Advertisment

‘ପାୱାର କଟ୍‌’ ଶବ୍ଦକୁ ନେଇ ପାଠ ପଢ଼ାଇଲେ ଶକ୍ତି ମନ୍ତ୍ରୀ!

ପାୱାର କଟ୍‌ର ଅର୍ଥ ବୁଝାଇବାକୁ ଯାଇ ଶକ୍ତି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି, ପାୱାର କଟ୍‌ ଅର୍ଥାତ ମୋ’ ପାଖରେ ଆବଶ୍ୟକତାଠାରୁ କମ୍‌ ପାୱାର ଅଛି ଓ ଲୋକଙ୍କୁ ଦେଲା ବେଳେ ଘଣ୍ଟାଏ ଦୁଇ ଘଣ୍ଟା କାଟି ଦେବା।

ଅଦ୍ୟତନ ହୋଇଛି
BJD

BJD

Advertisment

ଘନଘନ ପାୱାର କଟ୍‌ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଉଛି। ରାଜ୍ୟ ସରକାର ଏହା ସ୍ଥାୟୀ ସମାଧାନ କରିବା ପରିବର୍ତ୍ତେ ଆଜି ଗଣମାଧ୍ୟମକୁ ପାଠ ପଢ଼ାଇଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ। ଆଉ ପାୱାର କଟ୍‌ ଅର୍ଥ ବୁଝାଇଛନ୍ତି। ଓଡ଼ିଶା ଗଣମାଧ୍ୟମ ପାୱାର କଟ୍‌ ଶବ୍ଦ ବ୍ୟବହାର କରିବା ଭୁଲ୍‌ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ପାୱାର କଟ୍‌ର ଅର୍ଥ ବୁଝାଇବାକୁ ଯାଇ ଶକ୍ତି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି, ପାୱାର କଟ୍‌ ଅର୍ଥାତ ମୋ’ ପାଖରେ ଆବଶ୍ୟକତାଠାରୁ କମ୍‌ ପାୱାର ଅଛି ଓ ଲୋକଙ୍କୁ ଦେଲା ବେଳେ ଘଣ୍ଟାଏ ଦୁଇ ଘଣ୍ଟା କାଟି ଦେବା। ତାକୁ କୁହାଯିବ ପାୱାର କଟ୍‌। କିନ୍ତୁ ବହୁ ସ୍ଥାନରେ ଘଣ୍ଟେ, ଦୁଇଘଣ୍ଟା ବା ଦୁଇରୁ ତିନି ଘଣ୍ଟା ଲାଇନ୍‌ ରହୁନି। ତାହା ଯାନ୍ତ୍ରିକ ତ୍ରୁଟି ପାଇଁ ହେଉଛି। କେଉଁଠି କାଳବୈଶାଖୀରେ ଡାଳ ପଡ଼ିଗଲା ତ ଆଉ କେଉଁଠି ଟ୍ରାନ୍ସଫର୍ମର ପୋଡ଼ିଗଲା ବା ଓଭର ଲୋଡିଂରେ ତାର ଛିଡ଼ି ଗଲା। ଏହାକୁ ମରାମତି କରିବା ପାଇଁ ସେହି ଅଞ୍ଚଳରେ ସଟ୍‌ଡାଉନ୍‌ କରାଯାଉଛି। ସେଥିପାଇଁ କେଉଁ ଅଞ୍ଚଳରେ ଲାଇନ୍‌ ଯାଇଥିବ। ଏହାକୁ ଅସ୍ୱୀକାର କରୁଛୁ। ହେଲେ ଏହାକୁ ପାୱାର କଟ୍‌ କୁହାଯିବ ନାହିଁ, ଯାନ୍ତ୍ରିକ ତ୍ରୁଟି କୁହାଯିବ ବୋଲି ମନ୍ତ୍ରୀ ପାଠ ପଢ଼ାଇଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାରେ ପାୱାର ଡିଷ୍ଟ୍ରିବ୍ୟୁସନ୍‌ ଜାତୀୟ ହାରଠାରୁ ଅଧିକ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେଥିପାଇଁ ଚିଠି ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ଚାହିଁଲେ ତାହାର ଚିଠି ମଧ୍ୟ ଦେଖାଇଦେବି ବୋଲି ଶ୍ରୀ ଦେବ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍‌ କଟିବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ହେଲେ ରାଜ୍ୟରେ ତାହାର ଓଲଟା ଫଳ ଦେଖିବାକୁ ମିଳୁଛି। ଯେତେବେଳେ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି, ସେତେବେଳେ ଘନଘନ ବିଦ୍ୟୁତ କଟୁଛି। ଗ୍ରାମାଞ୍ଚଳ କଥା ଛାଡ଼ନ୍ତୁ, ରାଜଧାନୀର କଂକ୍ରିଟ୍‌ ଜଙ୍ଗଲରେ ଘନଘନ ବିଦ୍ୟୁତ କାଟ ହେଉଛି। ଲୋକମାନେ ରାତି ରାତି ଗରମ ସନ୍ତୁଳି ହେଉଛନ୍ତି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ରାଜ୍ୟ ସରକାର ଏହାର ପ୍ରତିକାର କରିବା ପରିବର୍ତ୍ତେ ବାହାନା କରୁଛନ୍ତି।

BjD Energy Pratap Deb
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe