/odisha-reporter/media/post_attachments/uploads/2015/05/modi-1.jpg)
modi 1
ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ଗସ୍ତ ଅବସରରେ ସିଓଲଠାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ କମ୍ପାନୀର ସିଇଓମାନଙ୍କୁ ଭେଟିଛନ୍ତି। ଏହି ଅବସରରେ ପେସ୍କୋ କମ୍ପାନୀ ଅଧ୍ୟକ୍ଷ କୁନ ଓ ଜୁନଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ସେ ଭେଟିଛନ୍ତି। ତେବେ ପ୍ରକଳ୍ପ ନେଇ କ’ଣ ଆଲୋଚନା ହୋଇଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ।
ସିଇଓମାନଙ୍କୁ ଭେଟିବା ପୂର୍ବରୁ ଆଜି ମୋଦି ଭାରତ ଦକ୍ଷିଣ କୋରିଆ ସିଇଓ ଫେ।ରମକୁ ସମୋଧିତ କରିଛନ୍ତି। ମୋଦି ତାଙ୍କ ଭାଷଣରେ କହିଛନ୍ତି ଯେ,ଦକ୍ଷିଣ କୋରିଆ ବିଶ୍ୱରେ ତୃତୀୟ ସର୍ବବୃହତ ଷ୍ଟିଲ ଉତ୍ପାଦନକାରୀ ରାଷ୍ଟ୍ର। କୋରିଆର ଷ୍ଟିଲ ଉତ୍ପାଦନ କ୍ଷମତା ଏବଂ ଭାରତରେ ଭରପୁର ଖଣିଜ ସମ୍ପଦ ସଂଯୋଗରେ ଉଭୟ ଦେଶରେ ବିକାଶ ହୋଇପାରିବ। ତେବେ ତାଙ୍କର ଏହି ଭାଷଣରେ ପେସ୍କୋ ପ୍ରକଳ୍ପ ବିଷୟରେ ମୋଦି ଉଲ୍ଲେଖ କରିନଥିଲେ। ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ପାର୍କ ଗୁନ୍ ହେଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଜାରି ହୋଇଥିଲା ମିଳିତ ବିବୃତି। ହେଲେ ୨୦୧୦ ପରେ ପ୍ରଥମ ଥର ପାଇଁ ଭାରତ-ଦକ୍ଷିଣ କୋରିଆ ଯୁଗ୍ମ ବିବୃତିରୁ ବାଦ୍ ପଡ଼ିଥିଲା ପେସ୍କୋ ପ୍ରସଙ୍ଗ। ସେପଟେ ଭାଷଣରେ ମୋଦି କହିଛନ୍ତି ବହୁ କୋରିଆ କମ୍ପାନୀ ଭାରତରେ ପୁଞ୍ଜି ନିବେଶ କରୁଥିବାବେଳେ ଆହୁରୀ ଅଧିକ ନିବେଶର ଆବଶ୍ୟକତା ରହିଛି। ସେହିପରି ଦକ୍ଷିଣ କୋରିଆ କଞ୍ଜ୍ୟୁମର ଇଲେକଟ୍ରୋନିକ ସାମଗ୍ରୀ ଭାରତରେ ଘରେ ଘରେ ପରିଚିତ ବୋଲି ସେ ଉଲ୍ଲେଖ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
