Advertisment

ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା; ପ୍ରକାଶ ରାଜ କହିଲେ ଏମାନେ ଭଗବାନଙ୍କୁ ବି ଧାଡ଼ିରେ ଠିଆ କରିଦେଲେ

ନୂଆଦିଲ୍ଲୀ: ସଙ୍କଟରେ ପଡ଼ିଥିବା ୟେସ୍ ବ୍ୟାଙ୍କରେ ଓଡ଼ିଶାର ଆରାଧ୍ୟ ତଥା ଜଗତର ନାଥ ଜଗନ୍ନାଥଙ୍କ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ରହିଛି। ଏହାକୁ ନେଇ ବିଭିନ୍ନ ଅନିଶ୍ଚିତତା ଲାଗିରହିଥିବାରୁ ଅଭିନେତା ପ୍ରକାଶ ରାଜ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସେ ସିଧା ସରକାରଙ୍କୁ ଏଥିପାଇଁ ଟାର୍ଗେଟ୍ କରିଛନ୍ତି। ସୋଶାଲ ମିଡିଆରେ ବେଶ ସକ୍ରିୟ ରହୁଥିବା ଏବଂ ଗତ କିଛି ଦିନ ଧରି ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ପ୍ରକାଶ ରାଜ ଏବେ ଜଗନ୍ନାଥ ମନ୍ଦିରର ଟଙ୍କା ବାବଦରେ ଟ୍ୱିଟ୍ […]

ଅଦ୍ୟତନ ହୋଇଛି
ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା; ପ୍ରକାଶ ରାଜ କହିଲେ ଏମାନେ ଭଗବାନଙ୍କୁ ବି ଧାଡ଼ିରେ ଠିଆ କରିଦେଲେ

Prakash-Raj

Advertisment

ନୂଆଦିଲ୍ଲୀ: ସଙ୍କଟରେ ପଡ଼ିଥିବା ୟେସ୍ ବ୍ୟାଙ୍କରେ ଓଡ଼ିଶାର ଆରାଧ୍ୟ ତଥା ଜଗତର ନାଥ ଜଗନ୍ନାଥଙ୍କ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ରହିଛି। ଏହାକୁ ନେଇ ବିଭିନ୍ନ ଅନିଶ୍ଚିତତା ଲାଗିରହିଥିବାରୁ ଅଭିନେତା ପ୍ରକାଶ ରାଜ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସେ ସିଧା ସରକାରଙ୍କୁ ଏଥିପାଇଁ ଟାର୍ଗେଟ୍ କରିଛନ୍ତି।

Advertisment

ସୋଶାଲ ମିଡିଆରେ ବେଶ ସକ୍ରିୟ ରହୁଥିବା ଏବଂ ଗତ କିଛି ଦିନ ଧରି ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ପ୍ରକାଶ ରାଜ ଏବେ ଜଗନ୍ନାଥ ମନ୍ଦିରର ଟଙ୍କା ବାବଦରେ ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି, “ହେ ଭଗବାନ! ଆପଣଙ୍କୁ ମଧ୍ୟ ଧାଡ଼ିରେ ଛିଡ଼ା କରିଦେଲେ। ୟେସ୍ ବ୍ୟାଙ୍କରେ ରହିଥିବା ୫୪୫ କୋଟି ଟଙ୍କା ବାବଦରେ ‘ଭକ୍ତ’ମାନେ ଚିନ୍ତା ପ୍ରକଟ କରିବା ଦରକାର।”

ଏହା ପୂର୍ବରୁ ସରକାରଙ୍କ ୟେସ୍ ବ୍ୟାଙ୍କପ୍ରୀତିକୁ ନେଇ ରାଜନୀତି ସରଗରମ ହୋଇଛି। ସରକାରୀ ସଂସ୍ଥା ଓ ସ୍ୱୟଂଚାଳିତ ସଂସ୍ଥାର ବ୍ୟବସାୟିକ କାରବାର ପାଇଁ ପ୍ରାଧିକୃତ ବ୍ୟାଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହେବାର ୪ ମାସ ପୂର୍ବରୁ କିପରି ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ରଖାଗଲା ବୋଲି ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲା ବିଜେପି। ସେପଟେ ମନ୍ଦିର ସୌନ୍ଦର୍ଯ୍ୟକରଣ ଆଢୁଆଳରେ ଠାକୁରଙ୍କ ଶହ ଶହ କୋଟି ଟଙ୍କା ଚଳୁ ପାଇଁ ଉଦ୍ୟମ ହୋଇଛି ବୋଲି ସାଂଘାତିକ ଅଭିଯୋଗ ଆଣିଥିଲା କଂଗ୍ରେସ। ଶ୍ରୀଜଗନ୍ନାଥଙ୍କ ଟଙ୍କା ଫେରାଇବାକୁ ମୁଖ୍ୟ ପ୍ରଶାସକ RBIକୁ ଚିଠି ଲେଖିଥିବା ବେଳେ ବ୍ୟାଙ୍କରେ ଟଙ୍କା ରଖିଥିବା ଗ୍ରାହକ ନିଜ ଟଙ୍କା ଫେରି ପାଇବା ନେଇ ଆଶଙ୍କାରେ।

Advertisment

ଅକ୍ଟୋବରରେ ତିରୁପତି ମନ୍ଦିର ଟ୍ରଷ୍ଟର ନିଜ ୧୩ ଶହ କୋଟି ଟଙ୍କା ୟେସ ବ୍ୟାଙ୍କରୁ ଉଠାଇ ନେଇଥିବା ବେଳେ ବ୍ୟାଙ୍କର ବାସ୍ତବ ସ୍ଥିତି ଜାଣି ବି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ କାହିଁକି ଚୁପ ବସିଥିଲେ ବୋଲି ପ୍ରଶ୍ନ କରିଛି ବିଜେପି । ଠାକୁରଙ୍କ ଟଙ୍କାକୁ ହରଣଚାଲ କରାଯାଇଥିବା ଅଭିଯୋଗ ଆଣି ଏନେଇ ଶ୍ୱେତପତ୍ର ପ୍ରକାଶ ପାଇଁ ଦଳ ଦାବି କରିଛି । ସେପଟେ ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ଆଳରେ ଠାକୁରଙ୍କ ଟଙ୍କା ହଡପ କରାଯାଇ ଥିବା ଅଭିଯୋଗ କରିଛି କଂଗ୍ରେସ। ତେବେ ଏନେଇ ଓଡ଼ିଶା ଆଇନମନ୍ତ୍ରୀ ମୁହଁ ଖୋଲି ନଥିବା ବେଳେ ସମାଜିକ ସୁରକ୍ଷା ମନ୍ତ୍ରୀ କହିଛନ୍ତି ଠାକୁରଙ୍କ ଟଙ୍କା ଫେରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe