Advertisment

ଶତାଧିକ ରୋଗୀ, ୨ ଜଣ ଡାକ୍ତରଙ୍କୁ ନେଇ ଚାଲିଛି ହାର୍ଟ ଅପରେସନ୍‌

କଟକ(ଓଡ଼ିଶା ରିପୋର୍ଟର): ପୂର୍ବ ଭାରତର ସବୁଠାରୁ ନିର୍ଭରଯୋଗ୍ୟ ଓ ବଡ଼ ଡାକ୍ତରଖାନା ହେଉଛି କଟକ ଏସ୍‌ସିବି ମେଡିକାଲ୍‌। ପ୍ରତିଦିନ ଏଠାକୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସିଥା’ନ୍ତି। କିନ୍ତୁ ଏସ୍‌ସିବିର ହୃଦ୍‌ରୋଗ ବିଭାଗରେ ଡାକ୍ତର ଅଭାବରୁ ଅଚଳାବସ୍ଥା ଦେଖାଦେଇଛି। କାର୍ଡିଓ ଥେରାସିସ୍‌ ତଥା ହୃଦ୍‌ ଓ ବକ୍ଷ ଶଲ୍ୟ ବିଭାଗରେ ହାର୍ଟ ସର୍ଜରୀ ପରି ଗୁରୁତ୍ୱପୂର୍ଣ୍ଣ ଅପରେସନ୍ ପାଇଁ ରୋଗୀ ଓ ତାଙ୍କର ସମ୍ପର୍କୀୟଙ୍କୁ ଦିନ ଦିନ ଧରି ଅପେକ୍ଷା କରି ରହିବାକୁ ପଡୁଛି। ଯାହାକୁ […]

ବଦଳିବ ଏସ୍‌ସିବି ରୂପ, ହେବ ବିଶ୍ୱସ୍ତରୀୟ ମେଡିକାଲ୍‌

scb

Advertisment

କଟକ(ଓଡ଼ିଶା ରିପୋର୍ଟର): ପୂର୍ବ ଭାରତର ସବୁଠାରୁ ନିର୍ଭରଯୋଗ୍ୟ ଓ ବଡ଼ ଡାକ୍ତରଖାନା ହେଉଛି କଟକ ଏସ୍‌ସିବି ମେଡିକାଲ୍‌। ପ୍ରତିଦିନ ଏଠାକୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସିଥା’ନ୍ତି। କିନ୍ତୁ ଏସ୍‌ସିବିର ହୃଦ୍‌ରୋଗ ବିଭାଗରେ ଡାକ୍ତର ଅଭାବରୁ ଅଚଳାବସ୍ଥା ଦେଖାଦେଇଛି। କାର୍ଡିଓ ଥେରାସିସ୍‌ ତଥା ହୃଦ୍‌ ଓ ବକ୍ଷ ଶଲ୍ୟ ବିଭାଗରେ ହାର୍ଟ ସର୍ଜରୀ ପରି ଗୁରୁତ୍ୱପୂର୍ଣ୍ଣ ଅପରେସନ୍ ପାଇଁ ରୋଗୀ ଓ ତାଙ୍କର ସମ୍ପର୍କୀୟଙ୍କୁ ଦିନ ଦିନ ଧରି ଅପେକ୍ଷା କରି ରହିବାକୁ ପଡୁଛି। ଯାହାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

Advertisment

ବିଭାଗରେ ୮ ଜଣ ଡାକ୍ତର ପୋଷ୍ଟ ଥିବାବେଳେ ଆଗରୁ ୪ଜଣ ଡାକ୍ତରରେ ବିଭାଗ ଚାଲୁଥିଲା। ମାତ୍ର ରାଜ୍ୟ ସରକାର ଦୁଇ ଜଣ ଡ଼ାକ୍ତରଙ୍କୁ ବଦଳି କରି ନେଇ ଯିବାପରେ ଏବେ ମାତ୍ର ଦୁଇ ଜଣ ଡ଼ାକ୍ତର ଅପରେସନ କରୁଛନ୍ତି। ଯାହା ଯୋଗୁ ଶତାଧିକ ଗରିବ ରୋଗୀ ମାଗଣା ହାର୍ଟ ଅପରେସନ ପାଇଁ ମାସ ମାସ ଧରି ଅପେକ୍ଷା କରି ରହିବାକୁ ବାଧ୍ୟ ହେଉଛନ୍ତି।

ପ୍ରତି ମାସରେ ଏଠାକୁ ପ୍ରାୟ ଶତାଧିକ ରୋଗୀ ହାର୍ଟ ଅପରେସନ ପାଇଁ ଆସୁଥିବା ବେଳେ ମାତ୍ର ୩୦ ଜଣଙ୍କ ଅପରେସନ ହୋଇପାରୁଛିା ଏଠାରେ ଓପନହାର୍ଟ ସର୍ଜରୀ, କ୍ଳୋଜ ହାର୍ଟସର୍ଜରୀ, ଲଂଗସ ସର୍ଜରୀ,ଭାସକୁଲାର ସର୍ଜରୀ ଓ ଇସୋଫାଗସ୍‌ ସର୍ଜରୀ ପରି ଗୁରୁତ୍ବପୁର୍ଣ୍ଣ ହାର୍ଟ ଅପରେସନ ହୋଇଥାଏ। ଯେଉଁ ଅପରେସନ ପାଇଁ ବେସରକାରୀ ହସ୍‌ପିଟାଲରେ ୪ ରୁ ୫ଲକ୍ଷ ଯାଏଁ ଖର୍ଚ୍ଚ ହୋଇଥାଏ। ତାହା ଏଠାରେ ମାଗଣା ହୋଇଥାଏ।

Advertisment

ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳର ଗରିବ ରୋଗୀ କେବଳ ଏହି ବିଭାଗକୁ ଭରସା ନେଇ ଆସୁଥିବାବେଳେ ଏଭଳି ବିଳମ୍ବକୁ ନେଇ ସରକାର କୌଣସି ପ୍ରତିକାର ବ୍ୟବସ୍ଥା ନକରୁଥିବାରୁ ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ଏହି ଘଟଣାକୁ ସ୍ୱୀକାର କରି ମେଡ଼ିକାଲ କର୍ତ୍ତୃପକ୍ଷ ଡ଼ାକ୍ତରଙ୍କୁ ଅଣାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe