Advertisment

ଅମଳ ବେଳେ ବଢ଼ୁଛି ଆଳୁ ଦର

ଭୁବନେଶ୍ୱର: ଏବେ ଆଳୁ ଅମଳର ବେଳ। ତେବେ ଅମଳ ବେଳେ ବଢୁଛି ଆଳୁ ଦର। କାରଣ ଅମଳ ଭଲ ହୋଇନି। ରାଜ୍ୟରେ କେଉଁ ସ୍ଥାନରେ ଆଳୁ କିଲୋ ପିଛା ୧୬ ଟଙ୍କାରେ ବିକ୍ରି ହେଉଛି ତ ଆଉ କିଛି ସ୍ଥାନରେ ବିକ୍ରି ହେଉଛି ୧୮ ଟଙ୍କାରେ। ଏହାକୁ ଦେଖି ଚିନ୍ତାରେ ପଡ଼ି ଯାଇଛି ଖାଉଟି। କାରଣ ଆଗକୁ ଆଳୁ ଦର ଆହୁରି ବଢ଼ିବାର ସଂକେତ ମିଳିଗଲାଣି। ଗତବର୍ଷ ରାଜ୍ୟରେ ଭଳ ଆଳୁ ଅମଳ ହୋଇଥିଲା। ତେବେ ଦାଉ […]

author-image
Rakesh Mallick
ଅମଳ ବେଳେ ବଢ଼ୁଛି ଆଳୁ ଦର

potato

potatoଭୁବନେଶ୍ୱର: ଏବେ ଆଳୁ ଅମଳର ବେଳ। ତେବେ ଅମଳ ବେଳେ ବଢୁଛି ଆଳୁ ଦର। କାରଣ ଅମଳ ଭଲ ହୋଇନି। ରାଜ୍ୟରେ କେଉଁ ସ୍ଥାନରେ ଆଳୁ କିଲୋ ପିଛା ୧୬ ଟଙ୍କାରେ ବିକ୍ରି ହେଉଛି ତ ଆଉ କିଛି ସ୍ଥାନରେ ବିକ୍ରି ହେଉଛି ୧୮ ଟଙ୍କାରେ। ଏହାକୁ ଦେଖି ଚିନ୍ତାରେ ପଡ଼ି ଯାଇଛି ଖାଉଟି। କାରଣ ଆଗକୁ ଆଳୁ ଦର ଆହୁରି ବଢ଼ିବାର ସଂକେତ ମିଳିଗଲାଣି।

Advertisment

ଗତବର୍ଷ ରାଜ୍ୟରେ ଭଳ ଆଳୁ ଅମଳ ହୋଇଥିଲା। ତେବେ ଦାଉ ସାଧିଥିଲା ଦର। କିଲୋପିଛା ମାତ୍ର ୩ ରୁ ୪ ଟଙ୍କାରେ ଆଳୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ ଚାଷୀ ଓ ସହିଥିଲେ କ୍ଷତି। ତେଣୁ ଏବର୍ଷ ଆଉ ବେଶୀ ଜମିରେ ଆଳୁ ଚାଷ କରି ନ ଥିଲେ ଚାଷୀ। କିନ୍ତୁ ଯେତିକି ବି କରିଥିଲେ ସେଥିରୁ ମିଳିନି ଭଲ ଅମଳ। କାରଣ ଦାଉ ସାଜିଥିଲା ଅଳ୍ପ ଶୀତ ଓ ଅଦିନିଆ ବର୍ଷା। ଆଳୁ ଅମଳ କମିବା ପରେ ଏହାର ପ୍ରଭାବ ପଡ଼ିଛି ବଜାର ଉପରେ। ଦର ଏବେଠୁ କିଲୋ ପିଛା ୧୮ଟଙ୍କା ଛୁଇଁଲାଣି।

ଆଳୁ ଚାଷୀ ଗୋପାଳ କହିଛନ୍ତି,“ଗତବର୍ଷ ଏକର ପିଛା ୪ରୁ୫ କ୍ୱିଣ୍ଟାଲ ଆଳୁ ଅମଳ ହୋଇଥିଲା। କିନ୍ତୁ ଏଥର ଏକର ପିଛା ମାତ୍ର ଦୁଇ କ୍ୱିଣ୍ଟାଲ ଆଳୁ ଅମଳ ହୋଇଛି। ଗତବର୍ଷ ଭଲ ଅମଳ ହୋଇଥିଲା। ତେବେ ଦାଉ ସାଧିଥିଲା ଦର। କିଲୋପିଛା ୩ରୁ ୪ଟଙ୍କାରେ ବିକି କ୍ଷତିରେ ପଡ଼ିଥିଲି। ତେଣୁ ଏଥର ମୁଁ ଅଧିକ ଜମିରେ ଆଳୁ ଚାଷ କରି ନ ଥିଲି।”

Advertisment

ଆଉ ଜଣେ ଆଳୁଚାଷୀ ହରିହର କହିଛନ୍ତି,“ଗତବର୍ଷ ଆଳୁ ଭଲ ଫଳ ଦେଇଥିଲେ ମଧ୍ୟ କମ୍‌ ରେଟ୍‌ରେ ବିକ୍ରି କରିବାକୁ ପଡିଥିଲା। ସେଥିପାଇଁ ଚଳିତ ବର୍ଷ ମାତ୍ର ୨ ଏକର ଜମିରେ ଆଳୁ ଚାଷ କରିଥିଲି। ଶୀତ ହୋଇଥିଲେ ମଧ୍ୟ କୁହୁଡି ଯୋଗୁଁ ଗଛ ପୋଡି ଯିବାରୁ ଫଳ ଭଲ ହେଲା ନାହିଁ। ଯାହା ଗଣ୍ଡେ ଆଳୁ ହୋଇଥଲା, ବର୍ଷା ଯୋଗୁଁ ସେତକ ନଷ୍ଟ ହୋଇଯାଇଛି।”

ସେହିପରି ବାହାର ରାଜ୍ୟରେ ବି ଆଳୁ ଦର ଉଚ୍ଚା ଥିବାରୁ ଏହାର ପ୍ରଭାବ ରାଜ୍ୟର ଆଳୁ ବଜାର ଉପରେ ପଡ଼ିଛି। ଓଡ଼ିଶା ଭଳି ପଶ୍ଚିମବଙ୍ଗ ସହିତ ଅନ୍ୟ ରାଜ୍ୟଗୁଡ଼ିକରେ ବି ଚଳିତ ବର୍ଷ ଆଳୁ ଉତ୍ପାଦନ କମିଛି। ତେଣୁ ସେଠାରେ ବି ଆଳୁ ଦର ଉଚ୍ଚା ରହିଛି।

ଓଡ଼ିଶା ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି,“ଓଡ଼ିଶା ଭଳି ଅନ୍ୟ ରାଜ୍ୟରେ ଆଳୁ ଉତ୍ପାଦନ କମିଛି। ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରେ ଦର ଉଚ୍ଚା ରହିଛି। ପଶ୍ଚିମବଙ୍ଗରେ ଆଳୁ ଦର କ୍ୱିଣ୍ଟାଲ ପିଛା ୧୦୫୦ ଟଙ୍କା ଥିବା ବେଳେ ଓଡ଼ିଶାରେ ହୋଲସେଲ୍ ଦର ୧୨ଶହ ଟଙ୍କା ରହିଛି।”

ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି,“ରାଜ୍ୟରେ ଏବେ ସୁଦ୍ଧା ଆଳୁ ଉତ୍ପାଦନ ଶେଷ ହୋଇନାହିଁ। ନୂଆ ଆଳୁ ବାହାରିବା ପରେ ବଜାର ଦର ସ୍ଥିର ହେବ। ରାଜ୍ୟରେ କେଉଁ ପରିସ୍ଥିତିରେ ଆଳୁର ଦର ବୃଦ୍ଧି ପାଇଛି ସେନେଇ ଆସନ୍ତା ମଙ୍ଗଳବାର ଦିନ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିବ। ଏହା ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବେ।”