍ଷ୍ୟ ହୋଇଯାଇଛି। ଯଦି ଏଥିରେ ସଂସ୍କାର ନଆସିବ ତା’ହେଲେ ଗଣତନ୍ତ୍ର ବେଶୀ ଦିନ ତିଷ୍ଠି ପାରିବ ନାହିଁ। ସରପଞ୍ଚଙ୍କୁ ଜିତିବା ପାଇଁ ମଧ୍ୟ ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଜିତିବା ପାଇଁ ନେତାଙ୍କର ଆଚରଣ ଓ ଉଚ୍ଚାରଣ ବଦଳି ଯାଉଛି। ଅମିତ ଶାହ ୟୁପି ଜିତିବା ପଛରେ ସୋଶାଲ୍‌ ଇଞ୍ଜିନିୟରିଂପ୍ରମୁଖ କାରଣ। ଭାଷା, ଜାତି, ଧର୍ମକୁ ପଛରେ ପକାଇ ହିତାଧିକାରୀ ବର୍ଗ ତିଆରି ହୋଇଛି। ଯାହାଦ୍ୱାରା ୩୦ ପ୍ରତିଶତ ଭୋଟ୍‌ କେହି କାଟି ପାରିବେ ନାହିଁ। ରାଜନୀତିରେ ଅର୍ଥର ପ୍ରଭାବକୁ ବାଦ ଦେଇ ସମର୍ପଣ ଭାବ ସହ ତୃଣମୂଳ ସ୍ତରରେ ଯୋଡ଼ି ହେବା ଆବଶ୍ୟକ। ନିର୍ବାଚନରେ ମାତ୍ର ୧୦ ହଜାର ଭୋଟ ଯେଉଁମାନେ ପାଉନାହାନ୍ତି ତାଙ୍କୁ ପରବର୍ତ୍ତୀ ନିର୍ବାଚନରେ ଟିକେଟ ଦେବା ଅନୁଚିତ। ଏଭଳି ପଦକ୍ଷେପ ରାଜନୈତିକ ଦଳମାନଙ୍କୁ ନେବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Advertisment