Advertisment

ଅସିତ ବନାମ ପ୍ରମୋଦ : ଫୋକସରେ ପଶ୍ଚିମ ଓଡିଶାର ଭୋଟ ବ୍ୟାଙ୍କ !

ଭୁବନେଶ୍ୱର(ଅର୍ଦ୍ଧେନ୍ଦୁ ଶେଖର): ଏକେ ବନାମ ପିକେ। ଅର୍ଥାତ ଅସିତ କୁମାର ବନାମ ପ୍ରମୋଦ କୁମାର। ଫୋକସରେ ରହିଛି ପଶ୍ଚିମ ଓଡିଶାର ଭୋଟ ରାଜନୀତି। ଅସିତ କୁମାର ତ୍ରୀପାଠୀ ହେଉଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଏବେକାର ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ। ପ୍ରମୋଦ କୁମାର ମିଶ୍ର ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ। ଏହି ଦୁଇଜଣଙ୍କ କଥା ଏଇଥିପାଇଁ ପ୍ରାସଙ୍ଗିକ ଯେ ଆଇଏଏସ ଚାକିରୀରୁ ଅବସର ନେବା ପରେ ଏହି ଦୁଇ ବରିଷ୍ଠ ପ୍ରଶାସକ ଦୁଇ […]

ଅଦ୍ୟତନ ହୋଇଛି
ଅସିତ ବନାମ ପ୍ରମୋଦ : ଫୋକସରେ ପଶ୍ଚିମ ଓଡିଶାର ଭୋଟ ବ୍ୟାଙ୍କ !

7jmn

Advertisment

ଭୁବନେଶ୍ୱର(ଅର୍ଦ୍ଧେନ୍ଦୁ ଶେଖର): ଏକେ ବନାମ ପିକେ। ଅର୍ଥାତ ଅସିତ କୁମାର ବନାମ ପ୍ରମୋଦ କୁମାର। ଫୋକସରେ ରହିଛି ପଶ୍ଚିମ ଓଡିଶାର ଭୋଟ ରାଜନୀତି। ଅସିତ କୁମାର ତ୍ରୀପାଠୀ ହେଉଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଏବେକାର ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ। ପ୍ରମୋଦ କୁମାର ମିଶ୍ର ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ। ଏହି ଦୁଇଜଣଙ୍କ କଥା ଏଇଥିପାଇଁ ପ୍ରାସଙ୍ଗିକ ଯେ ଆଇଏଏସ ଚାକିରୀରୁ ଅବସର ନେବା ପରେ ଏହି ଦୁଇ ବରିଷ୍ଠ ପ୍ରଶାସକ ଦୁଇ ରାଜନୈତିକ ଷ୍ଟଲୱାର୍ଟଙ୍କ ସହ ଜଡିତ ଅଛନ୍ତି। ଜଣେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖଲୋକ ହୋଇଥିବା ବେଳେ ଆଉ ଜଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ସହଯୋଗୀ। ଉଭୟଙ୍କ ମଧ୍ୟରେ ସମାନତା ହେଲା ଜଣେ ସମ୍ବଲପୁର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ବଲାଙ୍ଗିର ଜିଲ୍ଲାର।  ଏହି ଦୁଇଜଣ ପଶ୍ଚିମ ଓଡିଶାର ବାସିନ୍ଦା। ବର୍ତ୍ତମାନ ଉଭୟଙ୍କ ଏଜେଣ୍ଡା ପାଲଟିଛି ପଶ୍ଚିମ ଓଡିଶାର ବିକାଶ। ବିକାଶ ମାଧ୍ୟମରେ ଏହି ଦୁଇ ବ୍ୟୁରୋକ୍ରାଟ୍, ନିଜ ନିଜ ଦଳ ପାଇ ଭୋଟ୍  ହାତେଇବା ହେବ ମୂଳ ଉଦ୍ଦେଶ୍ୟ।  ତେବେ ଏଥିରେ ଏମାନେ କେତେ ସଫଳ ହେବେ ତାହା ତ’ ସମୟ କହିବ ମାତ୍ର ଆମେ କହିବୁ ଉଭୟଙ୍କ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର।

Advertisment

ପଶ୍ଚିମ ଓଡିଶା ବିକାଶ ପରିଷଦ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ବ୍ରେନ୍ ଚାଇଲ୍ଡ ଥିଲା। ଅଧିକାଂଶ ସମୟରେ ଏହାର ଅଧ୍ୟକ୍ଷ ଦାୟିତ୍ୱରେ ରାଜନୈତିକ ଲୋକ ରହିଛନ୍ତି। ଶାସକ ଦଳ ପାଇଁ ଏହା ସେପଟ ନେତାମାନଙ୍କ ଲାଗି ଏକ ଥଇଥାନ କେନ୍ଦ୍ର। ଅବଶ୍ୟ ଜଣେ କୃଷିବିତ୍ ନିରଞ୍ଜନ ପଣ୍ଡା ମଧ୍ୟ ଏହାର ଅଧ୍ୟକ୍ଷ ରହିସାରିଛନ୍ତି। କିନ୍ତୁ ବିଜେଡି ନେତା ସୁବାଷ ଚୌହ୍ୱାନଙ୍କ ଦେହାନ୍ତ ପରେ ହଠାତ କାହିଁକି ବିଜେଡି ସରକାର ଜଣେ ଅବସରପ୍ରାପ୍ତ ପ୍ରଶାସକଙ୍କୁ ଏହାର ଅଧ୍ୟକ୍ଷ କଲେ ସେନେଇ ଅନୁଶିଳନ କରିବାର ଆବଶ୍ୟକତା ରହିଛି। ଅସିତଙ୍କ ଅବସର ପୂର୍ବରୁ ଡବ୍ଲୁଓଡିସିର ଅଧ୍ୟକ୍ଷ ହେବେ ବୋଲି ସରକାରୀ ଭାବରେ ଘୋଷଣା କରିଦିଆଗଲା। ବଲାଙ୍ଗିର ରାଜନୀତିରେ ଅନଙ୍ଗ ଉଦୟ ସିଂଦେଓଙ୍କ ପରିବାରକୁ କୋଣ୍ ଠେସା କରିବା ଏହାର ଉଦ୍ଦେଶ୍ୟ ବୋଲି କେତେକ କହୁଥିବା ବେଳେ ପଶ୍ଚିମ ଓଡିଶାର ଭୋଟବ୍ୟାଙ୍କ ହାତେଇବା ବିଜେଡିର ଲକ୍ଷ ବୋଲି ଆଉ କେତେକ କହିଛନ୍ତି।

ଅଧିକ ପଢ଼ନ୍ତୁ : ୨୦୧୯-୨୦ରେ ବିଜେଡି କେତେ ରାଜନୀତିକ ଚାନ୍ଦା ପାଇଛି?

ଅପରପକ୍ଷରେ ନିକଟରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ଆଇଆଇଏମ୍ ଉଦଘାଟନ କରିବା ଅବସରରେ ଏହାର ପ୍ରତିଷ୍ଠା ନେଇ ପ୍ରମୋଦ ମିଶ୍ରଙ୍କ ଅବଦାନକୁ ପ୍ରଶଂସା କାରଯାଇଥିଲା। ଦେଶର ନୀତି ନିର୍ଦ୍ଧାରଣ କ୍ଷେତ୍ରେରେ ଯେଉଁ କେତେଜଣଙ୍କ ପ୍ରମୁଖ ଭୂମିକା ରହିଛି ସେ ଥିରେ ପ୍ରମୋଦ ମିଶ୍ର ଅନ୍ୟତମ। ବିଗତ ସାଧାରଣ ନିର୍ବାଚନରେ ବିଜେପି ଖାତାକୁ ପଶ୍ଚିମ ଓଡିଶାରୁ ୫ଟି ଲୋକସଭା ଆସନ ଯାଇଥିଲା। ମାତ୍ର ସେହି ଅନୁସାରେ ବିଧାନସଭା ଭୋଟ୍ ରେ ଏହା ରୁପାନ୍ତରିତ ହୋଇପାରିଲା ନାହିଁ। ତେଣୁ ଯେହେତୁ ପ୍ରମୋଦ ମିଶ୍ର ପଶ୍ଚିମ ଓଡିଶାର ଲୋକ ସେଥିପାଇଁ ଆସନ୍ତା ୨୦୨୪ ନିର୍ବାଚନରେ ବିଜେପି ଏହାର ଫାଇଦା କିଭଳି ନେଇ ପାରିବ ସେନେଇ ଏବେଠାରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ତେବେ ପିକେ ଭର୍ସେସ୍ ଏକେ ମଧ୍ୟରେ ସଫଳତା କାହାକୁ ମିଳିବ ତାହା ନିର୍ବାଚନ ପରେ ଜଣା ପଡିବ।

Advertisment
Odisha Politics Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe