Advertisment

Farm House: ପ୍ରଣବ ବଳବନ୍ତରାୟଙ୍କ ବିବାଦୀୟ ପନ୍ତୁରି ଫାର୍ମ ହାଉସ୍‌ ମାପଚୁପ

ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବିବାଦୀୟ ପନ୍ତୁରି ଫାର୍ମ ହାଉସ ଜମିର ମାପଚୁପ ଆରମ୍ଭ ହୋଇଛି I ଧର୍ମଶାଳା ତହସିଲ ପକ୍ଷରୁ ଆଜି ପନ୍ତୁରି ଫାର୍ମ ହାଉସରେ ମାପଚୁପ କରାଯାଇଛି।

Pranab
Advertisment

ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବିବାଦୀୟ ପନ୍ତୁରି ଫାର୍ମ ହାଉସ ଜମିର ମାପଚୁପ ଆରମ୍ଭ ହୋଇଛି I ଧର୍ମଶାଳା ତହସିଲ ପକ୍ଷରୁ ଆଜି ପନ୍ତୁରି ଫାର୍ମ ହାଉସରେ ମାପଚୁପ ଆରମ୍ଭ କରାଯାଇଛି। ଏଥିରେ ୩ ଜଣ ଆରଆଇ ଓ ୩ ଜଣ ଅମିନ ନିୟୋଜିତ ଅଛନ୍ତି।

Advertisment

ସୂଚନା ମୁତାବକ ସରକାରୀ ଜମି ଜବରଦଖଲ କରାଯାଇ ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରିଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ ନିର୍ମାଣ କରାଯାଇଛି। ଏନେଇ ଅଭିଯୋଗ ହେବାପରେ ଧର୍ମଶାଳା ତହସିଲ ପକ୍ଷରୁ ପ୍ରଣବ ବଳବନ୍ତ ରାୟଙ୍କୁ ଏକ ନୋଟିସ ପ୍ରଦାନ କରାଯାଇଥିଲା ଓ ପକ୍ଷ ରଖିବାକୁ କୁହାଯାଇଥିଲା। 

କିଛି ଦିନ ପରେ ରାତିରେ ନିଜ ଫର୍ମାହଉସରେ ଲାଗିଥିବା ଥିବା ଆଜବେଷ୍ଟସ ଖୋଲି ନେଇଯାଇଥିବା ଦେଖିବାକୁ ମିଳିଥିଲା I ଫର୍ମାହଉସରେ ଥିବା ଛେଳିଙ୍କୁ ମଧ୍ୟ ଦେଖିବାକୁ ମିଳି ନଥିଲା I

Advertisment

ଏହି ଫାର୍ମ ହାଉସ ଖାତା ନଂ.୩୩୬, ପ୍ଲଟ ନଂ.୧୧୧୮ ମୋଟ ୩୧.୬୦ ଏକର ପର୍ବତ କିସମରେ ରହିଛି। କିନ୍ତୁ ଆବଶ୍ୟକତାଠାରୁ ଅଧିକ ସରକାରୀ ଜମିକୁ ଜବରଦଖଲ କରି ପୂର୍ବତନ ବିଧାୟକଙ୍କ ଫାର୍ମ ହାଉସ ପାଚେରି ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ଯଦି ଫାର୍ମ ହାଉସ ନିଜ ଜମିରେ କରିଛନ୍ତି, ତେବେ ରାତି ଅଧିଆ  ଫାର୍ମ ହାଉସରେ ଥିବା ଘରର ଛାତ କିଏ ଭାଙ୍ଗି କାହିଁକି ନେଇଗଲେ ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି ଧର୍ମଶାଳା ତହସିଲ ପକ୍ଷରୁ ସମ୍ପୃକ୍ତ ଜମିର ମାପଚୁପ ଆରମ୍ଭ ହୋଇଛି I

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe