Advertisment

ବାଲାଟ୍‌ ପେପର ନେଇ ଚମ୍ପଟ୍ ମାରିଲେ ଏଜେଣ୍ଟ, ଭୋଟ୍‌ ବାତିଲ

ଭଦ୍ରକ(ପ୍ରାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ କଟସାହି ପଞ୍ଚାୟତ ୧ ନମ୍ବର ଓ୍ୱାର୍ଡରେ  ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଜଣେ ଏଜେଣ୍ଟ ବୁଥରୁ ବାଲାଟ୍‌ ପେପର ଛଡ଼ାଇ ନେଇଯାଇଥିବା ଅଭିଯୋଗ ହୋଇଛି। ବାଲାଟ୍ ପେପର ଛଡ଼ାଇ ନେବା ପରେ  ନିର୍ବାଚନକୁ ବାତିଲ କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ  ପୁନଃ ମତଦାନ କରାଯିବ ବୋଲି ଅତିରିକ୍ତ ପିଡି କୁଶଳ ଚନ୍ଦ୍ର ନାୟକ କହିଛନ୍ତି। ଏଜେଣ୍ଟଙ୍କ ମାଡ଼ରେ ଜଣେ ବୃଦ୍ଧା ଆହତ ହୋଇଥିବା ଅଭିଯୋଗ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ବାଲାଟ୍‌ ପେପର ନେଇ  ଚମ୍ପଟ୍ ମାରିଲେ ଏଜେଣ୍ଟ, ଭୋଟ୍‌ ବାତିଲ

Bhadrak

ଭଦ୍ରକ(ପ୍ରାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ କଟସାହି ପଞ୍ଚାୟତ ୧ ନମ୍ବର ଓ୍ୱାର୍ଡରେ  ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଜଣେ ଏଜେଣ୍ଟ ବୁଥରୁ ବାଲାଟ୍‌ ପେପର ଛଡ଼ାଇ ନେଇଯାଇଥିବା ଅଭିଯୋଗ ହୋଇଛି। ବାଲାଟ୍ ପେପର ଛଡ଼ାଇ ନେବା ପରେ  ନିର୍ବାଚନକୁ ବାତିଲ କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ  ପୁନଃ ମତଦାନ କରାଯିବ ବୋଲି ଅତିରିକ୍ତ ପିଡି କୁଶଳ ଚନ୍ଦ୍ର ନାୟକ କହିଛନ୍ତି। ଏଜେଣ୍ଟଙ୍କ ମାଡ଼ରେ ଜଣେ ବୃଦ୍ଧା ଆହତ ହୋଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଏଜେଣ୍ଟ ଜଣଙ୍କ  ହେଲେ ନୃସିଂହ ଚରଣ ଜେନା।

Advertisment

ମିଳିଥିବା ସୂଚନା ଅନୁସାରେ, କଟସାହି ପଞ୍ଚାୟତ ୧ ନମ୍ବର ଓ୍ୱାର୍ଡରେ ଆଜି ସକାଳେ ମତଦାନ ଚାଲିଥିଲା। ୩୬ ଜଣ ଭୋଟର ଭୋଟ ଦେବା ପରେ ନୃସିଂହ ବାଲାଟ ପେପର ନେଇ ଦୌଡ଼ି ପଳାଇଥିଲେ। ଏହି ସମୟରେ ବୃଦ୍ଧା ଜଣଙ୍କ ଭୋଟ ଦେବାକୁ ଠିଆ ହୋଇଥିଲେ। ନୃସିଂହ ତାଙ୍କୁ ଠେଲି ଦେଇ ବାଲାଟ୍ ପେପର ନେଇ ଚମ୍ପଟ ମାରିଥିଲେ।

ପୁଲିସ ଓ ସ୍ଥାନୀୟ ଲୋକେ ଗୋଡ଼ାଇ ନୃସିଂହଙ୍କୁ ଧରି ଥାନାକୁ  ଆଣିଥିବା ଜଣାପଡ଼ିଛି। ଏଜେଣ୍ଟ ଜଣଙ୍କ ଏପରି କ’ଣ ପା‌ଇଁ କଲେ କାରଣ ଜଣାପଡ଼ି ନାହିଁ। ପୁଲିସ ଏଜେଣ୍ଟଙ୍କୁ ଅଟକ ରଖି ପଚାରଉଚରା କରୁଛି।

Advertisment

ପ୍ରିଜାଇଡିଂ ଅଫିସର ଜିତେନ୍ଦ୍ର ସାହୁ କହିଛନ୍ତି, ଆଜି ସକାଳେ ଭୋଟ ଚାଲିଥିବାବେଳେ ଏଜେଣ୍ଟ ନୃସିଂହ ଚରଣ ଜେନା ବେଞ୍ଚ ତଳେ ପଶି  ବାଲାଟ୍ ପେପର ନେଇ ପଳାଇଥିଲେ। ପୁଲିସ ତାଙ୍କ  ଧରି ଥାନାକୁ ନେଇଛି।

Panchayat Election Violence Odisha Panchayat Election 2022