୬ ମାସରେ ୟୁନିଟ୍ ପିଛା ୫୦ ପଇସା ବଢ଼ିଲାଣି: ବିଜୁଳି ବିଲ୍ ଚାପରେ ଉପଭୋକ୍ତା ଚେପା, ସରକାର ନିରବ

କୋଭିଡ୍ ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇ ଥିବାବେଳେ ଗତବର୍ଷ ଅକ୍ଟୋବର ପହିଲାରୁ ବିଦ୍ୟୁତ ଦର ୟୁନିଟ୍ ପିଛା ୨୦ପଇସା ବୃଦ୍ଧି କରିବାକୁ ସରକାର ପଛାଇ ନଥିଲେ। ଯଦିଓ ବିଜୁଳି ଦର ବୃଦ୍ଧି ନିଷ୍ପତ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିଅନ୍ତି, କିନ୍ତୁ ରାଜ୍ୟ ସରକାରଙ୍କ ସମ୍ମତିରେ ହିଁ ଏସବୁ ଦର ବୃଦ୍ଧି ହୋଇଥାଏ। ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ୪ତାରିଖରୁ ବିଜୁଳି ଦର ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି ପାଇବ। […]

Electricity

Electricity

Ordigital Desk
  • Published: Saturday, 27 March 2021
  • Updated: 27 March 2021, 10:10 PM IST

Sports

Latest News

କୋଭିଡ୍ ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇ ଥିବାବେଳେ ଗତବର୍ଷ ଅକ୍ଟୋବର ପହିଲାରୁ ବିଦ୍ୟୁତ ଦର ୟୁନିଟ୍ ପିଛା ୨୦ପଇସା ବୃଦ୍ଧି କରିବାକୁ ସରକାର ପଛାଇ ନଥିଲେ। ଯଦିଓ ବିଜୁଳି ଦର ବୃଦ୍ଧି ନିଷ୍ପତ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିଅନ୍ତି, କିନ୍ତୁ ରାଜ୍ୟ ସରକାରଙ୍କ ସମ୍ମତିରେ ହିଁ ଏସବୁ ଦର ବୃଦ୍ଧି ହୋଇଥାଏ।

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ ୪ତାରିଖରୁ ବିଜୁଳି ଦର ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି ପାଇବ। ବିଗତ ୬ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିଜୁଳି ଦର ବୃଦ୍ଧି ପାଇ ୟୁନିଟ୍ ପିଛା ମୋଟ ୫୦ପଇସା ମହଙ୍ଗା ହେବାକୁ ବସିଲାଣି। କରୋନା ଯୋଗୁ ଆର୍ଥିକ ମେରୁଦଣ୍ଡ ଦୋହଲିଥିବା ନିମ୍ନମଧ୍ୟବିତ୍ତ ଓ ମଧ୍ୟବିତ୍ତ ବର୍ଗର ପରିବାର ଉପରେ ଏବେ ବିଜୁଳି ବିଲ୍ ବୋଝ ଅସହ୍ୟ ହେଲାଣି। ତଥାପି ବିଜୁଳି ଶୁଳ୍କ ପ୍ରତ୍ୟାହାର ପାଇଁ ବିରୋଧୀ ଦଳଗୁଡ଼ିକ ଏକଜୁଟ୍ ହୋଇ ପ୍ରତିବାଦର ସ୍ୱର ଶାଣିତ କରିପାରୁନଥିବା ଜଣାପଡ଼ିଛି।

ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଆଜି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ବିଜୁଳି ଦର ୨୦୨୧-୨୨ ଆର୍ଥିକ ବର୍ଷରେ ୟୁନିଟ୍ ପିଛା ୩୦ପଇସା ଅଧିକ ହେବ ବୋଲି କହିଛି। କେବଳ ବିପିଏଲ ଉପଭୋକ୍ତା ଓ ଜଳସେଚନ ଉପଭୋକ୍ତାଙ୍କୁ ବାଦ୍ ଦେଲେ ସବୁ ବର୍ଗର ଉପଭୋକ୍ତାଙ୍କ ପାଇଁ ଏହି ଦର ବୃଦ୍ଧି ହୋଇଛି। ଏହି ବର୍ଦ୍ଧିତ ଦର ଏପ୍ରିଲ ୪ତାରିଖରୁ ଲାଗୁ ହେବ। ମୋଟ ରିଟେଲ୍ ସପ୍ଲାଇ ଟାରିଫରେ ୫.୬% ବୃଦ୍ଧି ହୋଇଛି। ସର୍ବନିମ୍ନ ୫୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ଉପଯୋଗ ନିମନ୍ତେ ୟୁନିଟ୍ ପିଛା ୩ଟଙ୍କାକୁ ବୃଦ୍ଧି ପାଇଛି। ଯାହାକି ୨୦୧୯-୨୦ରେ ୨ଟଙ୍କା ୫୦ ପଇସା ଥିଲା ଓ ଗତ ଅକ୍ଟୋବର ପହିଲାରୁ ତାହା ୟୁନିଟ୍ ପିଛା ୨ଟଙ୍କା ୭୦ ପଇସାକୁ ବୃଦ୍ଧି ପାଇଥିଲା।

ତେବେ ଏଭଳି ପରିମାଣରେ ବିଜୁଳି ଦର ବୃଦ୍ଧି ପାଇବାକୁ ନେଇ ସାଧାରଣ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲେ ମଧ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଉନଥିବା ଜଣାପଡ଼ିଛି। ଏପରିକି ବିରୋଧୀ ଦଳଗୁଡ଼ିକ ମଧ୍ୟ ଦରବୃଦ୍ଧି ପ୍ରତ୍ୟାହାର ନେଇ ସରକାରଙ୍କ ଉପରେ ଆବଶ୍ୟକ ଚାପ ପକାଇବାରେ ସକ୍ଷମ ହୋଇନାହାନ୍ତି। ଯେଉଁଥିପାଇଁ କୋଭିଡ୍ ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇ ଥିବାବେଳେ ଗତବର୍ଷ ଅକ୍ଟୋବର ପହିଲାରୁ ବିଦ୍ୟୁତ ଦର ୟୁନିଟ୍ ପିଛା ୨୦ପଇସା ବୃଦ୍ଧି କରିବାକୁ ସରକାର ପଛାଇ ନଥିଲେ। ଯଦିଓ ବିଜୁଳି ଦର ବୃଦ୍ଧି ନିଷ୍ପତ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିଅନ୍ତି, କିନ୍ତୁ ରାଜ୍ୟ ସରକାରଙ୍କ ସମ୍ମତିରେ ହିଁ ଏସବୁ ଦର ବୃଦ୍ଧି ହୋଇଥାଏ। ଯେଉଁଥିପାଇଁ ୨୦୧୭-୧୮ରେ ୟୁନିଟ୍ ପିଛା ୧୦ପଇସା ବୃଦ୍ଧି କରିଥିବା ଓଇଆରସି ୨୦୧୮-୧୯ ଓ ୨୦୧୯-୨୦ରେ ବିଦ୍ୟୁତ ଶୁଳ୍କ ବୃଦ୍ଧି କରିନଥିଲେ। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମ୍ଭବତଃ ସରକାର ଏହି ଦରବୃଦ୍ଧି ପାଇଁ ଅନୁମତି ଦେଇନଥିଲେ।

ଗତବର୍ଷ କୋଭିଡ୍ ମହାମାରୀର ପ୍ରଭାବ ମଧ୍ୟରେ ଗତ ଅକ୍ଟୋବର ପହିଲାରୁ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ବିଜୁଳି ଦର ୟୁନିଟ୍ ପିଛା ୨୦ପଇସା ବୃଦ୍ଧି ପାଇଥିଲା। ସେତେବେଳେ ଏହି ଦରବୃଦ୍ଧିକୁ ବିଜେପି, କଂଗ୍ରେସ ଅନ୍ୟ ରାଜନୀତିକ ଦଳ ବିରୋଧ କରିଥିଲେ ମଧ୍ୟ ତାହା ଧର୍ମକୁ ଆଖିଠାର ସଦୃଶ ରହିଥିଲା। ଆନ୍ଦୋଳନ ପ୍ରଭାବୀ ହୋଇନଥିବାରୁ ସରକାର କିମ୍ବା ଓଇଆରସି ଏହି ଦରବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର ମଧ୍ୟ କରିନଥିଲେ। ଯଦିଓ ବିଜୁଳି ଶୁଳ୍ପ ବୃଦ୍ଧି ଯୋଗୁ ସାଧାରଣ ଉପଭୋକ୍ତା ଉପରେ ଆର୍ଥିକ ବୋଝ ବୃଦ୍ଧି ପାଇଛି। ଯଦିଓ ରାଜ୍ୟରେ ୫-୬ଲକ୍ଷ ବିପିଏଲ୍ ବିଦ୍ୟୁତ ଉପଭୋକ୍ତା ଅଛନ୍ତି ଓ ସେମାନଙ୍କୁ ମାସକୁ ୩୦ ୟୁନିଟ୍ ପର୍ଯ୍ୟନ୍ତ ମାତ୍ର ୮୦ଟଙ୍କାରେ ବିଜୁଳି ଉପଯୋଗ ପାଇଁ ଅନୁମତି ରହିଛି, କିନ୍ତୁ ଏବେ ଯେଉଁଭଳି ଭାବେ ପରିବାରଗୁଡ଼ିକରେ ବିଦ୍ୟୁତ ଏକ ମୌଳିକ ଆବଶ୍ୟକତା ପାଲଟିଲାଣି, ଗୋଟିଏ ମାସରେ ବିଦ୍ୟୁତ ଉପଯୋଗ ସର୍ବାଧିକ ୩୦ ୟୁନିଟ୍ ଭିତରେ ସୀମିତ ରହିବା ମଧ୍ୟ ସମ୍ଭବପର ହୋଇପାରୁନି। ତେଣୁ ବିପିଏଲ ବର୍ଗର ଉପଭୋକ୍ତାଙ୍କ ଉପରେ ବି ବିଜୁଳି ବିଲ୍ ବୋଝ ପଡ଼ୁଛି।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ତଥା ବିଦ୍ୟୁତ ଉପଭୋକ୍ତା ମହାସଂଘର ସଭାପତି ପଂଚାନନ କାନୁନଗୋ କହିଛନ୍ତି ଯେ, ମାତ୍ର ୬ମାସ ମଧ୍ୟରେ ଦ୍ୱିତୀୟ ଥର ବିଜୁଳି ଶୁଳ୍କ ବୃଦ୍ଧି ଅତ୍ୟନ୍ତ ନିନ୍ଦନୀୟ ଓ ଅମାନବିକ ଘଟଣା। ଗୋଟିଏ ଜନମଙ୍ଗଳ ସରକାର କିଭଳି ଏପରି ନିଷ୍ପତ୍ତି ନେଇପାରୁଛି ତାହା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି। କରୋନା ମହାମାରୀ ଯୋଗୁ ଲୋକେ ବେରୋଜଗାର ହୋଇପଡ଼ିଥିବାବେଳେ ଅନେକ ନିଜର ଉପାର୍ଜନର ପନ୍ଥା ହରାଇ ବସିଛନ୍ତି। ଏପଟେ ପେଟ୍ରୋଲ-ଡିଜେଲଠୁ ଆରମ୍ଭ କରି ସବୁ ସାମଗ୍ରୀର ଦରବୃଦ୍ଧି ହେଉଛି। ଏଭଳି ସ୍ଥିତି ଭୋକିଲା ପେଟରେ ଲାତ ପରି ବିଜୁଳି ଶୁଳ୍ପ ବୃଦ୍ଧି ସରକାର ନିମ୍ନମଧ୍ୟବିତ୍ତ, ମଧ୍ୟବିତ୍ତ ବର୍ଗର ପରିବାର ପ୍ରତି ଅମାନବିକ ଆଚରଣ କରିଛନ୍ତି।

ସେ ଆହୁରି କହିଛନ୍ତି, ବିଦ୍ୟୁତ ପରିବହନ ଓ ଅନ୍ୟାନ୍ୟ କ୍ଷତି ହ୍ରାସ କରିବାରେ ସରକାର ସକ୍ଷମ ହୋଇପାରୁନାହାନ୍ତି। ଖୋଦ୍ ସରକାରଙ୍କ ଉପରେ ପ୍ରାୟ ୨୨୦୦କୋଟି ଟଙ୍କା ବିଜୁଳି ବିଲ୍ ବାକି ପଡ଼ିଛି। ବହୁ ବଡ଼ ବଡ଼ କମ୍ପାନୀ ଉପରେ ବି ବିଜୁଳି ବିଲ୍ ବାକି ରହିଛି। ଏସବୁ ସତ୍ତ୍ୱେ ସରକାର ଗରିବଙ୍କ ପେଟରେ ଲାତ ମାରିବା ପାଇଁ ଏଭଳି ଶୁଳ୍କ ବୃଦ୍ଧି କରିଛନ୍ତି। ଖୁବଶୀଘ୍ର ଏନେଇ ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ବ୍ୟାନରରେ ସବୁ ରାଜନୀତିକ ଦଳଗୁଡ଼ିକୁ ନେଇ ଦୃଢ଼ ପ୍ରତିବାଦ କରାଯିବ।

ସେହିପରି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଖରା ସମୟରେ ବିଜୁଳି ଦର ବୃଦ୍ଧି କରିବା ଓଡ଼ିଶାବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ। ରାଜ୍ୟର ୩୩୨ଟି କମ୍ପାନୀ ଉପରେ ଜଳକର ବାବଦରେ ୫୧୫କୋଟିରୁ ଅଧିକ ଟଙ୍କା ଦୀର୍ଘଦିନ ଧରି ପଡ଼ି ରହିଥିବାବେଳେ ସରକାର ତାକୁ ଆଦାୟ କରିବାରେ ଉଦାସୀନ ଅଛନ୍ତି। ସେହିପରି ରାଜ୍ୟର ୪ଟି ବିଦ୍ୟୁତ ବିତରଣ କମ୍ପାନୀ ଉପରେ ୫୯୬୩.୨୧କୋଟି ଟଙ୍କା ବକେୟା ରହିଛି। ସାଧାରଣ ଲୋକଙ୍କ ଉପରେ ବିଜୁଳି ଦର ବୋଝ ନପଡ଼ିବା ପାଇଁ ଲକଡାଉନ ସମୟରେ ବିଦ୍ୟୁତ କିଣିବା ପାଇଁ ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକୁ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ୮୪କୋଟି ଟଙ୍କାର ରିହାତି ବି ଦିଆଯାଇଥିଲା। ତା’ସତ୍ତ୍ୱେ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ହୋଇଛି। ଓଇଆରସିଙ୍କ ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ନକଲେ ବିଜେପି ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story