Advertisment

ପ୍ରଣବଙ୍କୁ ଉତ୍ତର ଦେଲେ ପ୍ରଦୀପ୍ତ; କହିଲେ-ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇଦିଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ କଥା କହିଥିଲେ। ଏହାର ଜବାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ଧର୍ମେନ୍ଦ୍ରଙ୍କ ଜବାବର ପ୍ରତିଜବାବ ଦେଇଥିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ଧର୍ମେନ୍ଦ୍ରଙ୍କୁ ଟ୍ୟାଗ କରି ଟ୍ୱିଟ୍‌ରେ ଶ୍ରୀ ଦାସ ଲେଖିଥିଲେ, ଆମ ମୁଖ୍ୟମନ୍ତ୍ରୀ ଚାହାଁନ୍ତି ଆମର ମା ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ। ଆପଣ କଣ ଚାହାଁନ୍ତି ମହିଳାମାନେ […]

ପ୍ରଣବଙ୍କୁ ଉତ୍ତର ଦେଲେ ପ୍ରଦୀପ୍ତ; କହିଲେ-ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇଦିଅ

pradeepta-naya

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ କଥା କହିଥିଲେ। ଏହାର ଜବାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ଧର୍ମେନ୍ଦ୍ରଙ୍କ ଜବାବର ପ୍ରତିଜବାବ ଦେଇଥିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ।

Advertisment

ଧର୍ମେନ୍ଦ୍ରଙ୍କୁ ଟ୍ୟାଗ କରି ଟ୍ୱିଟ୍‌ରେ ଶ୍ରୀ ଦାସ ଲେଖିଥିଲେ, ଆମ ମୁଖ୍ୟମନ୍ତ୍ରୀ ଚାହାଁନ୍ତି ଆମର ମା ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ। ଆପଣ କଣ ଚାହାଁନ୍ତି ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ? ଆମ ମା ଓ ଭଉଣୀମାନେ ଆଜି ବି ଚମତ୍କାର ରୋଷେଇ କରନ୍ତି। ସୁଯୋଗ ମିଳିଲେ ସେମାନେ ଦେଶ ମଧ୍ୟ ଚଳାଇ ପାରିବେ।”

https://twitter.com/pranabpdas/status/1343217072176734209?s=20

ପ୍ରଣବଙ୍କ ପ୍ରତିଜବାବର ଉତ୍ତର ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି କେନ୍ଦ୍ରମନ୍ତ୍ରୀ। କିନ୍ତୁ ତାଙ୍କ ପାଇଁ ଆଗକୁ ଆସିଛନ୍ତି ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ସ୍ମୃତି ପଟ୍ଟନାୟକ, ଟଙ୍କଧର ତ୍ରିପାଠୀ ଓ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ। ସେ ଟ୍ୱିଟ୍‌ କରି ଲେଖିଛନ୍ତି-“ପର ଘରେ ବାସନ ମାଜି ଯାହାର ମାଆ ପିଲାଙ୍କୁ ମଣିଷ କରିଥିଲା, ପ୍ରଧାନମନ୍ତ୍ରୀ ମୋଦି ସେହି ଗରିବ ମାଆର ପୁଅ। ଗରିବ ମାଆ ଭଉଣୀଙ୍କ ସମସ୍ୟା ମୋଦିଙ୍କଠାରୁ କିଏ ଅଧିକ ବୁଝିଛି ? ମୋଦି ସ୍ଲୋଗାନରେ ନୁହେଁ, ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ମାନ ଓ ରୋଜଗାରର ଜାଗ୍ରତ ପ୍ରହରୀ । ମହିଳାଙ୍କ ପାଇଁ ପ୍ରତୀକାତ୍ମକ ପ୍ରସଙ୍ଗ ନୁହେଁ ବରଂ ଠୋସ୍ ପଦକ୍ଷେପ ଜରୁରୀ । ଆପଣ ଏ ପ୍ରସଙ୍ଗକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବୁଝେଇବା ପାଇଁ ଥରେ ଚେଷ୍ଟା କରନ୍ତୁ।”

Advertisment

https://twitter.com/pradiptanaikbjp/status/1343447605464813569?s=20

ଏହା ପୂର୍ବରୁ ପ୍ରଣବଙ୍କୁ ଟ୍ୱିଟ୍‌ କରି ଲେଖାଶ୍ରୀ ଲେଖିଥିଲେ, “ମୁଖ୍ୟମନ୍ତ୍ରୀଙ୍କୁ ଚାରିକାନ୍ଥ ଭିତରେ ବାନ୍ଧି ଓଡ଼ିଶାର ମା ଭଉଣୀ ଶିଶୁଙ୍କୁ ବଳାତ୍କାର, ହତ୍ୟା ଓ ତସ୍କରୀ ଭଳି ରାକେଟ ଚଳାଇଛନ୍ତି। ଆପଣଙ୍କ ଦଳର ମା ଭଉଣୀଙ୍କୁ ସଂସଦ ଓ ବିଧାନସଭାରେ ବି ମୁହଁରେ ତୁଣ୍ଡି ବାନ୍ଧି ରଖିଛନ୍ତି। ବିଜେପି ଭଳି ମହିଳାଙ୍କୁ ଶାସନର କ୍ଷମତା କେନ୍ଦ୍ରରେ ରଖନ୍ତୁ ତାପରେ ମହିଳା ସଶକ୍ତିକରଣ କଥା କହିବେ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe