Advertisment

ପ୍ରାର୍ଥନା ଚ୍ୟାନେଲ୍‌ର ‘ଚାଲ କ୍ଷେତ୍ର ଯିବା’ ପଦଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ପ୍ରାର୍ଥନା’ ଚ୍ୟାନେଲ୍ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଏକ ଭିନ୍ନ ଧରଣର ପ୍ରୟାସ ଆରମ୍ଭ କରାଯାଇଛି। ଚ୍ୟାନେଲ୍ ପକ୍ଷରୁ ଆଜି ‘ଚାଲ କ୍ଷେତ୍ର ଯିବା’ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି। ଆଜିଠୁ ଆସନ୍ତା ୧୫ ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ। ଆଜି ପ୍ରଥମ ଦିନରେ ହୀରାପୁରର ଚଉଷଠୀ ଯୋଗିନୀ ମନ୍ଦିରୁ ବାହାରିଥିବା ଶୋଭାଯାତ୍ରା ଝିଣ୍ଟି ଶାସନରେ ପହଞ୍ଚିବ। ପ୍ରାର୍ଥନା ପରିବାର ସହ ସାଧୁ ସନ୍ଥ, ଶ୍ରଦ୍ଧାଳୁ, ପ୍ରବଚକ, କଳାକାର ଓ କଣ୍ଠଶିଳ୍ପୀ ଏହି […]

author-image
Jitendra Garnayak
ଅଦ୍ୟତନ ହୋଇଛି
ପ୍ରାର୍ଥନା ଚ୍ୟାନେଲ୍‌ର ‘ଚାଲ କ୍ଷେତ୍ର ଯିବା’ ପଦଯାତ୍ରାର ଶୁଭାରମ୍ଭ

khetra

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ପ୍ରାର୍ଥନା’ ଚ୍ୟାନେଲ୍ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଏକ ଭିନ୍ନ ଧରଣର ପ୍ରୟାସ ଆରମ୍ଭ କରାଯାଇଛି। ଚ୍ୟାନେଲ୍ ପକ୍ଷରୁ ଆଜି ‘ଚାଲ କ୍ଷେତ୍ର ଯିବା’ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି।

Advertisment

23ଆଜିଠୁ ଆସନ୍ତା ୧୫ ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ। ଆଜି ପ୍ରଥମ ଦିନରେ ହୀରାପୁରର ଚଉଷଠୀ ଯୋଗିନୀ ମନ୍ଦିରୁ ବାହାରିଥିବା ଶୋଭାଯାତ୍ରା ଝିଣ୍ଟି ଶାସନରେ ପହଞ୍ଚିବ। ପ୍ରାର୍ଥନା ପରିବାର ସହ ସାଧୁ ସନ୍ଥ, ଶ୍ରଦ୍ଧାଳୁ, ପ୍ରବଚକ, କଳାକାର ଓ କଣ୍ଠଶିଳ୍ପୀ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି। ଏଥିରେ ସାମିଲ ସମସ୍ତ ବ୍ୟକ୍ତି ପ୍ରାର୍ଥନା ଚ୍ୟାନେଲର ଏଭଳି ପଦକ୍ଷେପକୁ ବହୁତ ପ୍ରଶଂସା କରିଛନ୍ତି।

ଏହି ଯାତ୍ରା ୧୫ ତାରିଖରେ ଶ୍ରୀମନ୍ଦିରରେ ପହଞ୍ଚିବ।