/odisha-reporter/media/post_attachments/uploads/2019/11/ttt.jpg)
ttt
ତେଲକୋଇ : ପୁଣି ସାମ୍ନାକୁ ଆସିଲା ଅବହେଳାର ଚିତ୍ର। ରାସ୍ତା ନଥିବାରୁ ଜଣେ ପ୍ରସୂତୀଙ୍କୁ ଟୋକେଇରେ ବୋହି ଆଣିଲେ ପରିବାର ଲୋକେ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତମାଙ୍ଗ ଗାଁରେ।
Advertisment
ଗାଁଟି ପାହାଡ଼ ଉପରେ ଥିବାବେଳେ ରାସ୍ତା ନଥିବାରୁ ତମାଙ୍ଗ ଗାଁର ରାଜେଶ ପଧାନ ଓ ଗ୍ରାମବାସୀ ସ୍ତ୍ରୀ କଷି ପଧାନଙ୍କୁ ସାଢେ ୩ କି.ମି ପାହାଡ଼ ତଳକୁ ଟୋକେଇରେ ଆଣିବା ପରେ ସେଠାରୁ ଆମ୍ବୁଲାନ୍ସରେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ମେଡିକାଲରେ କଷି ସନ୍ତାନ ପ୍ରସବ କରିଥିବାବେଳେ ଉଭୟଙ୍କର ସ୍ୱାସ୍ଥ୍ୟ ଭଲ ଅଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
