Advertisment

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର: ଏମ୍‌ସ ନିର୍ଦ୍ଦେଶିକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଆକ୍ରାନ୍ତ ହୋଇଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି,“୪ ଜଣିଆ ଡାକ୍ତରୀ ଟିମ୍‌ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି। ସେମାନଙ୍କ ଭିତରେ ଭୁବନେଶ୍ୱର ଏମ୍ସର ୨ ଓ ରାଜ୍ୟ ସରକାରଙ୍କ ୨ ଡାକ୍ତର ଅଛନ୍ତି। ବର୍ତ୍ତମାନ ପ୍ରଦୀପ୍ତ ନାଏକ ICUରେ ଭେଣ୍ଟିଲେଟରରେ ଅଛନ୍ତି। ଆବଶ୍ୟକ ହେଲେ ତାଙ୍କୁ […]

ଅଦ୍ୟତନ ହୋଇଛି
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର: ଏମ୍‌ସ ନିର୍ଦ୍ଦେଶିକା

Pradipta Kumar Naik

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଆକ୍ରାନ୍ତ ହୋଇଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି,“୪ ଜଣିଆ ଡାକ୍ତରୀ ଟିମ୍‌ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି। ସେମାନଙ୍କ ଭିତରେ ଭୁବନେଶ୍ୱର ଏମ୍ସର ୨ ଓ ରାଜ୍ୟ ସରକାରଙ୍କ ୨ ଡାକ୍ତର ଅଛନ୍ତି। ବର୍ତ୍ତମାନ ପ୍ରଦୀପ୍ତ ନାଏକ ICUରେ ଭେଣ୍ଟିଲେଟରରେ ଅଛନ୍ତି। ଆବଶ୍ୟକ ହେଲେ ତାଙ୍କୁ ଭଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ବର୍ତ୍ତମାନ ସେଭଳି ସ୍ଥିତି ଆସିନାହିଁ।”

Advertisment

ଗତ ୧୯ ତାରିଖରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ତାଙ୍କୁ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁନଥିଲା। ଗତକାଲି ତାଙ୍କ ଆଇସିୟୁରେ ଭର୍ତ୍ତି କରାଯାଇଥିଲା

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏକଥା ଜାଣିବା ପରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ କରି ପ୍ରଦୀପଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ତାଙ୍କ ପତ୍ନୀଙ୍କୁ ପଚାରିଥିଲେ।

Advertisment

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

https://twitter.com/Naveen_Odisha/status/1390172277816270848?s=20

State Bjp Pradipta Nayak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe