Advertisment

ଝାରପଡ଼ା ଜେଲ୍‌ରେ କଟିଲା ପ୍ରଦୀପଙ୍କ ରାତି, ସଙ୍ଗରୋଧରେ ରହିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଶ୍‌ ଅୟସ ଆରାମରେ ଜୀବନ କାଟୁଥିବା ତଥା ଚାଟାର୍ଡ ଫ୍ଲାଇଟ୍‌ରେ ଭାବି ଜ୍ୱାଇଁଙ୍କ ପରିବାର ସହ ଉଡ଼ୁଥିବା  ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନୂଆ ଠିକଣା ଏବେ ଝାରପଡ଼ା ଜେଲ୍। କୋଭିଡ୍ ନିୟମାବଳୀ ଆଧାରରେ ତାଙ୍କୁ ୧୪ ନମ୍ବର ଓ୍ୱାର୍ଡରେ ସଙ୍ଗରୋଧରେ ରଖାଯାଇଛି । କ୍ଷମତାରେ ଥାଇ ବେଶ୍‌ ସୁଖ ସୁବିଧାରେ ଦିନ କାଟୁଥିବା ପ୍ରଦୀନ ଶେଷରେ ସାଧାରଣ ବିଚାରାଧିନ କଏଦୀ ଭାବେ ରାତି କାଟିଛନ୍ତି। ଜେଲ୍ ମାନୁଏଲ୍ ଅନୁସାରେ ତାଙ୍କୁ […]

ଅଦ୍ୟତନ ହୋଇଛି
୩ ରଥୀଙ୍କ କବ୍‌ଜାରେ ପ୍ରଦୀପ, ଶାସକ-ବିରୋଧୀ ସ୍ୱର ଏକ

pradeep-panigrahi-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଶ୍‌ ଅୟସ ଆରାମରେ ଜୀବନ କାଟୁଥିବା ତଥା ଚାଟାର୍ଡ ଫ୍ଲାଇଟ୍‌ରେ ଭାବି ଜ୍ୱାଇଁଙ୍କ ପରିବାର ସହ ଉଡ଼ୁଥିବା  ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନୂଆ ଠିକଣା ଏବେ ଝାରପଡ଼ା ଜେଲ୍। କୋଭିଡ୍ ନିୟମାବଳୀ ଆଧାରରେ ତାଙ୍କୁ ୧୪ ନମ୍ବର ଓ୍ୱାର୍ଡରେ ସଙ୍ଗରୋଧରେ ରଖାଯାଇଛି ।

Advertisment

କ୍ଷମତାରେ ଥାଇ ବେଶ୍‌ ସୁଖ ସୁବିଧାରେ ଦିନ କାଟୁଥିବା ପ୍ରଦୀନ ଶେଷରେ ସାଧାରଣ ବିଚାରାଧିନ କଏଦୀ ଭାବେ ରାତି କାଟିଛନ୍ତି। ଜେଲ୍ ମାନୁଏଲ୍ ଅନୁସାରେ ତାଙ୍କୁ ସାଧାରଣ କଏଦୀ ଭାବେ ସୁବିଧା ସୁଯୋଗ ଦିଆଯାଇଛି।

ଅଧିକ ପଚରାଉଚରା ଲାଗି ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ  ଆବେଦନ କରିବ। ସେପଟେ ପ୍ରଦୀପ ଉପର କୋର୍ଟରେ ଜାମିନ ପାଇଁ ଆବେଦନ କରିପାରନ୍ତି ବୋଲି ଜଣାଯାଇଛି ।

Advertisment

ଭାବି ଜ୍ୱାଇଁ ଆକାଶ ପାଠକଙ୍କ କେଳେଙ୍କାରି ସହ ସାମିଲ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଗତକାଲି ପ୍ରଦୀପଙ୍କୁ ଗିରଫ କରିଥିଲା । ଏହାପରେ ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ପ୍ରଦୀପଙ୍କ ବିରୋଧରେ ଠକେଇ, ଜାଲିଆତି ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ସଂଗୀନ ଅଭିଯୋଗରେ ମାମଲା ରୁଜୁ ହୋଇଛି । ଟାଟା କଂପାନିରେ ଚାକିରି କରାଇ ଦେବା ଲାଗି ଆକାଶ ପାଠକଙ୍କ ପାଇଁ ପ୍ରଦୀପ ଟଙ୍କା ସଂଗ୍ରହ କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ ଜଣାଇଛି । ସାଇବର ଥାନାରେ ରୁଜୁ ହୋଇଥିବା ମାମଲାରେ ପ୍ରଦୀପଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ଦର୍ଶାଇଛି । ତାଙ୍କ ବିରୋଧରେ ଆଇଟି ଆକ୍ଟରେ ସଂଗୀନ ଦଫା ଲଗାଯାଇଛି।

ସେପଟେ ଗିରଫଦାରୀକୁ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ପ୍ରଦୀପ କହିଛନ୍ତି । ଏନେଇ ସେ ଗତକାଲି ଗିରଫ ପୂର୍ବରୁ ଆଶଙ୍କା କରିଥିଲେ । ତାଙ୍କୁ ମଧ୍ୟ ସରକାର ଗିରଫ କରିପାରନ୍ତି ବୋଲି ପ୍ରଦୀପ ପୂର୍ବରୁ ଗଣମାଧ୍ୟମକୁ କହିଥିଲେ ।

ଅଧିକ ପଢନ୍ତୁ : ପୁଣି ଆକାଶଙ୍କ ଆକାଉଣ୍ଟରୁ ମିଳିଲା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା

BjD Pradeep Panigrahi Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe