Advertisment

ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବିରୋଧ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସିନେମା ହଲ୍‌ ଛକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଇଛି। ସେଠାରେ ଚାଲୁଥିବା ବାଡ଼ିଖେଳରେ ଯୋଗ ଦେବା ଅବସରରେ ଏକ ନିର୍ଦ୍ଦିଷ୍ଟ ଦଳର ଜଣେ ବ୍ୟକ୍ତି ତାଙ୍କୁ ବିରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ସ୍ଥାନୀୟ ଅଞ୍ଚଳରେ କିଛି ଉନ୍ନତି କରିନାହାନ୍ତି ଏବଂ ବିକାଶ କଲେ ତାଙ୍କୁ ସାଧାରଣ କାର୍ଯ୍ୟରେ ସାମିଲ କରାଯିବ ବୋଲି  ସମ୍ପୃକ୍ତ ବ୍ୟକ୍ତି ଜଣକ କହିଥିଲେ। ଏ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ‘ମୁଁ ଜାଣିନି କିଏ ବିରୋଧ […]

author-image
Puspanjali Panda
ଅଦ୍ୟତନ ହୋଇଛି
ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବିରୋଧ

pratap

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସିନେମା ହଲ୍‌ ଛକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଇଛି। ସେଠାରେ ଚାଲୁଥିବା ବାଡ଼ିଖେଳରେ ଯୋଗ ଦେବା ଅବସରରେ ଏକ ନିର୍ଦ୍ଦିଷ୍ଟ ଦଳର ଜଣେ ବ୍ୟକ୍ତି ତାଙ୍କୁ ବିରୋଧ କରିଥିଲେ।

Advertisment

କେନ୍ଦ୍ରମନ୍ତ୍ରୀ ସ୍ଥାନୀୟ ଅଞ୍ଚଳରେ କିଛି ଉନ୍ନତି କରିନାହାନ୍ତି ଏବଂ ବିକାଶ କଲେ ତାଙ୍କୁ ସାଧାରଣ କାର୍ଯ୍ୟରେ ସାମିଲ କରାଯିବ ବୋଲି  ସମ୍ପୃକ୍ତ ବ୍ୟକ୍ତି ଜଣକ କହିଥିଲେ।

ଏ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ‘ମୁଁ ଜାଣିନି କିଏ ବିରୋଧ କରିଛି। ମୁଁ ବିଜେଡ଼ି, ବିଜେପି କିଛି ବୁଝେନି। ଏଠି ବାଡ଼ି ଖେଳ ହେଉଛି। ଯେଉଁମାନେ ଏଠି ବିଜେଡି, ବିଜେପି ଦେଖୁଛନ୍ତି, ସେମାନେ ସମୁଦ୍ରରେ ପଚା କୂଅ ଖୋଳିବାର ଚକ୍ରାନ୍ତ କରୁଛନ୍ତି। ସେଥିରେ ମୋର କିଛି ରୁଚି ନାହିଁ। ’

Advertisment

ବିରୋଧ ପରେ ମନ୍ତ୍ରୀ ବାଡ଼ି ଖେଳ ଖେଳି ନଥିଲେ, କିନ୍ତୁ ସଭା ଯଥାରୀତି ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ବିଧାୟକ ମଦନ ମୋହନ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲ।