Advertisment

ଆସିଲା ରାଇମୋହନଙ୍କ ବ୍ୟବଚ୍ଛେଦ ରିପୋର୍ଟ; ଜାଣନ୍ତୁ, କିପରି ହୋଇଥିଲା ମୃତ୍ୟୁ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ଆସିଲା ଓଲିଉଡର ବରିଷ୍ଠ ଅଭିନେତା ତଥା ଆଗଧାଡ଼ିର ଖଳନାୟକ ରାଇମୋହନ ପରିଡାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ବେକରେ ଦଉଡ଼ି ଦେବା ଯୋଗୁ ଶ୍ୱାସ ରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏହି ରିପୋର୍ଟ କମିଶନରେଟ ପୁଲିସ୍‌କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟରୁ ରାଇମୋହନ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଯାଇଛି। ତେବେ ସେ କ’ଣ ପାଇଁ ସେ ଏପରି […]

author-image
Niharika Rout
ଅଦ୍ୟତନ ହୋଇଛି
ମୃତ୍ୟୁ ପୂର୍ବରୁ ଶେଷ ମେକ୍‌ଅପ୍‌; ନାମାବଳୀ କୁର୍ତ୍ତା ସାଙ୍ଗକୁ ପିନ୍ଧିଛନ୍ତି ଧୋତି

Raimohan Parida

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ଆସିଲା ଓଲିଉଡର ବରିଷ୍ଠ ଅଭିନେତା ତଥା ଆଗଧାଡ଼ିର ଖଳନାୟକ ରାଇମୋହନ ପରିଡାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ବେକରେ ଦଉଡ଼ି ଦେବା ଯୋଗୁ ଶ୍ୱାସ ରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏହି ରିପୋର୍ଟ କମିଶନରେଟ ପୁଲିସ୍‌କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟରୁ ରାଇମୋହନ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଯାଇଛି। ତେବେ ସେ କ’ଣ ପାଇଁ ସେ ଏପରି ଚରମ ପଦକ୍ଷେପ ନେଲେ, କିଛି ସମସ୍ୟା ତାଙ୍କୁ ମନେ ମନେ  ଅତିଷ୍ଠ କରୁଥିଲା କି ଏହା ଉପରୁ ପରଦା ଉଠାଇବା କମିଶନରେଟ ପୁଲିସ୍‌ ଆଗରେ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି ।

Advertisment

ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଅଛି, ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ହୋଇ ରାଇମୋହନଙ୍କ ମୃତ୍ୟ ହୋଇଛି।  ମୃତଦେହ ଜବତ ବେଳକୁ ଶରୀରରେ କୌଣସି ବାହ୍ୟ କ୍ଷତ ଚିହ୍ନ ନ ଥିବା ବେଳେ ବେକ ନିକଟରେ ସାମାନ୍ୟ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ଦଉଡ଼ି ଦେବା ଯୋଗୁ ଏହି କ୍ଷତ ହୋଇଛି ବୋଲି ସ୍ପଷ୍ଟ ହୋଇଛି ।

ରାଇମୋହନ ପରିଡାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ତାଙ୍କ ଭିସେରା ରିପୋର୍ଟ ଆସିପାରିନି । ଭିସେରା ରିପୋର୍ଟ ଆସିଲେ ମୃତ୍ୟୁ ସମୟରେ କିଛି ନିଶା କିମ୍ବା ବିଷକ୍ରିୟା ହୋଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇପାରିବ ।

Advertisment

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ରାଇମୋହନ ମାନସିକ ଚାପରେ ଥିଲେ ବୋଲି ଗତକାଲି ଭୁବନେଶ୍ୱର ଡିସିପସି ପ୍ରତୀକ ସିଂ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏପରିକି ବ୍ୟକ୍ତିଗତ ସମସ୍ୟାକୁ ନେଇ ସେ କିଛି ଦିନ ତଳେ ମଞ୍ଚେଶ୍ୱର ଥାନାକୁ ଯାଇଥିବା ବେଳେ ସେଠାରେ ଅଣ୍ଡରଟେକିଂ ଲେଖିଥିଲେ।  ତେବେ କ’ଣ ଏହି ସମସ୍ୟା, ରାଇମୋହନଙ୍କୁ କେଉଁ ବିଷୟରେ ଅଣ୍ଡରଟେକିଂ ଲେଖିବାକୁ ପଡ଼ିଲା ସେ ନେଇ କିଛି ସୂଚନା ଦେବାକୁ ମନା କରିଦେଇଛନ୍ତି ଡିସିପି ।

ଏଠି ପ୍ରଶ୍ନ ଉଠୁଛି, କ’ଣ ସେହି ବ୍ୟକ୍ତିଗତ କାରଣ? ସତରେ କ’ଣ ସେହି କାରଣ ସହିତ ତାଙ୍କ ଆତ୍ମହତ୍ୟାର କିଛି ସଂପର୍କ ନାହିଁ? ସେହି ବ୍ୟକ୍ତିଗତ କାରଣ ସହିତ ଡିପ୍ରେସନ୍‌ର କିଛି ଲିଙ୍କ୍ ଥିଲା କି ନାହିଁ? ଅନ୍ୟପକ୍ଷରେ ରାଇମୋହନଙ୍କ ଆତ୍ମହତ୍ୟାର କାରଣ ପାରିବାରିକ ଗଣ୍ଡଗୋଳ ନା ଅନ୍ୟକିଛି, ଏପରି ନାନା କଳ୍ପନାଜଳ୍ପନା ଲାଗି ରହିଛି।

ଗତ ୨୪ ତାରିଖରେ ଭୁବନେଶ୍ୱର ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଆତ୍ମହତ୍ୟା ପୂର୍ବରୁ ନିଜର ୨ ଝିଅ ଓ ପତ୍ନୀଙ୍କୁ ମୋବାଇଲରେ ‘ବାଏ’ ମେସେଜ ଦେଇଥିଲେ ରାଇମୋହନ । ରାଇମୋହନଙ୍କ ମୃତ୍ୟୁ ଖବର ଓଲିଉଡ ଜଗତ ସମେତ ସମଗ୍ର ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପୁରୀ ନିଆଯାଇ ଶେଷକୃତ ସମ୍ପନ୍ନ କରାଯାଇଥିଲା।

Ollywood Actor Suicide Raimohan Parida