Advertisment

ପ୍ରଦୀପ ଜେନା ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ

ମାର୍ଚ୍ଚ ୧ ତାରିଖରୁ ସେ ଦାୟିତ୍ୱ ଗ୍ରହଣ କରିବେ।

author-image
Niranjan Mishra
ଅଦ୍ୟତନ ହୋଇଛି
Pradeep Kumar Jena

Pradeep Kumar Jena

ପ୍ରଦୀପ କୁମାର ଜେନା ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଏବେ ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ଉନ୍ନୟନ କମିଶନର ଦାୟିତ୍ୱରେ ପ୍ରଦୀପ ରହିଛନ୍ତି। ପ୍ରଦୀପ ମୁଖ୍ୟ ଶାସନ ସଚିବ ପଦ ସହିତ ଚିଫ୍ ଡେଭଲପେଣ୍ଟ କମିଶନର ଅଫ୍ ଓଡ଼ିଶା ଦାୟିତ୍ୱରେ ନିଯୁକ୍ତ ହୋଇଛନ୍ତି।

Advertisment

୧୯୮୯ ବ୍ୟାଚ୍ IAS ଅଫିସର୍ ପ୍ରଦୀପ। ତାଙ୍କୁ ନୂଆ ତଥା ଓଡ଼ିଶା ପ୍ରଶାସନିକ ସେବା ମୁଖିଆ ପଦରେ ନିଯୁକ୍ତ କରାଯିବା ପରେ ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଦାୟିତ୍ୱ ଦିଆଯାଇଛି। ସେ ଜଳସମ୍ପଦ ସଚିବ ସହ ଉନ୍ନୟନ କମିଶନର ଦାୟିତ୍ୱ ତୁଲାଇବେ।

୧୯୬୪ ମସିହା ଜାନୁଆରୀ ୧ରେ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିବା ପ୍ରଦୀପ, ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କ୍ୟାରିୟର ଆରମ୍ଭ କରି ପରେ କଳାହାଣ୍ଡିର ଜିଲ୍ଲାପାଳ ହୋଇଥିଲେ।

Advertisment

ଏବେ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଅଛନ୍ତି। ସେ ଚଳିତ ମାସ ୨୮ ତାରିଖରେ ଅବସର ନେବେ। ତାଙ୍କ ଅବସର ଅବଧିକୁ ଦୁଇଥର ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ଏହାକୁ ନେଇ ବିଭିନ୍ନ ଅଲୋଚନା ଲାଗି ରହିଛି। ଠିକ୍ ଏହି ସମୟରେ ପ୍ରଦୀପଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଓଡ଼ିଶା ସରକାର ନିଯୁକ୍ତ କରିଛନ୍ତି। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ପିକେ ଜେନାଙ୍କ ଉପରେ ଭରସା ପ୍ରକାଶ କରିଛନ୍ତି ଶାସନରେ ଥିବା ସରକାର।

ପିକେ ଜେନା ଏସ୍‌ଆରସି ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ପୂର୍ବରୁ କାମ କରିବାର ଅଭିଜ୍ଞତା ରଖିଛନ୍ତି।

Odisha Government Odisha Chief Secretary