Advertisment

ବିଧାନସଭାରେ ଶକ୍ତିମନ୍ତ୍ରୀ ମନା କରିଥିଲେ, ଟାଟା କହିଲା ହେବ ପାୱାର କଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ କ୍ଷେତ୍ରରେ ବଳକା ରାଜ୍ୟ ଭାବେ ଦାବି କରୁଥିବା ଓଡ଼ିଶାରେ କୌଣସି ଘୋଷିତ ବିଦ୍ୟୁତ କାଟ କରାଯାଉନାହିଁ ବୋଲି ବିଧାନସଭାରେ ଶକ୍ତି ମନ୍ତ୍ରୀ ସୂଚନା ଦେବାର ୩ମାସ ନପୁରୁଣୁ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ପାୱାର କଟ୍ ହେବ ବୋଲି ଟାଟା ପାୱାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏପରିକି ରାଜ୍ୟରେ ଖରାଦିନେ ଯେଭଳି ପାୱାରକଟ୍ ନହେବ ସେଥିପାଇଁ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେବା ସହ ରାଜ୍ୟରେ ଯଥେଷ୍ଟ […]

ଅଦ୍ୟତନ ହୋଇଛି
ଜମ୍ମୁ-କଶ୍ମୀର: ପ୍ରକଳ୍ପ ନାଁରେ ଅନିୟମିତତା, ସିବିଆଇ ରୁଜୁ କଲା ମାମଲା

Power Cut

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ କ୍ଷେତ୍ରରେ ବଳକା ରାଜ୍ୟ ଭାବେ ଦାବି କରୁଥିବା ଓଡ଼ିଶାରେ କୌଣସି ଘୋଷିତ ବିଦ୍ୟୁତ କାଟ କରାଯାଉନାହିଁ ବୋଲି ବିଧାନସଭାରେ ଶକ୍ତି ମନ୍ତ୍ରୀ ସୂଚନା ଦେବାର ୩ମାସ ନପୁରୁଣୁ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ପାୱାର କଟ୍ ହେବ ବୋଲି ଟାଟା ପାୱାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏପରିକି ରାଜ୍ୟରେ ଖରାଦିନେ ଯେଭଳି ପାୱାରକଟ୍ ନହେବ ସେଥିପାଇଁ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେବା ସହ ରାଜ୍ୟରେ ଯଥେଷ୍ଟ ପରିମାଣର ବିଦ୍ୟୁତ୍ ଶକ୍ତି ଥିବା ଗତ ଡିସେମ୍ବର ୧୪ତାରିଖରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । କିନ୍ତୁ ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା ଓ ମୁଖ୍ୟ ସଚିବଙ୍କ ସମୀକ୍ଷା ଏବେ ମୂଲ୍ୟହୀନ ହୋଇପଡ଼ିଛି ।

Advertisment

ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡ୍ରିଷ୍ଟ୍ରିବ୍ୟୁସନ୍ ଲିଃ(ଟିପିସିଓଡିଏଲ)ର ମୁଖ୍ୟ କାର୍ଯ୍ୟ ନିର୍ବାହୀନ ଅଧିକାରୀ ସେନ୍ ବାଗମ ମାନଥିରାମ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଟିପିସିଓଡିଏଲ୍ ଅଂଚଳରେ ପାୱାର କଟ୍ ହେବ ବୋଲି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଟିପିସିଓଡିଏଲ୍ ଅଂଚଳରେ ଅସ୍ଥାୟୀ ଭାବେ ପାୱାର କଟ୍ ଜାରି ରହିବ । କିଛି ଅଂଚଳରେ ଅଧ ଘଣ୍ଟାଏରୁ ୪୫ମିନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ ହେବ । କମ୍ପାନୀର ଏହି ଅଂଚଳରେ ମୋଟ ୨୭.୯୬ଲକ୍ଷ ବିଦ୍ୟୁତ ଗ୍ରାହକ ଅଛନ୍ତି । ସମସ୍ତଙ୍କୁ ଉତ୍ତମ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବ ଦିଆଯିବ । ୧୦୦ଟି ଏଚଟି ଟ୍ରାନ୍ସଫର୍ମର ମରାମତି ହୋଇଛି । ଲୋ-ଭୋଲଟେଜ୍ ସମସ୍ୟା ଥିବା ଅଂଚଳ ଚିହ୍ନଟ କରାଯାଇଛି । ଚଳିତବର୍ଷ ପିକ୍ ଆୱାରରେ ୧୫୪୫ ୱାଟ୍ ବିଦ୍ୟୁତ ଆବଶ୍ୟକ । ଜଳବିଦ୍ୟୁତ ଉତ୍ପାଦନ ୩୦୦ ମେଗାୱାଟ୍ ହ୍ରାସ ପାଇଛି । ତେବେ ତାପଜ ବିଦ୍ୟୁତ ଉତ୍ପାଦନ ପାଇଁ ଓଡ଼ିଶାରେ କୋଇଲା ମହଜୁଦ୍ ରହିଛି । କୋଇଲା ସଙ୍କଟ ନେଇ ଓଡ଼ିଶାରେ ବିଦ୍ୟୁତ ଯୋଗାଣରେ ବାଧା ରହିବ ନାହିଁ । ଗତ ମାର୍ଚ୍ଚ ସୁଦ୍ଧା କମ୍ପାନୀର ବିଦ୍ୟୁତ ଗ୍ରାହକ ୯ ପ୍ରତିଶତ ବୃଦ୍ଧି ପାଇଛି । ଟିପିସିଓଡିଏଲ୍ ଯୋଗାଉଥିବା ମିଟରରେ କୌଣସି ତ୍ରୁଟି ନାହିଁ । ମିଟର ନେଇ ଉଠୁଥିବା ଅଭିଯୋଗ ଅମୂଳକ ।

ଉଲ୍ଲେଖଯୋଗ୍ୟ, ୨୦୨୧ ଡିସେମ୍ବର ୩ତାରିଖରେ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ରାଜ୍ୟରେ କୌଣସି ଘୋଷିତ ବିଦ୍ୟୁତ କାଟ୍ କରାଯାଉନି । ସେହିପରି ୨୦୨୧ ଡିସେମ୍ବର ୧୪ତାରିଖରେ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ଓ ଖରାଦିନେ ବିଦ୍ୟୁତ ମହଜୁଦ ଉପରେ ସମୀକ୍ଷା କରିଥିଲେ । ସେହି ବୈଠକରେ ଗ୍ରୀଡକୋ ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା କହିଥିଲେ ଯେ ରାଜ୍ୟରେ ମୋଟ ୭୬୫୧ ମେଗାୱାଟ୍ ବିଦ୍ୟୁତ ଉପଲବ୍ଧ ଅଛି । ଏଥିରେ ୧୨୯୫ ମେଗାୱାଟ କେବଳ ଅକ୍ଷୟ ଶକ୍ତି । ରାଜ୍ୟରେ ଡିସେମ୍ବର ମାସରେ ପିକଆୱାରରେ ୩୩୫୦ ମେଗାୱାଟ୍ ବିଦ୍ୟୁତ ଆବଶ୍ୟକ ଥିବାବେଳେ ଖରାଦିନେ ତାହା ପିକ୍ ଆୱାରରେ ୪ହଜାର ମେଗାୱାଟ୍ ଛୁଇଁବ ବୋଲି ଆକଳନ କରାଯାଇଥିଲା । କେତେକ ସ୍ଥାନରେ ବୈଷୟିକ ତ୍ରୁଟି ଯୋଗୁ ବିଦ୍ୟୁତ ଉତ୍ପାଦନ ପରିମାଣରେ ୧୭୦୦ ମେଗାୱାଟ ହ୍ରାସ ହୋଇଥିଲା । ତେବେ ରାଜ୍ୟରେ ଖରାଦିନେ ଆବଶ୍ୟକ ପରିମାଣର ବିଦ୍ୟୁତ ଉତ୍ପାଦନକୁ ସ୍ଥିର ରଖିବା ପାଇଁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ସେତେବେଳେ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଟିପିସିଓଡିଏଲ ଖରାଦିନେ ପାୱାର କଟ୍ ଜାରି ରହିବ ବୋଲି ସୂଚନା ଦେଇ ପରୋକ୍ଷରେ ରାଜ୍ୟରେ କିଛି ବର୍ଷ ଧରି ବନ୍ଦ ଥିବା ଘୋଷିତ ‘ପାୱାରକଟ୍‌’କୁ ପୁଣିଥରେ ଆରମ୍ଭ କରିବ ବୋଲି ସ୍ପଷ୍ଟ ସଙ୍କେତ ଦେଇଛି ।

Advertisment

ସୂଚନାଯୋଗ୍ୟ, ଟିପିସିଓଡିଏଲ୍ ଓଡ଼ିଶାର ଉପକୂଳବର୍ତ୍ତୀ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ସମେତ ଢେଙ୍କାନାଳ, ନୟାଗଡ଼, ଅନୁଗୋଳ, ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଅଂଚଳ ଓ ଯାଜପୁରର କିଛି ଅଂଚଳରେ ସେବା ଯୋଗାଉଛି ।

Electricity Deficiency Tata Power
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe