Advertisment

ଡକ୍ୟୁମେଣ୍ଟ ପାଇଁ ଦଲାଲଙ୍କଠାରୁ ଦୂରେଇ ରହିବାକୁ ପୁଲିସ କମିଶନର୍‌ଙ୍କ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଟ୍ରାଫିକ ନିୟମ ପରେ ଏବେ ରାଜ୍ୟରେ ଚାଲିଛି ଜୋରଦାର ଧରପଗଡ଼। କମିଶନରେଟ ପୁଲିସ ପକ୍ଷରୁ ମଧ୍ୟ ଭୁବନେଶ୍ୱରରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। ଏନେଇ ଦ୍ୱୈତନଗରୀ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଆର୍‌ଟିଓ ଅଧିକାରୀ, ଡିସିପି ଟ୍ରାଫିକ୍, ଟ୍ରାଫିକ୍ ଇନ୍ସପେରଙ୍କ ସମେତ ଅନ୍ୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିଥିଲେ। ଜୋରିମାନା ଅଦାୟ ଓ ଏନେଇ ସଚେତନତା କରିବାକୁ ବୈଠକରେ ଫୋକସ୍‌ ରହିଥିଲା। ସେହିପରି ଲାଇସେନ୍ସ ଓ ଅନ୍ୟ ଡକ୍ୟୁମେଣ୍ଟ ପାଇଁ […]

ଅଦ୍ୟତନ ହୋଇଛି
ଡକ୍ୟୁମେଣ୍ଟ ପାଇଁ ଦଲାଲଙ୍କଠାରୁ ଦୂରେଇ ରହିବାକୁ ପୁଲିସ କମିଶନର୍‌ଙ୍କ ପରାମର୍ଶ

police

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଟ୍ରାଫିକ ନିୟମ ପରେ ଏବେ ରାଜ୍ୟରେ ଚାଲିଛି ଜୋରଦାର ଧରପଗଡ଼। କମିଶନରେଟ ପୁଲିସ ପକ୍ଷରୁ ମଧ୍ୟ ଭୁବନେଶ୍ୱରରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। ଏନେଇ ଦ୍ୱୈତନଗରୀ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଆର୍‌ଟିଓ ଅଧିକାରୀ, ଡିସିପି ଟ୍ରାଫିକ୍, ଟ୍ରାଫିକ୍ ଇନ୍ସପେରଙ୍କ ସମେତ ଅନ୍ୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିଥିଲେ। ଜୋରିମାନା ଅଦାୟ ଓ ଏନେଇ ସଚେତନତା କରିବାକୁ ବୈଠକରେ ଫୋକସ୍‌ ରହିଥିଲା।

Advertisment

ସେହିପରି ଲାଇସେନ୍ସ ଓ ଅନ୍ୟ ଡକ୍ୟୁମେଣ୍ଟ ପାଇଁ ଲୋକଙ୍କ ମଧ୍ୟରେ ଭିଡ଼ ଦେଖାଦେଉଛି। ଏନେଇ ଯେପରି କିଛି ଅବ୍ୟବସ୍ଥା ନହେବ ସେ ନେଇ ମଧ୍ୟ ପୁଲିସ ନଜରରେ ରହିଛି। ଦଲାଲଙ୍କଠାରୁ ଦୂରେଇ ରହିବାକୁ ପୁଲିସ କମିଶନର ଡଃ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଟ୍ରାଫିକ୍ କଟକଣା ଓ ଜରିମାନା ଆଦାୟ ନେଇ ପୁଲିସ କମିଶନର ଶ୍ରୀ ଷଡ଼ଙ୍ଗୀ କହିଲେ-“ଆମେ ଲୋକଙ୍କଠାରୁ ଜବରଦସ୍ତ ଜୋରିମାନା ଆଦାୟ କରୁନାହୁଁ। ପୁଲିସ ସର୍ବାଧିକ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରୁଛି। ଅଧିକ ଜୋରିମାନା ଆର୍‌ଟିଓ ଅକାରୀ ଆଦାୟ କରୁଛନ୍ତି। ୧୨ ବର୍ଷ ପର୍ଯ୍ୟନ୍ତ ପିଲା ବାପା ଓ ମାଆଙ୍କ ସହ ଯାଇପାରିବେ। ସ୍କୁଲ ପିଲାଙ୍କୁ ଗାଡ଼ି ମନା। ଧରାପଡ଼ିଲେ ଅଭିଭାବକଙ୍କୁ ଜୋରିମାନା ହେବ। ୨୫ ବର୍ଷ ହେବା ପର୍ଯ୍ୟନ୍ତ ଆଉ ଡ୍ରାଇଭିଂ ଲାଇସେନ୍ସ ମିଳିବ ନାହିଁ। ପୁଲିସ ପାଇଁ ହେଲମେଟ୍‌ ଓ PCR ଚାଳକଙ୍କ ପାଇଁ ସିଟ୍‌ ବେଲ୍‌ଟ ବାଧ୍ୟତାମୂଳକ।”

Advertisment

ନୂଆ ଟ୍ରାଫିକ ନିୟମ ଯାଞ୍ଚ ବେଳେ ଗାଡ଼ି ଚାଳକ ଓ ମାଲିକମାନେ ବିଭିନ୍ନ ଡକ୍ୟୁମେଣ୍ଟ ଦେଇପାରୁନଥିବା ଦେଖିବାକୁ ମିଳିଛି। ଜୋରିମାନା ଦେବାରୁ ବର୍ତ୍ତିବା ପାଇଁ ଏବେ ଗାଡ଼ି ଚାଳକମାନେ ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ଟେଷ୍ଟିଂ ସାର୍ଟିଫିକେଟ ପାଇଁ ଲମ୍ବା ଲାଇନରେ ଆରଟିଓ ଅଫିସ୍‌ ଆଗରେ ଛିଡ଼ା ହେଉଛନ୍ତି। ତେବେ ପଲ୍ୟୁସନ୍‌ ଟେଷ୍ଟରୁ ଲୋକଙ୍କୁ ମିଳିଛି ଆସ୍ୱସ୍ତି। ମାସେ ଯାଏ ପଲ୍ୟୁୟସନ ଚେକିଂ କୋହଳ କରିବାକୁ ନିଷ୍ପତ୍ତି ହୋଇଛି। ଆଜି ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ପରିବହନ ସଚିବ ଜି ଶ୍ରୀନିବାସନ।

ଲୋକେ ପଲ୍ୟୁସନ ଚେକିଂ ସାର୍ଣ୍ଟିଫିକେଟ୍ ମାସକ ମଧ୍ୟରେ ବନାଇବେ। ଏହାସହ ପଲ୍ୟୁୟସନ୍ ଚେକିଂ ସେଣ୍ଟର କିମ୍ବା ଅଧିକ ଘରୋଇ ସଂସ୍ଥାକୁ ଏନେଇ ଅନୁମତି ଦିଆଯିବା ପାଇଁ ପ୍ରସ୍ତୁତି ଚାଲିଛି। ସାଧାରଣ ଲୋକଙ୍କୁ ଅଯଥାରେ ହଇରାଣ ନକରିବାକୁ ପରାମର୍ଶ ଦେଇଛନ୍ତି ସଚିବ। ବିଭାଗୀୟ କର୍ମଚାରୀଙ୍କୁ ଏନେଇ ସେ ପରାମର୍ଶ ଦେଇଛନ୍ତି। ଏପରିକି ଭୁଲ୍‌ରେ ଫାଇନ୍ ଆଦୟ କଲେ ଓଲଟା ଜୋରିମାନା ଦେବେ କର୍ମଚାରୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe