Advertisment

ରାଜ୍ୟରେ ୨ ହଜାର ତଳକୁ ଖସିଲା ସଂକ୍ରମଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ତଳମୁହାଁ କରୋନା ଗ୍ରାଫ । ଦିନକୁ ଦିନ ଖସୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୮୭୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୬୨୩ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୨୮୩  ପଜିଟିଭ […]

ଅଦ୍ୟତନ ହୋଇଛି
ରାଜ୍ୟରେ ୨ ହଜାର ତଳକୁ ଖସିଲା ସଂକ୍ରମଣ

Corona

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ତଳମୁହାଁ କରୋନା ଗ୍ରାଫ । ଦିନକୁ ଦିନ ଖସୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୮୭୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୬୨୩ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୨୮୩  ପଜିଟିଭ ଚିହ୍ନଟ ହୋଇଛନ୍ତି ।

Advertisment

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୧, ଝାରସୁଗୁଡ଼ାରୁ ୭୫, ଅନୁଗୋଳରୁ ୭୧ ,କଟକରୁ ୬୯, କୋରାପୁଟରୁ ୬୬, ଯାଜପୁରରୁ ୬୪, ଦେବଗଡ଼ରୁ ୬୨, ସମ୍ବଲପୁରରୁ ୫୯, ରାୟଗଡ଼ାରୁ ୫୨, ଗଜପତିରୁ ୪୫, କେନ୍ଦୁଝରରୁ ୪୨  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାବାଦ  ବାଲେଶ୍ୱରରୁ ୫୦, ବରଗଡ଼ରୁ ୨୨, ଭଦ୍ରକରୁ ୧୯, ବଳାଙ୍ଗିରରୁ ୨୨, ବୌଦ୍ଧରୁ ୩୨,ଢେଙ୍କାନାଳରୁ ୨୭, ଗଞ୍ଜାମରୁ ୮, ଜଗତସିଂହପୁରରୁ ୨୪, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୩୧, କେନ୍ଦ୍ରାପଡ଼ାରୁ ୧୬, ମାଲକାନଗିରିରୁ ୭, ମୟୂରଭଞ୍ଜରୁ ୩୫, , ନବରଙ୍ଗପୁରରୁ ୩୪, ନୂଆପଡ଼ାରୁ ୨୩, ପୁରୀରୁ ୩୭, ସୋନପୁରରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୧୨,୬୮,୩୦୮ ଥିବା ବେଳେ ସୁସ୍ଥ ହେଲେଣି ୧୨, ୩୭,୯୭୬ । ଏହାବାଦ ରାଜ୍ୟରେ ୨୧,୫୨୫  ଆକ୍ଟିଭ କେସ୍ ରହିଛି।

ଏହାବାଦ ରାଜ୍ୟରେ ଆଉ ୨୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡିରୁ ୪, କଟକରୁ ୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି।  ଜଗତସିଂହପୁର, ନୟାଗଡ଼ରୁ ୨ ଲେଖାଏଁ ଓ ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୫୪କୁ ବୃଦ୍ଧି ପାଇଛି।

Corona Cases In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe