Advertisment

୯ ଘଣ୍ଟା ଜେରା ହେବା ପରେ ଇଡି ଅଫିସ୍‌ରୁ ବାହାରିଲେ ପ୍ରଭାତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମାରାଥନ ଜେରା କରାଯାଇଛି। ପ୍ରାୟ ୯ ଘଣ୍ଟା ଧରି ତାଙ୍କୁ ଇଡିର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଜେରା କରାଯାଇଥିଲା। ଅର୍ଥତତ୍ତ୍ୱ ଗ୍ରୁପ୍ (ଏଟି ଗ୍ରୁପ୍‌) ସହ ହୋଇଥିବା ଟଙ୍କା କାରବାର ସଂପର୍କରେ ତାଙ୍କୁ ଜେରା କରାଯାଇଥିବା ଜଣାପଡ଼ିଛି। ଆଜି ହାଜର ହେବାକୁ ଇଡି ପକ୍ଷରୁ ତାଙ୍କୁ ନୋଟିସ୍ କରାଯାଇଥିଲା। ଅର୍ଥତତ୍ତ୍ୱ ଗ୍ରୁପରୁ ୪୨ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗରେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
୯ ଘଣ୍ଟା ଜେରା ହେବା ପରେ ଇଡି ଅଫିସ୍‌ରୁ ବାହାରିଲେ ପ୍ରଭାତ

Pravat Tripathy

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମାରାଥନ ଜେରା କରାଯାଇଛି। ପ୍ରାୟ ୯ ଘଣ୍ଟା ଧରି ତାଙ୍କୁ ଇଡିର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଜେରା କରାଯାଇଥିଲା। ଅର୍ଥତତ୍ତ୍ୱ ଗ୍ରୁପ୍ (ଏଟି ଗ୍ରୁପ୍‌) ସହ ହୋଇଥିବା ଟଙ୍କା କାରବାର ସଂପର୍କରେ ତାଙ୍କୁ ଜେରା କରାଯାଇଥିବା ଜଣାପଡ଼ିଛି। ଆଜି ହାଜର ହେବାକୁ ଇଡି ପକ୍ଷରୁ ତାଙ୍କୁ ନୋଟିସ୍ କରାଯାଇଥିଲା।

Advertisment

ଅର୍ଥତତ୍ତ୍ୱ ଗ୍ରୁପରୁ ୪୨ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗରେ ୨୦୧୪ ଅକ୍ଟୋବର ୩୧ରେ ଗିରଫ ହୋଇଥିଲେ ପ୍ରଭାତ ତ୍ରିପାଠୀ। ସିବିଆଇ ତାଙ୍କୁ ଗିରଫ କରିଥିଲା। ୨୦୧୫ ମାର୍ଚ୍ଚରେ ସେ ଜାମିନ ପାଇଥିଲେ। ଏହା ପରେ ଏହି ମାମଲାରେ ୨୦୧୯ରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଥିଲେ। ଆଜି ପୁଣି ସେ ଇଡିରେ ହାଜର ହୋଇଥିଲେ। ତାଙ୍କୁ ଇଡିର ଏକ ୫ ଜଣିଆ ଟିମ୍ ମାରାଥନ ପଚରାଉଚରା କରିଛି।

ଇଡି ଅଫିସ୍‌ରୁ ବାହାରିବା ପରେ ପ୍ରଭାତ କହିଛନ୍ତି ଯେ ତାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିଲା। ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ୍ ଯାଞ୍ଚ କରିବାକୁ ସେମାନେ ଡାକିଥିଲେ। ଏହାଠୁ ଅଧିକ ସେ କିଛି କହିପାରିବେନି ବୋଲି କହିଥିଲେ।

Advertisment
Chit Fund Scam