Advertisment

ଭୋଟ୍‌ ପରେ ବୁଥ୍‌ରେ ପଶିଲେ ବିଜେଡି ପ୍ରାର୍ଥୀ! ପୋଲିଂ ପାର୍ଟିକୁ ଅଟକାଇଲେ ଲୋକେ

ପାରାଦୀପ (ରମାକାନ୍ତ ନାୟକ): ନିର୍ଦ୍ଧାରିତ ସମୟରେ ଶାନ୍ତିଶୃଙ୍ଖଳାରେ ସରିଥିଲା ମତଦାନ। ଭୋଟ୍‌ ବାକ୍ସ ସିଲ୍‌ ଚାଲିଥିବା ବେଳେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ବୁଥ୍‌ରେ ଜବଦସ୍ତ ପଶିଥିଲେ। ଯାହାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ଏପରି ଚିତ୍ର ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ଼ରେ ଦେଖିବାକୁ ମିଳିଛି। ଦୁଇ ଘଣ୍ଟା ପରେ ଗାଁ ଲୋକେ ପୋଲିଂ କର୍ମଚାରୀଙ୍କୁ ଛାଡ଼ିଥିବା ଜଣାପଡ଼ିଛି। କୁଜଙ୍ଗ ବ୍ଲକ୍‌ ପାରାଦୀପ […]

ଅଦ୍ୟତନ ହୋଇଛି
ଭୋଟ୍‌ ପରେ ବୁଥ୍‌ରେ ପଶିଲେ ବିଜେଡି ପ୍ରାର୍ଥୀ! ପୋଲିଂ ପାର୍ଟିକୁ ଅଟକାଇଲେ ଲୋକେ

Paradeep

Advertisment

ପାରାଦୀପ (ରମାକାନ୍ତ ନାୟକ): ନିର୍ଦ୍ଧାରିତ ସମୟରେ ଶାନ୍ତିଶୃଙ୍ଖଳାରେ ସରିଥିଲା ମତଦାନ। ଭୋଟ୍‌ ବାକ୍ସ ସିଲ୍‌ ଚାଲିଥିବା ବେଳେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ବୁଥ୍‌ରେ ଜବଦସ୍ତ ପଶିଥିଲେ। ଯାହାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ଏପରି ଚିତ୍ର ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ଼ରେ ଦେଖିବାକୁ ମିଳିଛି। ଦୁଇ ଘଣ୍ଟା ପରେ ଗାଁ ଲୋକେ ପୋଲିଂ କର୍ମଚାରୀଙ୍କୁ ଛାଡ଼ିଥିବା ଜଣାପଡ଼ିଛି।

Advertisment

କୁଜଙ୍ଗ ବ୍ଲକ୍‌ ପାରାଦୀପ ଗଡ଼ ପୋଲିଂ ବୁଥ୍‌ରେ ମତଦାନ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇ ଶେଷ ହୋଇଥିଲା। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ମତଦାନ ସରିଥିଲା। ଏହା ପରେ ପୋଲିଂ କର୍ମଚାରୀମାନେ ସ୍ଥାନୀୟ ଏଜେଣ୍ଟଙ୍କୁ ବାହାରକୁ ଯିବା ପାଇଁ କହିଥିଲେ। ପୋଲିଂ କର୍ମଚାରୀଙ୍କ କଥାକୁ ମାନି ଏଜେଣ୍ଟମାନେ ବାହାରକୁ ପଳାଇ ଆସିଥିଲେ।

ଠିକ୍‌ ସେହି ସମୟରେ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ହାତରେ ଷ୍ଟାମ୍ପ ଧରି ପୋଲିଂ ବୁଥ୍‌ ଭିତରେ ପଶିଥିବା ଅଭିଯୋଗ ହୋଇଛି। ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ସେମାନେ ମଧ୍ୟ ବୁଥ୍‌ ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ୍‌ ସେମାନଙ୍କୁ ଛାଡ଼ି ନଥିଲା। ଯାହା ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ବୁଝାସୁଝା ପରେ ଉତ୍ତ୍ୟକ୍ତ ଲୋକେ ପୋଲିଂ କର୍ମଚାରୀଙ୍କୁ ଛାଡ଼ିଥିଲେ।

Advertisment

ଉତ୍ତ୍ୟକ୍ତ ଲୋକମାନେ ପୋଲିଂ କର୍ମଚାରୀଙ୍କୁ ଛାଡ଼ୁନାହାନ୍ତି। ସେଠାରେ ଆଉଥରେ ପୋଲିଂ କରିବାକୁ ଦାବି କରିଛନ୍ତି। ଖବର ପାଇ ଆଡିସିନାଲ୍‌ ଏସ୍‌ପି ବୁଥ୍‌ରେ ପହଞ୍ଚି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ବାହାର କରିଥିବା ଅଭିଯୋଗ ହୋଇଛି।

ଏନେଇ ଜଣେ ପ୍ରତିନିଧି କୌଳାଶ ମଙ୍ଗରାଜ କହିଛନ୍ତି, “ଯଦି ବୁଥ୍‌ ଭିତରେ କିଛି ହୋଇନାହିଁ, ତାହାହେଲେ ଭୋଟ୍‌ ବାକ୍ସ ଚେକିଂ କରିବା ପାଇଁ ଆମ ପ୍ରତିନିଧିଙ୍କୁ କାହିଁକି ଛାଡ଼ୁନାହଁ? ଏହାର ଅର୍ଥ ବୁଥ୍‌ ଭିତରେ କିଛି ହୋଇଛି। ବିଜେଡି ସମର୍ଥିତ ପ୍ରାର୍ଥୀ ଓ ତାଙ୍କ ଦଳର କର୍ମୀମାନେ ଭିତରେ ପଶିଥିବା ଆମେ ଦେଖିଛୁ।”

ସେପଟେ ଶାସକ ଦଳର ଏପରି କାର୍ଯ୍ୟକୁ ନିନ୍ଦା କରିଛି କଂଗ୍ରେସ। କୁଜଙ୍ଗ ବ୍ଲକ୍‌ କଂଗ୍ରେସ ସାଧାରଣ ସମ୍ପାଦକ ଏସ୍‌.କେ ବସିର ଅଲ୍ଲୀ କହିଛନ୍ତି-“ଶାନ୍ତିଶୃଙ୍ଖଳାରେ ମତଦାନ ଚାଲିଥିଲା। ଅପରାହ୍ନ ଗୋଟାଏ ପରେ ପ୍ରାର୍ଥୀ ଭୋଟ ଦେଇଥିବା ସତ୍ତ୍ୱେ ହାତରେ ଟାମ୍ପ ଧରି ସମର୍ଥକଙ୍କ ସହ ବୁଥ୍‌ ଭିତରେ ପଶିଥିଲେ। ଯାହାକୁ ଆମେ ବିରୋଧ କରିଥିଲୁ। ଖବର ପାଇଁ ଆଡିସିନାଲ୍‌ ଏସ୍‌ପି ପହଞ୍ଚି ତାଙ୍କୁ ବୁଥ୍‌ରୁ ବାହାର କରିଦେଲେ। ହେଲେ ସେତେବେଳେ ତାଙ୍କ ହାତରେ ସିଲ୍‌ ନଥିଲା। ପ୍ରାର୍ଥୀ ସାଥୀରେ ନେଇଥିବା ସିଲ୍‌ ଗଲା କୁଆଡ଼େ? ତେଣୁ ଆମକୁ ଭୋଟ୍‌ ବାକ୍ସ ଯାଞ୍ଚ କରିବାକ ଛଡ଼ା ଯାଉ। ଏଠାରେ ଆଉଥରେ ମତଦାନ କରାଯାଉ।”

Panchayat Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe