Praying for speedy Recovery of JagaKalia at Puri beach
ପୁରୀ(ଓଡ଼ିଶା ରିପୋର୍ଟର): ବାଲୁକା କଳା ମାଧ୍ୟମରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସୁଦର୍ଶନ ବାଲୁକାକଳା କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଉଭୟଙ୍କ ଦୀର୍ଘାୟୂ କାମନା କରିଛନ୍ତି।
Advertisment
ପୁରୀ ସୁଦର୍ଶନ ବେଳାଭୂମିରେ ଜଗା-କାଳିଆଙ୍କ ପାଇଁ ଏକ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି। ଏମ୍ସ ଡାକ୍ତରଙ୍କ ୧୮ ଘଣ୍ଟାର ପରିଶ୍ରମ ପରେ ଜଗା-କାଳିଆ ଅଲଗା ହୋଇଛନ୍ତି। ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏମ୍ସ ଡାକ୍ତରୀ ଟିମ ଦୁଇ ଭାଇଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷୀଣ ନଜର ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
