Advertisment

ମଲା ଲୋକ ନାଁରେ ମାଲାମାଲ୍‌, କାରନାମା ଭୟଙ୍କର

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ମୃତକଙ୍କ ନାଁରେ ଆସିଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର। ଆଉ ଘର ନିର୍ମାଣ ପାଇଁ ୪ଟି କିସ୍ତିରେ ଉଠିଲା ଟଙ୍କା। ହେଲେ ଏ ସମ୍ପର୍କରେ ମୃତକଙ୍କ ପରିବାର ଜାଣିପାରିଲେ ନାହିଁ। ଏପରି ଭୟଙ୍କର ଦୁର୍ନୀତି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅଞ୍ଚଳରୁ ଆସିଛି। ଏହି ଘଟଣାର ତଦନ୍ତ କରି ଟଙ୍କା ହଡ୍‌ପ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୌଦ୍ଧ ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ଝିଅ। […]

ମଲା ଲୋକ ନାଁରେ ମାଲାମାଲ୍‌, କାରନାମା ଭୟଙ୍କର

abasa

Advertisment

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ମୃତକଙ୍କ ନାଁରେ ଆସିଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର। ଆଉ ଘର ନିର୍ମାଣ ପାଇଁ ୪ଟି କିସ୍ତିରେ ଉଠିଲା ଟଙ୍କା। ହେଲେ ଏ ସମ୍ପର୍କରେ ମୃତକଙ୍କ ପରିବାର ଜାଣିପାରିଲେ ନାହିଁ। ଏପରି ଭୟଙ୍କର ଦୁର୍ନୀତି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅଞ୍ଚଳରୁ ଆସିଛି। ଏହି ଘଟଣାର ତଦନ୍ତ କରି ଟଙ୍କା ହଡ୍‌ପ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୌଦ୍ଧ ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ଝିଅ।

Advertisment

୨୦୧୯ ସେପ୍ଟେମ୍ୱର ୨୯ ତାରିଖରେ ବୌଦ୍ଧ ସଦର ବ୍ଲକ ମୁଣ୍ଡାପଡା ପଂଚାୟତର ବଡମାଲ ଗାଁର କାର୍ତ୍ତିକ ନାୟକଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ନାଁରେ ଆସିଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର। ୨୦୧୯ ଅକ୍ଟୋବର ୩ ତାରିଖରେ ତାଙ୍କ ଆକାଉଣ୍ଟରୁ ପ୍ରଥମ କିସ୍ତିରେ ୨୦,୦୦୦ ଟଙ୍କା ଉଠିଥିଲା। ଦ୍ୱିତୀୟ କିସ୍ତିରେ ୩୦,୦୦୦ ଟଙ୍କା ୨୦୨୦ ଜୁଲାଇ ୧୩ ତାରିଖରେ ଉଠା ଯାଇଥିଲା। ୨୦୨୦ ଜୁଲାଇ ୨୦ ତାରିଖରେ ତୃତୀୟ କିସ୍ତିରେ ୪୦ ହଜାର ଟଙ୍କା ଉଠିଥିଲା। ଏମିତି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମୋଟ୍‌ ୯୦,୦୦୦ ଟଙ୍କା ଉଠା ଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ମୃତକ ହିତାଧିକାରୀଙ୍କ ପରିବାର ଲୋକ ଘର ସମ୍ପର୍କରେ କିଛି ଜାଣିନାହାନ୍ତି। ମୃତ କାର୍ତ୍ତିକଙ୍କ ଝିଅ ମଞ୍ଜୁ ନାୟକ ଏହି କଥା କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ବିନା ଘର ନିର୍ମାଣରେ କେମିତି ବିଲ୍‌ ହେଲା ଓ ଟଙ୍କା ଉଠିଲା କେମିତି? ମୃତ୍ୟୁବରଣ କରିଥିବା ଲୋକଙ୍କ ନାଁରେ ଏପରି କାଲେଙ୍କାରୀ କରିଛି କିଏ? ଏ ନେଇ ମଞ୍ଜୁ ବୌଦ୍ଧ ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ସେହିପରି ମୁଣ୍ଡାପଡା ଗାଁର ୭୦ ବର୍ଷୀୟ ବୃଦ୍ଧା ହେଉଛନ୍ତି ଦ୍ରୌପଦୀ ନାୟକ। ଘର ଖଣ୍ଡିଏ ପାଇଁ ଅନେକ ଗୁହାରି ପରେ ତାଙ୍କୁ ଘର ମିଳିଲା। ହେଲେ ଗୋଟିଏ କିସ୍ତିରେ ଟଙ୍କା ମିଳିବା ପରେ ଆଉ ଟଙ୍କା ମିଳିନାହିଁ। ଫଳରେ ଘର କରିପାରୁନାହାନ୍ତି। ଅତି ଦୟନୀୟ ଅବସ୍ଥାରେ ଭଙ୍ଗା ନଡା ଛପର ଘରେ ରହୁଛନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ତାଙ୍କର ବିଲ୍‌ ହୋଇପାରୁନାହିଁ। ସେହପରି ବଡ଼ମାଲ ଗାଁର ସଂସାର କୁମ୍ଭାରଙ୍କ ଘରର ଫାଇନାଳ ବିଲ ହେଉନାହିଁ। ଏଥିପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ କରିଛନ୍ତି ସାଂସାର କୁମ୍ଭାର। ଫଳରେ ସରକାରଙ୍କ 5ଟି ଯୋଜନା ଉପରେ ଉଠିଛି ପ୍ରଶ୍ନବାଚୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe