୯ଜଣ ବରିଷ୍ଠଙ୍କୁ ପଛରେ ପକାଇ ପ୍ରଦୀପ ହେଲେ ଉନ୍ନୟନ କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆବର୍ଷରୁ ରାଜ୍ୟ ପ୍ରଶାସନ ନୂଆ ରୂପରେ ଦେଖିବାକୁ ମିଳିବ। ୧୯୮୬ ବ୍ୟାଚ ଆଇଏଏସ୍ ତଥା ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିବା ସହ ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ରଙ୍କୁ ମୁଖ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଡିସେମ୍ବର ୩୧ତାରିଖ ଅପରାହ୍ନରେ ଶ୍ରୀ ମହାପାତ୍ର ରାଜ୍ୟ ପ୍ରଶାସନିକ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ତେବେ ସବୁଠୁ […]

p

p

Hemant Lenka
  • Published: Friday, 25 December 2020
  • Updated: 25 December 2020, 02:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆବର୍ଷରୁ ରାଜ୍ୟ ପ୍ରଶାସନ ନୂଆ ରୂପରେ ଦେଖିବାକୁ ମିଳିବ। ୧୯୮୬ ବ୍ୟାଚ ଆଇଏଏସ୍ ତଥା ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିବା ସହ ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ରଙ୍କୁ ମୁଖ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଡିସେମ୍ବର ୩୧ତାରିଖ ଅପରାହ୍ନରେ ଶ୍ରୀ ମହାପାତ୍ର ରାଜ୍ୟ ପ୍ରଶାସନିକ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୯ଜଣ ବରିଷ୍ଠ ଆଇଏଏସଙ୍କୁ ପଛରେ ପକାଇ ୧୯୮୯ ବ୍ୟାଚ ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଅବଶ୍ୟ ଏଥିରୁ ୫ଜଣ ଅଫିସର ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ଥିବା ଦକ୍ଷ ଆଇଏଏସ୍ ଶ୍ରୀ ଜେନାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦେଇ ରାଜ୍ୟ ସରକାର ଏକପ୍ରକାର ପୁରସ୍କୃତ କରିଛନ୍ତି।

ବରିଷ୍ଠତା ଭିତ୍ତିରେ ସୁରେଶ ମହାପାତ୍ରଙ୍କ ତଳକୁ ତାଙ୍କ ବ୍ୟାଚ ୧୯୮୬ ମସିହାର ଆଇଏଏସ୍ ଜିଭିଭି ଶର୍ମା ଓ ଏସପି ଠାକୁର ଅଛନ୍ତି। ଶ୍ରୀ ଶର୍ମା କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ସେ ୨୦୨୨ ଅକ୍ଟୋବରରେ ଅବସର ନେବେ। ଶ୍ରୀ ଠାକୁର କେବିକେ ମୁଖ୍ୟ ପ୍ରଶାସକ ଥିବାବେଳେ ୨୦୨୩ ମାର୍ଚ୍ଚରେ ଅବସର ନେବେ। ତାଙ୍କ ତଳକୁ ୧୯୮୭ ବ୍ୟାଚର ତୁହିନକାନ୍ତ ପାଣ୍ଡେ , ନିକୁଞ୍ଜ କୁମାର ସୁନ୍ଦରାୟ ଓ ରାଜେଶ ବର୍ମା ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ସେହି ବ୍ୟାଚର ଆରକେ ଶର୍ମା ଏବେ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ। ସେ ୨୦୨୩ ଅଗଷ୍ଟରେ ଅବସର ନେବେ।

ସେହିପରି ୧୯୮୮ ବ୍ୟାଚର ସିଜେ ବେଣୁଗୋପାଳ ଏବେ ରାଜସ୍ୱ ପର୍ଷଦ ସଦସ୍ୟ ଥିବାବେଳେ ସେହି ବ୍ୟାଚର ପ୍ରଦୀପ୍ତ କୁମାର ମହାପାତ୍ର ଏବେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେହି ବ୍ୟାଚର ପରାଗ ଗୁପ୍ତା ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ୧୯୮୯ ବ୍ୟାଚର ପ୍ରଦୀପ କୁମାର ଜେନା ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ କାର୍ଯ୍ୟ କରୁଥିଲେ।

ଉଲ୍ଲେଖଯୋଗ୍ୟ, ଶ୍ରୀ ଜେନା ଜଳସମ୍ପଦ ବିଭାଗ ଓ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଭାବେ କାର୍ଯ୍ୟ କରିବାବେଳେ ଏହି ଦୁଇ ବିଭାଗର ସମସ୍ତ ନିର୍ମାଣ କାର୍ଯ୍ୟକୁ ଶତପ୍ରତିଶତ ଟେଣ୍ଡର ମାଧ୍ୟମରେ ସମ୍ପନ୍ନ କରାଇବା ଓ ପିସି କାରବାର ଉପରେ ଅଙ୍କୁଶ ଲଗାଇବାରେ ସେ ସକ୍ଷମ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story