Advertisment

ପ୍ରତାପନଗରୀରୁ ଗଡିଲା ଶ୍ରୀଜଗନ୍ନାଥଙ୍କ ଦାରୁ

ଭୁବନେଶ୍ୱର:ଖରପଡିଆରୁ ଶ୍ରୀକ୍ଷେତ୍ର ଅଭିମୁଖେ ଚାଲିଥିବା ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟଦାରୁ ଶଗଡ଼ି ଗତକାଲି ଠାରୁ କଟକ ପ୍ରତାପ ନଗରୀରେ ଅଟକିଥିଲା। ଗତକାଲି ରାତିରୁ ଦାରୁ ଶଗଡ଼ି ଏଠାରେ ବିଶ୍ରାମ ନେଉଥିଲେ। ତେବେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୫ଟା ପରେ ଦାରୁ ଶଗଡ଼ି ପୁଣି ଗଡ଼ିବା ଆରମ୍ଭ କରି ଦେଇଛନ୍ତି। ଗତକାଲି ଦାରୁ ଶଗଡ଼ି କଟକ ବିଦ୍ୟାଧରପୁରରୁ ଆସି ପ୍ରତାପ ନଗରୀରେ ପହଞ୍ଚିଥିଲା। ବର୍ଷା ସତ୍ତ୍ୱେ ଦାରୁ ଶଗଡ଼ି ଟାଣିବା ସହ ଦର୍ଶନ ଲାଗି ପ୍ରବଳ ଭକ୍ତଙ୍କ ସମାଗମ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସାଇ ମନ୍ଦିରରୁ ଗଡିବ ଶ୍ରୀ ଜଗନ୍ନାଥଙ୍କ ଦାରୁ

jagantah daru

ଭୁବନେଶ୍ୱର:ଖରପଡିଆରୁ ଶ୍ରୀକ୍ଷେତ୍ର ଅଭିମୁଖେ ଚାଲିଥିବା ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟଦାରୁ ଶଗଡ଼ି ଗତକାଲି ଠାରୁ କଟକ ପ୍ରତାପ ନଗରୀରେ ଅଟକିଥିଲା। ଗତକାଲି ରାତିରୁ ଦାରୁ ଶଗଡ଼ି ଏଠାରେ ବିଶ୍ରାମ ନେଉଥିଲେ। ତେବେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୫ଟା ପରେ ଦାରୁ ଶଗଡ଼ି ପୁଣି ଗଡ଼ିବା ଆରମ୍ଭ କରି ଦେଇଛନ୍ତି। ଗତକାଲି ଦାରୁ ଶଗଡ଼ି କଟକ ବିଦ୍ୟାଧରପୁରରୁ ଆସି ପ୍ରତାପ ନଗରୀରେ ପହଞ୍ଚିଥିଲା। ବର୍ଷା ସତ୍ତ୍ୱେ ଦାରୁ ଶଗଡ଼ି ଟାଣିବା ସହ ଦର୍ଶନ ଲାଗି ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା।  ଅଟକି ଥିବା ଦାରୁଙ୍କୁ ଦର୍ଶନ କରିବା ପାଇଁ ପ୍ରତାପନଗରୀରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।  ଦୂରଦୂରାନ୍ତରୁ ଭକ୍ତମାନେ ଆସି ପ୍ରଭୁଙ୍କ ଦାରୁ ଶଗଡ଼ି ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ।

Advertisment