Advertisment

ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା: ଦୁଲୁକୁଛି ସମ୍ବଲପୁର

ସମ୍ୱଲପୁର:ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଦେବ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟର ପ୍ରସ୍ତୁତି। କାଲି ହର-ପାର୍ବତୀଙ୍କ ବାହାଘର ହେବ। ସମ୍ୱଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସହର ଦୁଲୁକୁଛି । ଏହାଭିତରେ ସମ୍ୱଲପୁର ସହରରେ ଥିବା ସବୁ ଯାତ୍ରା କମିଟି ପକ୍ଷରୁ ପତରପେଣ୍ଡି ବା ନିର୍ବନ୍ଧ ନୀତି ସମ୍ପନ୍ନ ହୋଇଛି। ବିଭିନ୍ନ ପଡ଼ାର ଶିବ ମନ୍ଦିରରୁ ବର ପିତା, ପଣ୍ଡିତ ମଣ୍ଡଳୀ ଓ ମୁରବୀ ସ୍ଥାନୀୟ ବ୍ୟକ୍ତି ଶୋଭାଯାତ୍ରାରେ କନ୍ୟା ଅନ୍ୱେଷଣରେ ବାହାରିଥିଲେ। ଶେଷରେ ବରପିତା କନ୍ୟାପିତାଙ୍କୁ ସର୍ଗିପତ୍ର […]

author-image
Rakesh Mallick
ଅଦ୍ୟତନ ହୋଇଛି
ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା: ଦୁଲୁକୁଛି ସମ୍ବଲପୁର

sambalpur-sitalsasti

ସମ୍ୱଲପୁର:ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଦେବ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟର ପ୍ରସ୍ତୁତି। କାଲି ହର-ପାର୍ବତୀଙ୍କ ବାହାଘର ହେବ। ସମ୍ୱଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସହର ଦୁଲୁକୁଛି । ଏହାଭିତରେ ସମ୍ୱଲପୁର ସହରରେ ଥିବା ସବୁ ଯାତ୍ରା କମିଟି ପକ୍ଷରୁ ପତରପେଣ୍ଡି ବା ନିର୍ବନ୍ଧ ନୀତି ସମ୍ପନ୍ନ ହୋଇଛି। ବିଭିନ୍ନ ପଡ଼ାର ଶିବ ମନ୍ଦିରରୁ ବର ପିତା, ପଣ୍ଡିତ ମଣ୍ଡଳୀ ଓ ମୁରବୀ ସ୍ଥାନୀୟ ବ୍ୟକ୍ତି ଶୋଭାଯାତ୍ରାରେ କନ୍ୟା ଅନ୍ୱେଷଣରେ ବାହାରିଥିଲେ। ଶେଷରେ ବରପିତା କନ୍ୟାପିତାଙ୍କୁ ସର୍ଗିପତ୍ର ଦେଇ ଦେବୀ ପାର୍ବତୀଙ୍କ ସହ ମହାଦେବଙ୍କ ନିର୍ବନ୍ଧ କରାଇଥିଲେ। ଝାଡୁଆପଡ଼ାର ଲୋକନାଥ ବାବା, ମୋଦିପଡ଼ାର ଯାଗେଶ୍ୱର ବାବା, ବାଲିବନ୍ଧାର ସୋମନାଥ ବାବା, ବଡ଼ ବଜାରର ଶୀତଳେଶ୍ୱର ବାବା ଓ ବୁଢ଼ାରଜାର ପାହାଡେଶ୍ୱର ବାବାଙ୍କ ସମେତ ବିଭିନ୍ନ ଶିବ ମନ୍ଦିରରୁ ପତରପେଣ୍ଡି ଶୋଭାଯାତ୍ରା ବାହାରିଥିଲା। ଏହି ସବୁ ପଡ଼ାରେ ଆଜି ହନୁମାନ ନିଉତା ହେବ। ବିଭିନ୍ନ ପଡ଼ାରୁ ହନୁମାନ ମହାପ୍ରଭୁ ବିଭିନ୍ନ ମନ୍ଦିର ଓ ଦେବାଳୟ ଯାଇ ହର-ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିବେ। ୨ ଦିନ ପୂର୍ବରୁ ନନ୍ଦପଡ଼ାର ବାଲୁଙ୍କେଶ୍ୱର ବାବାଙ୍କର ପତରପେଣ୍ଡି ସଂପନ୍ନ ହୋଇସାରିଛି।

Advertisment