ସମ୍ଭାବ୍ୟ ବାତ୍ୟା: ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ନୌସେନାର ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟା ‘ୟାସ’ର ରୂପ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଅଭିମୁଖେ ଗତି କରିବାର ସମ୍ଭାବନା ଥିବାବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ନୌସେନାକୁ ସଜାଗ ରଖାଯାଇଛି। ନୌସେନାର ୪ଟି ଜାହାଜ ଓ ଏୟାରକ୍ରାଫ୍ଟକୁ  ରିଲିଫ ଓ ଉଦ୍ଧାର କାର୍ଯ୍ୟ ସହ ମାନବିକ ସହାୟତା ପାଇଁ ଆଜି ପ୍ରସ୍ତୁତ ରଖାଯାଇଛି। ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ   […]

navy

Tapas Behera
  • Published: Saturday, 22 May 2021
  • , Updated: 24 May 2021, 12:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟା ‘ୟାସ’ର ରୂପ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଅଭିମୁଖେ ଗତି କରିବାର ସମ୍ଭାବନା ଥିବାବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ନୌସେନାକୁ ସଜାଗ ରଖାଯାଇଛି। ନୌସେନାର ୪ଟି ଜାହାଜ ଓ ଏୟାରକ୍ରାଫ୍ଟକୁ  ରିଲିଫ ଓ ଉଦ୍ଧାର କାର୍ଯ୍ୟ ସହ ମାନବିକ ସହାୟତା ପାଇଁ ଆଜି ପ୍ରସ୍ତୁତ ରଖାଯାଇଛି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

 

ସୂଚନା ଅନୁସାରେ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ବାତ୍ୟା ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନାର ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି। ଓଡ଼ିଶା ଓ ପଶ୍ଚିମବଙ୍ଗ ଦାୟିତ୍ୱରେ ଥିବା ନାଭାଲ କମାଣ୍ଡ ପକ୍ଷରୁ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ୮ଟି ବନ୍ୟା ରିଲିଫ ଟିମ୍‌, ୪ଟି ଡ୍ରାଇଭିଂ ଟିମ୍‌କୁ ଓଡ଼ିଶା ଓ ପଶ୍ଚିମବଙ୍ଗରେ ମୁତୟନ କରାଯାଇଛି।

୪ଟି ନୌଜାହାଜକୁ ଯେକୌଣସି ପ୍ରକାରର ମାନବିକ ସହାୟତା ପାଇଁ ଷ୍ଟାଣ୍ଡବାଏ ମୋଡରେ ରଖାଯାଇଛି । ନାଭାଲ ଏୟାର ଷ୍ଟ୍ରିପରେ ଏୟାରକ୍ରାଫ୍ଟକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ବିଶାଖାପାଟଣାରେ ଆଇଏନଏସ୍ ଡେଭା ଏବଂ ଚେନ୍ନାଇରେ ଆଇଏନଏସ୍ ରାଜାଲିକୁ ପ୍ରସ୍ତୁତ ରଖାଯାଇଛି। ଲୋକଙ୍କୁ ସ୍ଥାନାନ୍ତର ଓ ରିଲିଫ ସାମଗ୍ରୀକୁ ଆକାଶମାର୍ଗରୁ ପକାଇବା ପାଇଁ ନୌସେନା ସହଯୋଗ କରିବ ବୋଲି ଜଣାପଡ଼ିଛି।

Related story