Advertisment

ସ୍ପଷ୍ଟ କଲେ ପୁଲିସ କମିଶନର: ଏବେ ପଲ୍ୟୁସନ୍‌ ଓ ବୀମା ଯାଞ୍ଚ ହେଉନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଗାଡ଼ିମୋଟର କାଗଜପତ୍ର ଯାଞ୍ଚ କରାଯାଉଛି। ବିଶେଷକରି ୫ଟି ଭୁଲ୍‌ ଉପରେ ନଜର ଦିଆଯାଇ ଜୋରିମାନା କରାଯାଉଛି। ଗାଡ଼ିର ବୀମା ଓ ପ୍ରଦୂଷଣ ଏବେ ଦେଖାଯାଉ ନାହିଁ। ପରିବହନ ବିଭାଗ ସହ ଆଲୋଚନା କରି ଏହି ନିଷ୍ପତ୍ତି ନିଆଯାଇଥିବା ଦ୍ୱୈତନଗରୀ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ବାଇକ୍‌ରେ […]

ଡକ୍ୟୁମେଣ୍ଟ ପାଇଁ ଦଲାଲଙ୍କଠାରୁ ଦୂରେଇ ରହିବାକୁ ପୁଲିସ କମିଶନର୍‌ଙ୍କ ପରାମର୍ଶ

police

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଗାଡ଼ିମୋଟର କାଗଜପତ୍ର ଯାଞ୍ଚ କରାଯାଉଛି। ବିଶେଷକରି ୫ଟି ଭୁଲ୍‌ ଉପରେ ନଜର ଦିଆଯାଇ ଜୋରିମାନା କରାଯାଉଛି। ଗାଡ଼ିର ବୀମା ଓ ପ୍ରଦୂଷଣ ଏବେ ଦେଖାଯାଉ ନାହିଁ। ପରିବହନ ବିଭାଗ ସହ ଆଲୋଚନା କରି ଏହି ନିଷ୍ପତ୍ତି ନିଆଯାଇଥିବା ଦ୍ୱୈତନଗରୀ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Advertisment

ବାଇକ୍‌ରେ ୩ ଜଣଙ୍କୁ ବସାଇ ନେଲେ, ହେଲମେଟ ନପିନ୍ଧିଲେ, ମଦ ପିଇ ଗାଡ଼ି ଚଳାଉଥିଲେ, ଗାଡ଼ି ଚଳାଉଥିବା ବେଳେ ମୋବାଇଲରେ ଗପୁଥିଲେ ଓ ରାସ୍ତାର ଭୁଲ୍‌ ସାଇଡ୍‌ରେ ଯାଉଥିବା ବ୍ୟକ୍ତିଙ୍କୁ ଜୋରିମାନା କରାଯାଉଛି। ଜୋରିମାନା ବାବଦକୁ ୧ ହଜାର ଟଙ୍କା ଜାଗାରେ ୫ ଶହ ଟଙ୍କା ଆଦାୟ କରୁଛୁ ବୋଲି ପୁଲିସ କମିଶନର କହିଛନ୍ତି।

ପୁଲିସ ପାଟ୍ରୋଲିଂ ଗାଡ଼ିର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଓ ଚାଳକଙ୍କ ଲାଇସେନ୍ସ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ଭୁବନେଶ୍ୱର ରାଜମହଲ ଛକରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ଲାଠି ଚାର୍ଜ କରିଥିଲା। କିନ୍ତୁ ଏହାକୁ ପୁଲିସ କମିଶନର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପୁଲିସର ସବୁ ପାଟ୍ରୋଲିଂ ଗାଡ଼ିର ଫିଟ୍‌ନେସ୍‌ ଠିକ୍‌ ଅଛି। ବିନା ଲାଇସେନ୍ସରେ କୌଣସି ପୁଲିସ ଗାଡ଼ି ଚାଲୁ ନାହିଁ। ଏନେଇ ମିଥ୍ୟା ଖବର ପ୍ରଚାର କରାଯାଉଛି ବୋଲି ପୁଲିସ କମିଶନର କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe