Advertisment

ଆଜି ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର

ପୁରୀ(ଓଡ଼ିଶା ରିପୋର୍ଟର ): ଆଜି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁଭାର । ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଛି  । ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି। ପ୍ରଭୁ ମାଧବାନନ୍ଦ […]

ଅଦ୍ୟତନ ହୋଇଛି
ଆଜି ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର

puri-1

Advertisment

ପୁରୀ(ଓଡ଼ିଶା ରିପୋର୍ଟର ): ଆଜି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁଭାର ।

Advertisment

ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଛି  । ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି।

ପ୍ରଭୁ ମାଧବାନନ୍ଦ ଜୀଉଙ୍କ ଛତିଶା ନିଯୋଗ ସେବାୟତ ଓ ସ୍ଥାନୀୟ ଲୋକ ମାନେ ଶ୍ରୀଗୁଣ୍ତିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ  ଶ୍ରୀମନ୍ଦିର ଅଭିମୁଖେ ଆସିଥିଲେ ।

Advertisment

ସେପଟେ ରାଜ୍ୟର ପୁରପଲ୍ଲୀରେ ଧୁମଧାମରେ ପାଳନ ହେଉଛି ପ୍ରଥମାଷ୍ଟମୀ । ଘରର ପ୍ରଥମ ସନ୍ତାନଙ୍କ ମଙ୍ଗଳମନାସୀ ପୂଜାର୍ଚ୍ଚନା କରାଯାଇଛି  । ମାମୁଁ ଘରୁ ଆସିଥିବା ନୂଆ ଡ୍ରେସ୍ ପିନ୍ଧି, ପିଠା ଖାଇ ଅଷ୍ଟମୀ ପାଳୁଛନ୍ତି ସମସ୍ତେ  ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe