bhadrak-300x185
ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ରାଣୀତାଲ କେନାଲ ରୋଡ ନିକଟରୁ ୨ ବ୍ରାଉନସୁଗର ବେପାରୀଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ପାଖରୁ ୩୦ଗ୍ରାମର ବ୍ରାଉନସୁଗର ସହ ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ ଜବତ କରାଯାଇଛି। ଗିରଫ ଦୁଇଜଣ ହେଲେ ବନମାଳୀ ମଲିକ୍ ଏବଂ ଭରତ ମଲିକ୍। ସେମାନଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଉଳପୋଖରୀ ଗାଁରେ।
ସୂଚନା ଅନୁସାରେ, ଗତକାଲି ବନମାଳୀ ଓ ଭରତ ଭଦ୍ରକରୁ ବାଇକ୍ରେ ବ୍ରାଉନସୁଗର ନେଇ ଯାଉଥିବା ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହା ପରେ ରାଣୀତାଲ ଛକରେ ଜଗି ରହିଥିଲା। ରାଣୀତାଲ ଛକରେ ବନମାଳୀ ଓ ଭରତ ପୁଲିସକୁ ଦେଖି ପଳାଇଯାଉଥିବା ବେଳେ ରାଣୀତାଲ କେନାଲ ରୋଡ ନିକଟରେ ପୁଲିସ୍ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କ ପାଖରୁ ୩୦ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି ପୁଲିସ୍ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/bhadrak-300x185-2.jpg)